Wednesday, 31 Dec 2025
Facebook Twitter Youtube Instagram
OD NEST
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Font ResizerAa
OD NESTOD NEST
Search
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ସମ୍ପତ୍ତି@ ସାରା ଦେଶ
  • ନିୟମକାନୁନ୍
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Have an existing account? Sign In
Follow US
© 2024 OD NEST
OD NEST > ଆସୁଛି କଣ > ପୁରୀ ପାଇଁ ପ୍ରତିଯୋଗିତା
ଆସୁଛି କଣଚାଲିଛି କଣ

ପୁରୀ ପାଇଁ ପ୍ରତିଯୋଗିତା

admin
Last updated: September 9, 2024 4:57 am
admin
Share
SHARE
Spread the love

ଓଡ଼ି ନେଷ୍ଟ : ସକାଳୁ ଉଠିଲେ କିଏ ବା ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ନ ଚାହିଁବ ? ସଞ୍ଜରେ ସମୁଦ୍ର କୂଳେ ଘରାଏ ବୁଲି ନ ଆସିବାକୁ କାହାର ବା ମନ ନ ହେବ ? ଶ୍ରୀକ୍ଷେତ୍ରରେ କିଏ ବା ନ ରହିବାକୁ ଚାହିଁବ ? ପୁରୀ… ସମସ୍ତଙ୍କର ଗୋଟେ ଆକର୍ଷଣ । ଏବେ ଏହି ଆକର୍ଷଣର କ୍ଷେତ୍ର ଉପରେ ରହିଛି ସାରା ଦେଶର ନଜର । ସର୍ଭେରୁ ଜଣାପଡିଛି , ଦେଶର ଯେଉଁ ୧୭ଟି ସହର ଦ୍ରୁତ ଗତିରେ ବିକାଶ କରୁଛି ଏବଂ ରିୟଲ ଇଷ୍ଟେଟ କାରବାରର ନୂଆ ଠିକଣା ସାଜିଛି । ତା ଭିତରେ ପୁରୀ ହେଉଛି ଅଧିକ ପସନ୍ଦ ।
ପୁରୀରେ ଆଗକୁ ନମିଳିପାରେ ଜମି
ଦେଶର ନଜରରେ ପୁରୀ ସହର
ଜାଗା ପାଇଁ ବଡବଡିଆଙ୍କ ପ୍ରତିଯୋଗିତା

ଚମକାଇ ଦେଇଛି ସର୍ଭେ:
ଆମ ଭାରତୀୟ ମାନେ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ବସବାସ କରିବାକୁ ଭାରି ଭଲପାଆନ୍ତି । ଲୋକଙ୍କ ପସନ୍ଦର କ୍ଷେତ୍ର ଜାଣିବାକୁ କଲିଅର୍ସ ନାମକ ଏକ ସଂସ୍ଥା ଏହା ଉପରେ ସର୍ଭେ କରିଥିଲା । ଦେଶରେ ଦ୍ରୁତ ଅଭିବୃଦ୍ଧି କରୁଥିବା ୧୦୦ଟି ସହରକୁ ବିଚାରକୁ ନିଆଯାଇଥିଲା । ଯେଉଁଥିରୁ ୩୦ଟି ସହରକୁ ସର୍ଟଲିଷ୍ଟେଡ କରାଯିବା ପରେ ଜଣାପଡିଥିଲା ଯେ, ସେଥିରୁ ୧୭ଟି ସହର ଆଗାମୀ କିଛି ବର୍ଷରେ ରିୟଲ ଇଷ୍ଟେଟର ହଟସ୍ପଟ ପାଲଟିବାକୁ ଯାଉଛି । ଯେଉଁଥିରେ ରହିଛି ଟେମ୍ପଲ ସିଟି ବାରଣାସୀ, ଅଯୋଧ୍ୟା, ପୁରୀ, ଦ୍ୱାରକା, ସିରିଡି, ତିରୁପତି ଓ ଅମୃତସର । ଏହି ସହର ଗୁଡିକରେ ଜମିର ଦାମ କମ ଦିନରେ ଦୁଇଗୁଣ ହେଇଯାଉଛି ।
ପୁରୀ କାହିଁକି ପସନ୍ଦ:
ଜଗନ୍ନାଥ ମନ୍ଦିର
ସମୁଦ୍ର
ଶାନ୍ତ ଓ ଆଧ୍ୟାତ୍ମିକ ପରିବେଶ

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡିଶା ଓ ପୁରୀର ପରିଚୟ । ଶ୍ରୀକ୍ଷେତ୍ରର  ଆଧ୍ୟାତ୍ମିକ ପରିବେଶ ପ୍ରତି ମଣିଷକୁ ଶାନ୍ତି ଓ ତୃପ୍ତି ଦେଇଥାଏ । ୧୨ ମାସରେ ତେର ପର୍ବ ସହ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲୋକଙ୍କୁ ପୁରୀକୁ ଆକର୍ଷିତ କରିଥାଏ । ଖାସ ମହାପ୍ରଭୁଙ୍କ ପାଇଁ ହିଁ ପୁରୀରେ ସମସ୍ତେ ରହିବାକୁ ପସନ୍ଦ କରିଥାନ୍ତି । ଏହାସହ ପୁରୀ ପାଖରେ ବିଶ୍ୱ ଐତିହ୍ୟ ଚନ୍ଦ୍ରଭାଗା, କୋଣାର୍କ, ସାତପଡା, ଚିଲିକା ଆଦି ଅନେକ କ୍ଷେତ୍ର ରହିଛି ଯାହାକି ଲୋକଙ୍କୁ ଆକର୍ଷିତ କରୁଛି ।

ଶ୍ରୀକ୍ଷେତ୍ରରେ ରହିବାର ଫାଇଦା:
ସକାଳୁ ଉଠିଲେ ମହାପ୍ରଭୁଙ୍କ ନୀଳଚକ୍ରର ଦର୍ଶନ । ଜୟଜଗନ୍ନାଥ ଧ୍ୱନୀରୁ ଦିନର ଶୁଭାରମ୍ଭ । ମହାପ୍ରଭୁଙ୍କୁ ଦର୍ଶନ କରି ଅପାର କରୁଣା ଲାଭ । ମହୋଦଧିରେ ସ୍ନାନର ସୁଯୋଗ ସହ ସମୁଦ୍ରର ମନଲୋଭା ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପୁରୀରେ ରହିବାର ସର୍ବଶ୍ରେଷ୍ଠ ଫାଇଦା । ପୁରୀ ହେଉଛି ଗୋଟିଏ ଶାନ୍ତିର ସହର । ଶଙ୍ଖ ଧ୍ୱନୀ ସାଙ୍ଗକୁ ଜଗନ୍ନାଥ ସଂସ୍କୃତି ସହ ଜଡିତ ହେବାକୁ ପୁରୀରେ ରହିବାକୁ ଲୋକ ଅଧିକ ପସନ୍ଦ କରନ୍ତି ।

ପୁରୀରେ ଆପଣ କାହିଁକି କିଣିବେ ଜମି:
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ:
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୁରୀକୁ ଆହୁରି ବିଶ୍ୱପ୍ରସିଦ୍ଧ କରିଛି । ଶ୍ରୀମନ୍ଦିର ଚାରିପାଖେ ପରିକ୍ରମା ସହ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ଯାହାକି ଭକ୍ତ ଓ ପର୍ଯ୍ୟଟକଙ୍କୁ ପୁରୀକୁ ଆସିବାକୁ ବାଧ୍ୟ କରୁଛି । ଏହି ପ୍ରକଳ୍ପ ଅନ୍ତର୍ଗତ ଶ୍ରୀମାର୍ଗ, ଶ୍ରୀ ସେତୁ ଆଦି ପୁରୀର ବିକାଶରେ ମାଇଲଖୁଣ୍ଟ ସାଜିଛି ।

ଅନ୍ତର୍ଜାତୀୟ ବିମାନବନ୍ଦର:
ପୁରୀରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପ୍ରକ୍ରିୟା ଜାରି ରହିଛି । ଦିନକୁ ପୁରୀକୁ ପ୍ରାୟ ୭୦ ହଜାର ପର୍ଯ୍ୟଟକ ଆସିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଏକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କରାଯାଉଛି । ଫଳରେ ଦେଶବିଦେଶର ଲୋକ ଆଉ ଭୁବନେଶ୍ୱର ନୁହେଁ ଏଣିକି ସିଧା ପୁରୀକୁ ବିମାନରେ ଆସିପାରିବେ ।

ଭୁବନେଶ୍ୱର-ପୁରୀ ୬ ଲେନ ରାସ୍ତା:
ଖୁବଶୀଘ୍ର ଭୁବନେଶ୍ୱର-ପୁରୀ ରାସ୍ତାକୁ ୬ ଲେନ ବିଶିଷ୍ଟ କରାଯିବ । ଏବେ ଏହା ୪ ଲେନ ବିଶିଷ୍ଟ ରହିଛି । ରାସ୍ତାର ସଂପ୍ରସାରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇସାରିଛନ୍ତି । ୬ ଲେନ ରାସ୍ତା ସହ ୨ ଲେନ ସର୍ଭିସ ରୋଡ ବି ରହିବ ।

ମେଟ୍ରୋ:
ପୁରୀକୁ ଦେଶର ପ୍ରାୟ ସବୁ ସ୍ଥାନକୁ ରେଳ ଯୋଗାଯୋଗ ରହିଛି । ତେବେ ଆଗାମୀ ଦିନରେ ମେଟ୍ରୋ ଗଡିବାର ମଧ୍ୟ ଆଶା ରହିଛି । ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ପୁରୀକୁ ସଂଯୋଗ କରାଯିବାକୁ ନିଷ୍ପତ୍ତି ହୋଇଛି ।

ଭିତ୍ତିଭୂମିର ବିକାଶ:
ପୁରୀରେ ସବୁ ପ୍ରକାର ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଉଛି । ସହରର ବିକାଶ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ପୁରୀରେ ଏକ ମେଡିକାଲ କଲେଜ ସ୍ଥାପନ ହୋଇଛି । ସମୁଦ୍ର ବେଳାଭୁମିକୁ ଅଧିକ ସୌନ୍ଦର୍ଯ୍ୟକରଣ କରିବାକୁ ପ୍ରୟାସ ଚାଲିଛି । ଏକ ବିଶ୍ୱସ୍ତରୀୟ ସହର ଭାବେ ଶ୍ରୀକ୍ଷେତ୍ରକୁ ଗଢିତୋଳାଯାଉଛି । ଏସବୁ କାରଣ ପାଇଁ ବିଶ୍ୱସ୍ତରରେ ପୁରୀର ଚାହିଦା ବଢିବାରେ ଲାଗିଛି । ପୁରୀରେ ଜମି କିଣିବାକୁ ଲୋକଙ୍କ ଭିତରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହେଇଗଲାଣି।

Share This Article
Twitter Email Copy Link Print
Previous Article ପ୍ରସ୍ତାବିତ ନୂଆ ଭୁବନେଶ୍ୱରର ବି ଭାସିବ!
Next Article ୫ ବର୍ଷରେ ଜମି ଦାମ ଡବଲ: ଓଡ଼ିଶାରେ କେତେ ?
Leave a comment

Leave a Reply Cancel reply

Your email address will not be published. Required fields are marked *

- Advertisement -
Ad image

Popular Posts

ସହରରେ ଘର ନିର୍ମାଣ : ଅବସର ପରେ ଅନିଚ୍ଛା କାହିଁକି?

ଅବସର ପରେ ‘ଘର’ ତିଆରି କେତେ ଠିକ୍ ? ରିଟାୟାର୍ଡ ପରେ ଲୋକେ ଗାଁ ମୁହାଁ କାହିଁକି ? ଓଡ଼ି…

By admin

ବିଡ଼ିଏକୁ ଘାଣ୍ଟୁଛି ରେରା, ଘାଟିକିଆ ପ୍ରକଳ୍ପର ଭବିଷ୍ୟତ ଅନ୍ଧାର

ଅଧାବାଟରେ ବିଡିଏର ଘାଟିକିଆ ପ୍ରକଳ୍ପ, ରେରା ତାଲିକାରେ ବିଡିଏ ହେଉଛି ଖିଲାପି ନଂ ୩୦୮ ସମ୍ଭବତଃ ଆପଣ ଏ ଶିରୋନାମା…

By admin

ପ୍ରସ୍ତାବିତ ନୂଆ ଭୁବନେଶ୍ୱରର ବି ଭାସିବ!

ପ୍ରସ୍ତାବିତ ନୂଆ ଭୁବନେଶ୍ୱରର ବି ଭାସିବ! ଆଗକୁ ବି ଭାସିବା, ବୁଡ଼ିବା। ଓଡ଼ି ନେଷ୍ଟ :  ଅବଶ୍ୟ ଧ୍ୟାନ ନଦେଲେ।…

By admin

You Might Also Like

ଗୁରୁମନ୍ତ୍ରଚାଲିଛି କଣନିୟମକାନୁନ୍

ମାତ୍ର କେଇ ଶହ ଟଙ୍କା ନିବେଶରେ କୋଟିପତି କ୍ଲାଏଣ୍ଟ?

By admin
ଆସୁଛି କଣ

କେଉଁଠି ବସିବ ନୂଆ ଭୁବନେଶ୍ୱର ?

By admin
ଚାଲିଛି କଣସମ୍ପତ୍ତି@ ସାରା ଦେଶ

୫ ବର୍ଷରେ ଜମି ଦାମ ଡବଲ: ଓଡ଼ିଶାରେ କେତେ ?

By admin
ଚାଲିଛି କଣନିୟମକାନୁନ୍

ବେଆଇନ ବିଲ୍ଡିଂରେ ହାତ ମାରିବାକୁ ଭୟ କାହିଁକି?

By admin
OD NEST
Facebook Twitter Youtube Instagram

About US

OD NEST is Odisha’s dedicated digital platform for real estate and urban development news. We provide timely, accurate coverage of the state’s real estate landscape. Our mission is to empower our readers with insights and stories, especially those impacted by civil and revenue issues, while maintaining the highest standards of journalistic integrity.

Categories
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
.
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
Usefull Links
  • Contact Us
  • Advertise With Us
  • Privacy Policy
Welcome Back!

Sign in to your account

Username or Email Address
Password

Lost your password?