Wednesday, 31 Dec 2025
Facebook Twitter Youtube Instagram
OD NEST
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Font ResizerAa
OD NESTOD NEST
Search
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ସମ୍ପତ୍ତି@ ସାରା ଦେଶ
  • ନିୟମକାନୁନ୍
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Have an existing account? Sign In
Follow US
© 2024 OD NEST
OD NEST > ଚାଲିଛି କଣ > ୫ ବର୍ଷରେ ଜମି ଦାମ ଡବଲ: ଓଡ଼ିଶାରେ କେତେ ?
ଚାଲିଛି କଣସମ୍ପତ୍ତି@ ସାରା ଦେଶ

୫ ବର୍ଷରେ ଜମି ଦାମ ଡବଲ: ଓଡ଼ିଶାରେ କେତେ ?

admin
Last updated: September 6, 2024 8:01 pm
admin
Share
SHARE
Spread the love

ବାଙ୍ଗାଲୋରରେ ଜାଗା କିଣିଥିଲେ ମାଲେମାଲ
୫ ବର୍ଷରେ ୯୦% ବଢିଛି ଜମି ମୂଲ୍ୟ
ପ୍ଲଟରୁ ମିଳୁଛି ସର୍ବାଧିକ ରିଟର୍ଣ୍ଣ
ଓଡ଼ିଶାରେ କେତେ ବଢିଛି ଦାମ ?

ଓଡ଼ି ନେଷ୍ଟ  : ଆପଣଙ୍କ ପାଖରେ ୧୦ ଲକ୍ଷ ଟଙ୍କା ଅଛି କି ? ଆପଣ ଏ ଟଙ୍କାକୁ ବଢାଇବାକୁ ଚାହୁଁଛନ୍ତି କି ? ପୁଅ ପାଠ ପଢିବା ବେଳକୁ କିଛି ମୋଟ ଅଙ୍କର ଟଙ୍କା ଆବଶ୍ୟକ କରୁଛନ୍ତି କି ? ତେବେ ଆପଣଙ୍କ ପାଖରେ ଥିବା ଟଙ୍କାରେ ଆଖି ବନ୍ଦ କରି କୌଣସି ଏକ ଭଲ ଜମି କିଣିଦିଅନ୍ତୁ । କାରଣ ଏବେ ଦେଶରେ ଜମିରୁ ହିଁ ଭଲ ରିଟର୍ଣ୍ଣ ମିଳିପାରୁଛି । ଭାରତରେ ଇନଭେଷ୍ଟମେଣ୍ଟ ପାଇଁ ଫାଷ୍ଟ ଚଏସ ପାଲଟିଛି ଜମି । କେବଳ ଘର କରିବା ଉଦ୍ଦେଶ୍ୟରେ ନୁହେଁ ବରଂ ନିବେଶ ଲକ୍ଷ୍ୟରେ ବି ଲୋକ ଜାଗା କିଣୁଛନ୍ତି । ବିଭିନ୍ନ ରିସର୍ଚ୍ଚ ଅନୁସାରେ ଗତ ୫ ବର୍ଷରେ ଦେଶରେ ବିଭିନ୍ନ ସ୍ଥାନରେ ୯୦ ପ୍ରତିଶତ ବଢିଛି ଜମି ମୂଲ୍ୟ । ଆମ ଓଡ଼ିଶାରେ ବି ଜମି ମୂଲ୍ୟରେ ଆଶାତୀତ ବୃଦ୍ଧି ଘଟିଛି । ଆସନ୍ତୁ ସମ୍ପୂର୍ଣ୍ଣ ତଥ୍ୟକୁ ପଢିବା.

ରିସର୍ଚ୍ଚ କଣ କହୁଛି:

ଗତ କିଛି ବର୍ଷ ଧରି ଆମ ଦେଶରେ ଜମିର ଚାହିଦା ବଢିଛି । ଲୋକ ଜମି କିଣିବାକୁ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି । ସେୟାର ମାର୍କେଟ ଓ ଗୋଲ୍ଡରେ ଇନଭେଷ୍ଟ କରିବା ଭଳି ଲୋକମାନେ ପ୍ଲଟରେ ବି ବିପୁଳ ପରିମାଣର ଟଙ୍କା ଲଗାଉଛନ୍ତି । ଯେଉଁଥିରୁ ଭଲ ମୁନାଫା ମଧ୍ୟ ମିଳିପାରୁଛି । ବିଶେଷକରି ରେସିଡେନସିଆଲ ପ୍ଲଟର ମୂଲ୍ୟ ଅହେତକୁ ବୃଦ୍ଧି ପାଇଛି । ଆନାରକ ନାମକ ଏକ ସଂସ୍ଥା ଦେଶର ୧୭ ହଜାର ୬୫ଟି ଜମିର ମୂଲ୍ୟକୁ ନେଇ ରିସର୍ଚ୍ଚ କରିଥିଲା । ସେଥିରୁ ଯେଉଁ ତଥ୍ୟ ମିଳିଛି ତାହା ସମସ୍ତଙ୍କୁ ଚମକାଇ ଦେଇଛି । ରିପୋର୍ଟ ଅନୁସାରେ ୨୦୧୯ ତୁଳନାରେ ୨୦୨୪ରେ ଗୋଟିଏ ପ୍ଲଟର ମୂଲ୍ୟ ସର୍ବାଧିକ ୯୪ ପ୍ରତିଶତ ବୃଦ୍ଧି ହୋଇଛି । ଅର୍ଥାତ ଆପଣ କୋଟିଏ ଟଙ୍କାରେ କିଣିଥିବା ଜମିଟି ୫ ବର୍ଷ ପରେ ୧ କୋଟି ୯୪ ଲକ୍ଷ ଟଙ୍କା ହୋଇଯାଇଛି ।

କେଉଁଠି ଡବଲ ହୋଇଛି ଜମି ଦାମ:

ବାଙ୍ଗାଲୋରରେ ସର୍ବାଧିକ ବଢିଛି ଜମି ମୂଲ୍ୟ

ସ୍କୋୟାରଫୁଟ ପିଛା ପ୍ରାୟ ୪ ହଜାର ଟଙ୍କା ବୃଦ୍ଧି

ଆନାରକର ରିସର୍ଚ୍ଚ ଅନୁସାରେ ବାଙ୍ଗାଲୋରରେ ଜାଗା ଦାମ ସର୍ବାଧିକ ବୃଦ୍ଧି ଘଟିଛି । ରେସିଡେନସିଆଲ ଜମିର ଦର ଆକାଶ ଛୁଆଁ ହୋଇଛି । ୨୦୧୯ ମସିହାରେ ଯେଉଁ ପ୍ଲଟର ଦାମ ସ୍କୋୟରଫିଟ ପିଛା ୪୩୦୦ ଟଙ୍କା ଥିଲା ତାହା ୨୦୨୪ରେ ୮୧୫୧ ଟଙ୍କାକୁ ବଢିଛି । ଲଗଜୁରୀ ପ୍ଲଟ କଥା ଦେଖିଲେ ଏହା ୯୦ ପ୍ରତିଶତରୁ ମଧ୍ୟ ଅଧିକ ରହିଛି । ୨୦୧୯ରେ ୪୦ ଲକ୍ଷ ଟଙ୍କା ଥିବା ପ୍ଲଟ ଏବେ ୧ କୋଟି ୫ ଲକ୍ଷ ଟଙ୍କା ହୋଇଯାଇଛି ।

  • ହାଇଦ୍ରାବାଦ କୋକାପେଟ ଅଞ୍ଚଳରେ ଜମି ମୂଲ୍ୟରେ ୮୯ ପ୍ରତିଶତ ବୃଦ୍ଧି ଦେଇଥିବା ପରିଲକ୍ଷିତ ହୋଇଛି । ୨୦୧୯ରେ ସ୍କୋୟାରଫୁଟ ପ୍ରତି ୪,୭୫୦ ଟଙ୍କା ଥିବା ଜମିର ମୂଲ୍ୟ ୨୦୨୪ରେ ୯ ହଜାର ଟଙ୍କାକୁ ବୃଦ୍ଧି ପାଇଛି ।
  • ବାଙ୍ଗାଲୋର ହ୍ବାଇଟଫିଲ୍ଡ ଅଞ୍ଚଳରେ ଜମିର ମୂଲ୍ୟ ୮୦ ପ୍ରତିଶତ ବୃଦ୍ଧି ଘଟିଛି । ୧୮,୬୦୦ଟି ଜମି ମୂଲ୍ୟକୁ ନେଇ କରାଯାଇଥିବା ରିସର୍ଚ୍ଚ ଅନନୁସାରେ ଏଠାରେ ୨୦୧୯ରେ ୪୭୬୫ ଟଙ୍କା ଥିବା ସ୍କୋୟାରଫୁଟର ଦାମ ୨୦୨୪କୁ ୮,୬୦୦ ଟଙ୍କାକୁ ବଢିଛି ।
  • ଏନସିଆର ଦ୍ବାରକା ଏକ୍ସପ୍ରେସ ନିକଟରେ ବି ଜମିର ମୂଲ୍ୟରେ ୭୯ ପ୍ରତିଶତ ବୃଦ୍ଧି ଘଟିଛି । ୫ ବର୍ଷରେ ସ୍କୋୟାରଫୁଟ ପିଛା ୫୩୫୯ ଟଙ୍କା ଥିବା ଜମି ୯୬୦୦ ଟଙ୍କାକୁ ବଢିଛି ।
  • ହାଇଦ୍ରାବାଦ ବାଚୁପାଲ୍ଲି ଅଞ୍ଚଳରେ ୫ ବର୍ଷରେ ଜମିର ଦାମ ୫୭ ପ୍ରତିଶତ ବୃଦ୍ଧି ଘଟିଛି ।
  • ଏମଏମଆରର ଡୋମ୍ଭିଲି ଅଞ୍ଚଳରେ ଜମିର ମୂଲ୍ୟରେ ସର୍ବନିମ୍ନ ୪୦ ପ୍ରତିଶତ ବୃଦ୍ଧି ଘଟିଛି ।
  • କୋଲକାତାରେ ଜମିର ମୂଲ୍ୟରେ ୨୫ ପ୍ରତିଶତ ବୃଦ୍ଧି ଘଟିଛି

କରୋନା ପରେ ଜାଗାର ଦାମ ବିଶେଷ ବୃଦ୍ଧି ପରିଲକ୍ଷିତ ହୋଇଛି । କରୋନା ପରେ ଜମିର ଚାହିଦା ବଢିଛି । ଲୋକମାନେ ଜମିରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଫଳରେ ଦେଶର ବିଭିନ୍ନ ସ୍ଥାନରେ ଜମିର ମୂଲ୍ୟରେ ଏପରି ବୃଦ୍ଧି ହେଉଥିବା ବିଶେଷତଜ୍ଞମାନେ କହିଛନ୍ତି ।

ଓଡିଶାରେ କେତେ ବଢିଛି ଜମି ଦାମ ?

ଓଡିଶାରେ ଦିନକୁ ଦିନ ଜମିରେ ଇନଭେଷ୍ଟ ବଢିବାରେ ଲାଗିଛି । ଯଦିଓ ଓଡିଶାରେ ଏହାକୁ ନେଇ ରିସର୍ଚ୍ଚ ସମ୍ପର୍କରେ ଠୋସ୍ ତଥ୍ୟ ଆମର ହସ୍ତଗତ ହୋଇନାହିଁ, ତଥାପି ଆମ ରାଜ୍ୟରେ ପ୍ଲଟ ଭଲ ରିଟର୍ଣ୍ଣ ପ୍ରଦାନ କରୁଛି । ବିଶେଷ କରି ସହର ଗୁଡ଼ିକରେ ଲୋକମାନେ ଜମି କିଣିବାକୁ ଭଲପାଉଛନ୍ତି । ସହରଠୁ ଅଳ୍ପ ଦୂରରେ ମଧ୍ୟ ଜମି କିଣି ଭବିଷ୍ୟତ ଆବଶ୍ୟକତା ଉଦ୍ଦେଶ୍ୟରେ ରଖୁଛନ୍ତି । ଏଣୁ ଓଡିଶାରେ ଜମି ଏବେ ଭଲ ରିଟର୍ଣ୍ଣ ପ୍ରଦାନ କରୁଛି ଏବଂ ଆଗକୁ ମଧ୍ୟ ଆହୁରି ଲାଭ ଦାୟକ ହୋଇପାରେ ।

Share This Article
Twitter Email Copy Link Print
Previous Article ପୁରୀ ପାଇଁ ପ୍ରତିଯୋଗିତା
Next Article ରିୟଲ ଇଷ୍ଟେଟ ନିବେଶର ନୂଆ ଧାରା : ସେୟାର ବଜାର । ଭଲ ରିଟର୍ଣ୍ଣ ସାଙ୍ଗକୁ ନାହିଁ କାଗଜପତ୍ର ଟେନସନ୍ ।
Leave a comment

Leave a Reply Cancel reply

Your email address will not be published. Required fields are marked *

- Advertisement -
Ad image

Popular Posts

ସତରେ ‘ବାସ୍ତୁ’ ବୋଲି କିଛି ଅଛି କି ?

ସତରେ ‘ବାସ୍ତୁ’ ବୋଲି କିଛି ଅଛି କି ? ବାସ୍ତୁ : ବିଶ୍ୱାସ ନା ବିଜ୍ଞାନ ? ଘର ପାଇଁ…

By admin

ଭଡାଘରେ ରହିବେ ନା ଘର କିଣିବେ ?

ଭଡାରେ ରହିଲେ ରହିବେ ଚିନ୍ତାମୁକ୍ତ ଅବସର ପରେ କେମିତି ଦେବେ ଘରଭଡା ? ଘର କିଣିଲେ କମ ଖର୍ଚ୍ଚ ଘର…

By admin

ମାତ୍ର କେଇ ଶହ ଟଙ୍କା ନିବେଶରେ କୋଟିପତି କ୍ଲାଏଣ୍ଟ?

ମାତ୍ର କେଇ ଶହ ଟଙ୍କାରେ ରିୟଲ ଇଷ୍ଟେଟ ବ୍ୟବସାୟରେ କରିପାରିବେ ଏଣ୍ଟ୍ରି ଆପଣଙ୍କ ସମ୍ପତ୍ତି ନେବାକୁ କୋଟିପତି କ୍ଲାଏଣ୍ଟଙ୍କର ଲାଗିବ…

By admin

You Might Also Like

ଆସୁଛି କଣଚାଲିଛି କଣ

ପୁରୀ ପାଇଁ ପ୍ରତିଯୋଗିତା

By admin
ଚାଲିଛି କଣନିୟମକାନୁନ୍

ବେଆଇନ ବିଲ୍ଡିଂରେ ହାତ ମାରିବାକୁ ଭୟ କାହିଁକି?

By admin

Funkcje Iphone Vavada Do grania

By od nest
ଗୁରୁମନ୍ତ୍ରଚାଲିଛି କଣ

ମହିଳାଙ୍କ ନାଁରେ ଘର କିଣିଲେ ମିଳିବ ରିହାତି…କମିଯିବ ଟିକସ ଓ ସୁଧହାର…କଣ ରହିଛି ଅଫର, ପଢନ୍ତୁ OD NESTରେ

By admin
OD NEST
Facebook Twitter Youtube Instagram

About US

OD NEST is Odisha’s dedicated digital platform for real estate and urban development news. We provide timely, accurate coverage of the state’s real estate landscape. Our mission is to empower our readers with insights and stories, especially those impacted by civil and revenue issues, while maintaining the highest standards of journalistic integrity.

Categories
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
.
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
Usefull Links
  • Contact Us
  • Advertise With Us
  • Privacy Policy
Welcome Back!

Sign in to your account

Username or Email Address
Password

Lost your password?