Wednesday, 31 Dec 2025
Facebook Twitter Youtube Instagram
OD NEST
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Font ResizerAa
OD NESTOD NEST
Search
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ସମ୍ପତ୍ତି@ ସାରା ଦେଶ
  • ନିୟମକାନୁନ୍
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Have an existing account? Sign In
Follow US
© 2024 OD NEST
OD NEST > ଆସୁଛି କଣ > ଟେନସନ୍ ଯିବ, ଆଉ ବ୍ୟାଙ୍କ ଦୌଡିବାକୁ ପଡିବନି!
ଆସୁଛି କଣ

ଟେନସନ୍ ଯିବ, ଆଉ ବ୍ୟାଙ୍କ ଦୌଡିବାକୁ ପଡିବନି!

admin
Last updated: September 6, 2024 8:26 pm
admin
Share
SHARE
Spread the love

ଘର କରିବାକୁ ଆଉ ଚିନ୍ତା ନାହିଁ, ଅମ୍ବାନି ଅଛନ୍ତି
ଘର ସ୍ୱପ୍ନ ପୂରା କରିବ ଜିଓ ଫାଇନାନ୍ସିଆଲ
ଗୃହ ଋଣ ପାଇଁ ଦୌଡିବାକୁ ପଡିବନି ବ୍ୟାଙ୍କ
ମାତ୍ର କେତୋଟି କ୍ଲିକରେ ଛିଡା ହେବ ସ୍ୱପ୍ନର ଘର

ଓଡ଼ି ନେଷ୍ଟ : ଘର ନହେଲା ନାହିଁ, ଚାଳ ଘରେ ରହିଯିବି, ନହେଲେ ପ୍ରଧାନମନ୍ତ୍ରୀ ଆବାସକୁ ଅପେକ୍ଷା କରିବି । କିନ୍ତୁ ଆଉ ବ୍ୟାଙ୍କ ଯାଇ ମ୍ୟାନେଜର ଆଗରେ ଗୋଡ ଭାଙ୍ଗି ଛିଡା ହେବିନି କି ସମୟ ସାରିବିନି । ୬ ମାସ ହେଲାଣି ଦୌଡୁଛି, ଗୋଟିଏ ପାଲା ଚଲାଇଛନ୍ତି । ଆଜି ଆ, କାଲି ଆସ କହି ବାଆଁରଉଛନ୍ତି । କେତେବେଳେ ଏ କାଗଜପତ୍ର ଠିକ ନାହିଁ, କେତେବେଳେ ମ୍ୟାନେଜର ନାହାନ୍ତି ଏମିତି କହି କହି ୬ ମାସ ସାରିଦେଲେଣି । ବ୍ୟାଙ୍କ ଋଣ ନଦେଲେ ଯେମିତି ଘର ହେବନି । ଗାଁ ମୁଣ୍ଡ ପୋଖରୀରେ ରଞ୍ଜିଆ ଦାଦାକୁ ଏମିତି କହୁଥିଲା ଭଗିଆ ଦଦା । କାନେଇକି ସବୁ ଶୁଣୁଥିଲା ୨୨ ବର୍ଷର ଟୋକା ସିପୁ । କହିଲା, ଭଗିଆ ଦାଦା ଏଇ ଗୋଟିଏ କାମ ପାଇଁ ୬ ମାସ ହେଲାଣି ଚପଲ ଘୋରୁଛ । ମୋବାଇଲରେ ଯେଉଁ କାମ ହେବ ସେଥିପାଇଁ ଚପଲ ଘୋରିବା କଣ ଦରକାର । ବ୍ୟସ୍ତ ହୁଅନି ଆଉ ଦିନ କେଇଟାରେ ଏଇ ପୋଖରୀ ପାଖରେ ବସି ହୋମ ଲୋନ କରିଦେବା । ଭଗିଆ ଦାଦା ପଚାରୁଥାଏ, ସତରେ ନା କଣ ସିପୁ । କିଏ ଆମକୁ ଦେବ ଏତେ ଟଙ୍କାର ଲୋନ୍ । ସିପୁର ଉତ୍ତର, ଜିଓ ଫାଇନାନ୍ସିଆଲ । ଭଗିଆ ଦାଦା ଭାରି ଉତ୍ସାହିତ ହୋଇ ପଚାରୁଥାଏ କେବେ ମିଳିବ? ସିପୁ କହୁଥାଏ, ଦାଦା ଏତେ ଦିନ ଅପେକ୍ଷା କଲ, ଆଉ ଦିନ କେଇଟା ଅପେକ୍ଷା କର । ଜିଓ ଫାଇନାନ୍ସିଆଲ ଯେଉଁ ହୋମ ଲୋନ ଦେବାକୁ ନିଷ୍ପତ୍ତି ନେଇଛି ତାହା ଏବେ ଆଡଭାନ୍ସ ଷ୍ଟେଜରେ ଅଛି । ଖୁବଶୀଘ୍ର ଖୁସିଖବର ମିଳିବ ।

ଆଜ୍ଞା ହଁ… ସିପୁର କଥାରେ ପୂରା ସତ୍ୟତା ଅଛି । କାରଣ ଅଗଷ୍ଟ ୩୦ରେ କମ୍ପାନିର ପ୍ରଥମ ବାର୍ଷିକ ସାଧାରଣ ବୈଠକରେ ଏନେଇ ଘୋଷଣା କରିଛନ୍ତି ଏମଡି ତଥା ସିଇଓ ହିତେଶ ସେଠିଆ । କମ୍ପାନି ଖୁବଶୀଘ୍ର ହୋମ ଲୋନ ସୁବିଧା ଆଣିବାକୁ ଯାଉଛି । ଏନେଇ ସେୟାରହୋଲଡୋରଙ୍କୁ ସୂଚନା ଦିଆଯାଇଛି । କେବଳ ଏତିକି ନୁହେଁ ସମ୍ପତ୍ତି ପ୍ରତିବଦଳରେ ଋଣ ବ୍ୟବସ୍ଥା ଉପରେ ମଧ୍ୟ କମ୍ପାନି କାମ କରୁଛି । ଯାହାକୁ ଅଳ୍ପ ଦିନର ଅବଧି ଭିତରେ ମାର୍କେଟରେ ଲଞ୍ଚ କରିବାକୁ ବିଚାର ଚାଲିଛି ।

ଜିଓ ଫାଇନାନ୍ସିଆଲରେ କଣ ଲାଭ ମିଳିପାରେ?

– ଡିଜିଟାଲ ଟେକ୍ନୋଲୋଜି ଜରିଆରେ ମିଳିପାରେ ଋଣ
– ବ୍ୟାଙ୍କ ଭଳି କମ୍ପାନିର ଅଫିସକୁ ବାରମ୍ବାର ଦୌଡିବାକୁ ପଡିନପାରେ
ତେବେ ଜିଓ ଫାଇନାନ୍ସିଆଲ ଗୃହ ଋଣ ପାଇଁ ଯେଉଁ ବ୍ୟବସ୍ଥା ଆଣିବାକୁ ଯାଉଛି ସେଥିପାଇଁ ନିର୍ଦ୍ଦିଷ୍ଟ ଗାଇଡଲାଇନ ଏଯାଏଁ ଆସିନାହିଁ । ଗୃହ ଋଣ ପାଇଁ କେମିତି ଆବେଦନ କରିବେ, ଏଥିପାଇଁ କଣ ଆବଶ୍ୟକ, କେଉଁ ଆଧାରରେ ଗୃହ ଋଣ ମିଳିବ ସେନେଇ କମ୍ପାନି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ । ଜିଓ ଫାଇନାନ୍ସ ପକ୍ଷରୁ ଆସିବାକୁ ଏହି ଗୃହ ଋଣ ସୁବିଧା ଘର କରିବାକୁ ସ୍ୱପ୍ନ ଦେଖୁଥିବା କୋଟି କୋଟି ପରିବାର ପାଇଁ ଖୁସି ଖବର ଆଣି ଦେଇଛି ।

Share This Article
Twitter Email Copy Link Print
Previous Article ମାତ୍ର କେଇ ଶହ ଟଙ୍କା ନିବେଶରେ କୋଟିପତି କ୍ଲାଏଣ୍ଟ?
Next Article ଭଡାଘରେ ରହିବେ ନା ଘର କିଣିବେ ?
Leave a comment

Leave a Reply Cancel reply

Your email address will not be published. Required fields are marked *

- Advertisement -
Ad image

Popular Posts

କାହିଁକି ଚନ୍ଦ୍ରରେ ଘର କରିବାକୁ ଇଚ୍ଛା କଲାଣି ମଣିଷ? ଏ ଭିଡ଼ ଆଉ ଭଲ ଲାଗୁନି ନା ଘରଦ୍ୱାର ଚଢ଼ା ଦର ପାଇଁ ଏମିତି ଭାବିଲାଣି ମଣିଷ ?

ଓଡ଼ି ନେଷ୍ଟ : ଜହ୍ନ ରାଇଜରେ ଜାଗାଟେ କିଣିଛି... ତାରା ଫୁଲରେ ଘରଟେ କରିଛି...। ସୁରେଶ ୱାଡ଼କର ଗାଇଥିବା ଏହି…

By admin

ମହିଳାଙ୍କ ନାଁରେ ଘର କିଣିଲେ ମିଳିବ ରିହାତି…କମିଯିବ ଟିକସ ଓ ସୁଧହାର…କଣ ରହିଛି ଅଫର, ପଢନ୍ତୁ OD NESTରେ

ଓଡ଼ି ନେଷ୍ଟ  : ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ । ଭଲ ରିହାତି ମିଳିଯିବ ସ୍ତ୍ରୀ ନାଁରେ ଘରଟେ…

By admin

ବିଡ଼ିଏକୁ ଘାଣ୍ଟୁଛି ରେରା, ଘାଟିକିଆ ପ୍ରକଳ୍ପର ଭବିଷ୍ୟତ ଅନ୍ଧାର

ଅଧାବାଟରେ ବିଡିଏର ଘାଟିକିଆ ପ୍ରକଳ୍ପ, ରେରା ତାଲିକାରେ ବିଡିଏ ହେଉଛି ଖିଲାପି ନଂ ୩୦୮ ସମ୍ଭବତଃ ଆପଣ ଏ ଶିରୋନାମା…

By admin

You Might Also Like

ଆସୁଛି କଣ

କେଉଁଠି ବସିବ ନୂଆ ଭୁବନେଶ୍ୱର ?

By admin
ଆସୁଛି କଣଚାଲିଛି କଣ

ପ୍ରସ୍ତାବିତ ନୂଆ ଭୁବନେଶ୍ୱରର ବି ଭାସିବ!

By admin
ଆସୁଛି କଣଚାଲିଛି କଣ

ପୁରୀ ପାଇଁ ପ୍ରତିଯୋଗିତା

By admin
OD NEST
Facebook Twitter Youtube Instagram

About US

OD NEST is Odisha’s dedicated digital platform for real estate and urban development news. We provide timely, accurate coverage of the state’s real estate landscape. Our mission is to empower our readers with insights and stories, especially those impacted by civil and revenue issues, while maintaining the highest standards of journalistic integrity.

Categories
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
.
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
Usefull Links
  • Contact Us
  • Advertise With Us
  • Privacy Policy
Welcome Back!

Sign in to your account

Username or Email Address
Password

Lost your password?