Wednesday, 31 Dec 2025
Facebook Twitter Youtube Instagram
OD NEST
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Font ResizerAa
OD NESTOD NEST
Search
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ସମ୍ପତ୍ତି@ ସାରା ଦେଶ
  • ନିୟମକାନୁନ୍
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Have an existing account? Sign In
Follow US
© 2024 OD NEST
OD NEST > ସମ୍ପତ୍ତି@ ସାରା ଦେଶ > ଆପଣ ଦେଢ ଭରି ସୁନା କିଣିପାରିବେ, ହେଲେ ଗୋଟେ ସ୍କୋୟାରଫୁଟ ଜାଗା କିଣିପାରିବେନି
ସମ୍ପତ୍ତି@ ସାରା ଦେଶ

ଆପଣ ଦେଢ ଭରି ସୁନା କିଣିପାରିବେ, ହେଲେ ଗୋଟେ ସ୍କୋୟାରଫୁଟ ଜାଗା କିଣିପାରିବେନି

admin
Last updated: September 6, 2024 6:41 pm
admin
Share
SHARE
Spread the love

ଓଡ଼ି ନେଷ୍ଟ : ଆପଣ ଦେଢ ଭରି ସୁନା କିଣିପାରିବେ, ହେଲେ ଗୋଟେ ସ୍କୋୟାରଫୁଟ ଜାଗା କିଣିପାରିବେନି । ହଁ ଆଜ୍ଞା ଆମ ଦେଶରେ ଏବେ ସୁନାଠୁ ଅମୂଲମୂଲ ହୋଇଯାଇଛି ଜାଗା । କେତେକ ସ୍ଥାନରେ ଏବେ ଜମି ସ୍କୋୟାରଫୁଟକୁ ଲକ୍ଷେ ଟଙ୍କା ହେଲାଣି । କୋଉଠି ଏତେ ଦାମ ପୂରା ଖବରରେ ଜାଣନ୍ତୁ….

ଭୁବନେଶ୍ୱରଠୁ ୧୦ ଗୁଣ ଦାମୀ ହାଇଦ୍ରାବାଦ
ହାଇଦ୍ରାବାଦରେ ସ୍କୋୟାରଫୁଟକୁ ଲକ୍ଷେ
ଖୋଜିଲେ ବି ଜମି ପାଉନାହାନ୍ତି ଲୋକ

ହାଇଦ୍ରାବାଦର ବିଭିନ୍ନ ଅଞ୍ଚଳରେ ଏବେ ଜମି ମରୁଡି ଦେଖାଦେଇଛି । ଅର୍ଥାତ ସେଠାରେ ଲୋକଙ୍କୁ ଜମି ମିଳୁନି । ଅର୍ଥନୀତି ପାଠ ଅନୁସାରେ ଚାହିଦା ଅଧିକ ଆଉ ଦ୍ରବ୍ୟ କମ ଥିଲେ ଦାମ ତ ବଢିବ ହିଁ ବଢିବ । ହାଇଦ୍ରାବାଦରେ ଏବେ ଠିକ ସେମିତି ସ୍ଥିତି ଦେଖାଦେଇଛି । ଜାଗା ଖଣ୍ଡେ କିଣିବାକୁ ଲୋକ ଅପର୍ଯ୍ୟାପ୍ତ ଟଙ୍କା ଦେବାକୁ ପଛାଉନାହାନ୍ତି । ଯାହାଫଳରେ ଜମି ଦାମ ସ୍କୋୟାରଫୁଟକୁ ଲକ୍ଷେ ଟଙ୍କା ଛୁଇଁଛି ।

କୋଉଠି ସ୍କୋୟାରଫୁଟକୁ ଲକ୍ଷେ:
ହାଇଦ୍ରାବାଦର ବନଜାରା ହିଲ୍ସ ଏବଂ ଗାଚିବୋଭଲି ପରି ଅଞ୍ଚଳରେ ଜମି ପାଇଁ ଅଧିକ ମୂଲ୍ୟ ଦେବାକୁ ପଡୁଛି । ଆଶାଠାରୁ ଅଧିକ ମୂଲ୍ୟ ବଢି ସ୍କୋୟାରଫୁଟ ପ୍ରତି ଲକ୍ଷେ ଟଙ୍କାରେ ପହଞ୍ଚିଲାଣି । ଜାଗା ନଥିବାରୁ ଲୋକ ପୂରୁଣା ଘରକୁ ଭାଙ୍ଗି ନୂଆ ନିର୍ମାଣ କରୁଛନ୍ତି । ଏଣୁ ଯେଉଁ ସ୍ବଳ୍ପ ପରିମାଣର ଜମି ରହିଛି ତାହାକୁ ହାଇଦ୍ରାବାଦ ଏବଂ ରାଜ୍ୟ ବାହାରର ବିଲଡରମାନେ ହଜାର ହଜାର କୋଟି ଟଙ୍କା ଦେଇ କିଣିନେଉଛନ୍ତି । ଫଳରେ ଜମିର ଦାମ ଆକାଶ ଛୁଆଁ ହୋଇଯାଇଛି ।

ଭୁବନେଶ୍ୱରଠୁ ୧୦ ପାଦ ଆଗରେ ହାଇଦ୍ରାବାଦ:
ଆମ ଭୁବନେଶ୍ୱର କଥା ଚିନ୍ତା କଲେ ଏଠି ବି ଜମିର ଦାମ ବଢିବାରେ ଲାଗିଛି । ପଟିଆ ଅଞ୍ଚଳରେ ଜମି ସାଧାରଣତଃ ସ୍କୋୟାରଫୁଟ ପ୍ରତି ୫ରୁ୮ ହଜାର ଟଙ୍କା ରହିଛି । ନୟାପଲ୍ଲୀ ଅଞ୍ଚଳରେ ସର୍ବନିମ୍ନ ସ୍କୋୟାରଫୁଟ ପ୍ରତି ଦାମ ରହିଛି ୧୦ ହଜାର ଟଙ୍କା । ଏହାକୁ ହିସାବକୁ ନେଲେ ହାଇଦ୍ରାବାଦ ଜମି ଭୁବନେଶ୍ୱର ଜମିଠାରୁ ୧୦ ଗୁଣା ଅଧିକ । ଅର୍ଥାତ ଆପଣ ଭୁବନେଶ୍ୱରରେ କୋଟିଏ ଟଙ୍କାରେ କିଣୁଥିବା ଜମିଟି ହାଇଦ୍ରାବାଦରେ ୧୦ କୋଟି ଟଙ୍କା ପଡିବ ।

ଜମି ଦାମ ଏତେ ବଢୁଛି କାହିଁକି:
ପ୍ରାୟ ସବୁ ଜାଗାରେ ଲୋକ ଏବେ ସହରମୁହାଁ ହେଲେଣି । ଜନବସତି ବଢିବା ସହ ଜମିର ଆବଶ୍ୟକତା ବଢୁଛି । ଲୋକ ଘର କିଣିବାକୁ ସହରରେ ଭଲ ଜମି ଖଣ୍ଡେ କିଣୁଛନ୍ତି । ଚାହିଦା ଅଧିକ ହେଉଥିବାରୁ ସେହି ଅନୁପାତରେ ଜମିର ମୂଲ୍ୟ ମଧ୍ୟ ବଢୁଛି । ଜନସଂଖ୍ୟା ବୃଦ୍ଧି ହେଲେ ବି ଜମି ସୀମିତ । ଏଣୁ ସୀମିତ ଜମି ପାଇଁ ପ୍ରତିଯୋଗିତା ଅଧିକ ହେଉଥିବାରୁ ଲୋକ ଅଧିକ ଟଙ୍କା ଦେବାକୁ ବି ପଛାଉନାହାନ୍ତି । ଆମ ଭୁବନେଶ୍ବରରେ ୨୦ ବର୍ଷ ତଳେ ଯେଉଁ ଜମିଦାମ ୩୦ ହଜାର ଟଙ୍କା ଥିଲା ତାହା ଆଜି ୩ କୋଟିରେ ପହଞ୍ଚିଛି । ହାଇଦ୍ରାବାଦ ଭଳି ସିଟିରେ ରହିବାକୁ ଅଧିକ ଚାହିଦା ରହିଥିବାରୁ ସେଠାରେ ଜମିର ମୂଲ୍ୟ ଭୁବନେଶ୍ୱରଠାରୁ ୧୦ ଗୁଣ ଅଧିକ ରହିଛି ।

ଆପଣ ଜମି କିଣିବେ କି ?
ଆପଣ ଯଦି ଜମି ମାଲିକ ହେବାକୁ ସ୍ବପ୍ନ ଦେଖୁଛନ୍ତି ଏବଂ ସହରରେ ଜମି କିଣିବାକୁ ଭାବୁଛନ୍ତି ତେବେ ନିଶ୍ଚିତ ଜମି କିଣନ୍ତୁ । ବର୍ତ୍ତମାନ ସମୟରେ ସୁଧ କାରବାରଠୁ ଅଧିକ ରିଟର୍ଣ୍ଣ ଦେଉଛି ଜମି । ଗୋଟିଏ ଜମି କିଣି ତାକୁ କିଛି ବର୍ଷ ପକାଇଦେଲେ ଆପଣଙ୍କ ଟଙ୍କା ଡବଲ ହୋଇଯିବାର ବି ଉଦାହରଣ ରହିଛି । ଏଣୁ ଭଲ ଜମିରେ ନିବେଶ କଲେ ତାହା ଆପଣଙ୍କୁ ଭବିଷ୍ୟତ ପାଇଁ ସହାୟକ ହୋଇପାରେ । ତେବେ ଏତେ ଟଙ୍କା କୋଉଠୁ ଆଣିବେ ସେକଥା ବି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ । ତାହାର ସମାଧାନ ବି ଏମିତି କିଛି ହୋଇପାରିବ-

ଜାଗା କିଣିବାକୁ ବ୍ୟାଙ୍କ ପ୍ଲଟ ଲୋନ ଦେଉଛି

ଫାଇନାନ୍ସ କମ୍ପାନୀ ବି ଜମି ଲୋନ୍ ଦେଉଛନ୍ତି

ଇଏମଆଇ ଦ୍ବାରା ଆପଣ ଜମି କିଣିପାରିବେ

ଜାଗାକୁ ଆପଣ ଭଡା ଦେଇ ଇଏମଆଇ ଉଠାଇପାରିବେ

Share This Article
Twitter Email Copy Link Print
Previous Article କାହିଁକି ଚନ୍ଦ୍ରରେ ଘର କରିବାକୁ ଇଚ୍ଛା କଲାଣି ମଣିଷ? ଏ ଭିଡ଼ ଆଉ ଭଲ ଲାଗୁନି ନା ଘରଦ୍ୱାର ଚଢ଼ା ଦର ପାଇଁ ଏମିତି ଭାବିଲାଣି ମଣିଷ ?
Next Article ସତରେ ‘ବାସ୍ତୁ’ ବୋଲି କିଛି ଅଛି କି ?
Leave a comment

Leave a Reply Cancel reply

Your email address will not be published. Required fields are marked *

- Advertisement -
Ad image

Popular Posts

Η σημασία των επωνύμων στη βελτίωση της Ελλάδας

Η Ελλάδα, μια χώρα με μεγάλη αισθητική κληρονομιά και παραδόσεις, γνωστή για τα επιτεύγματα σε…

By od nest

ବିଡ଼ିଏକୁ ଘାଣ୍ଟୁଛି ରେରା, ଘାଟିକିଆ ପ୍ରକଳ୍ପର ଭବିଷ୍ୟତ ଅନ୍ଧାର

ଅଧାବାଟରେ ବିଡିଏର ଘାଟିକିଆ ପ୍ରକଳ୍ପ, ରେରା ତାଲିକାରେ ବିଡିଏ ହେଉଛି ଖିଲାପି ନଂ ୩୦୮ ସମ୍ଭବତଃ ଆପଣ ଏ ଶିରୋନାମା…

By admin

ଟେନସନ୍ ଯିବ, ଆଉ ବ୍ୟାଙ୍କ ଦୌଡିବାକୁ ପଡିବନି!

ଘର କରିବାକୁ ଆଉ ଚିନ୍ତା ନାହିଁ, ଅମ୍ବାନି ଅଛନ୍ତି ଘର ସ୍ୱପ୍ନ ପୂରା କରିବ ଜିଓ ଫାଇନାନ୍ସିଆଲ ଗୃହ ଋଣ…

By admin

You Might Also Like

Funkcje Iphone Vavada Do grania

By od nest

The Art of Comfort Food: A Culinary Journey

By od nest
ଚାଲିଛି କଣସମ୍ପତ୍ତି@ ସାରା ଦେଶ

୫ ବର୍ଷରେ ଜମି ଦାମ ଡବଲ: ଓଡ଼ିଶାରେ କେତେ ?

By admin
OD NEST
Facebook Twitter Youtube Instagram

About US

OD NEST is Odisha’s dedicated digital platform for real estate and urban development news. We provide timely, accurate coverage of the state’s real estate landscape. Our mission is to empower our readers with insights and stories, especially those impacted by civil and revenue issues, while maintaining the highest standards of journalistic integrity.

Categories
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
.
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
Usefull Links
  • Contact Us
  • Advertise With Us
  • Privacy Policy
Welcome Back!

Sign in to your account

Username or Email Address
Password

Lost your password?