Wednesday, 31 Dec 2025
Facebook Twitter Youtube Instagram
OD NEST
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Font ResizerAa
OD NESTOD NEST
Search
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ସମ୍ପତ୍ତି@ ସାରା ଦେଶ
  • ନିୟମକାନୁନ୍
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Have an existing account? Sign In
Follow US
© 2024 OD NEST
OD NEST > ଆସୁଛି କଣ > କେଉଁଠି ବସିବ ନୂଆ ଭୁବନେଶ୍ୱର ?
ଆସୁଛି କଣ

କେଉଁଠି ବସିବ ନୂଆ ଭୁବନେଶ୍ୱର ?

admin
Last updated: September 7, 2024 5:57 am
admin
Share
SHARE
Spread the love

ନୂଆ ଭୁବନେଶ୍ୱର…ନୂଆ ଭୁବନେଶ୍ୱର…ନୂଆ ଭୁବନେଶ୍ୱର…

ଓଡ଼ି ନେଷ୍ଟ : କେଉଁଠି ବସିବ ନୂଆ ଭୁବନେଶ୍ୱର ? ରାଜଧାନୀର କେଉଁ ପଟେ ? କେତେ ଜାଗାରେ ବସିବ ନୂଆ ଭୁବନେଶ୍ୱର ? କେବେ ସୁଦ୍ଧା ବସିବ ନୂଆ ଭୁବନେଶ୍ୱର ? କାମ ଆାରମ୍ଭ ହେଲାଣି ନା ନାଇଁ ? କାହା ପାଇଁ କି ସୁଯୋଗ ଅଛି ନୂଆ ଭୁବନେଶ୍ୱରରେ ? ନୂୂଆ ଭୁବନେଶ୍ୱରରୁ କାହାର କି ଫାଇଦା ? ଆଗକୁ ବଢନ୍ତୁ

ଦାସପୁର- ଗୋଠପାଟଣା

ଏଇଠି ବସିବ ଭୁବନେଶ୍ୱରର ନୂଆ ସ୍ମାର୍ଟ ସହର

ନୂଆ ଭୁବନେଶ୍ୱର। ହଁ ଆପଣ ଠିକ୍ ଶୁଣିଛନ୍ତି। ନୂଆ ସ୍ବପ୍ନ ଓ ନୂଆ ସମ୍ଭାବନାକୁ ଧରି ରଖି ପାରୁୁଥିବା ଏକ ଅତ୍ୟାଧୁନିକ ସ୍ମାର୍ଟ ସହର। ବର୍ତ୍ତମାନ କ୍ୟାପିଟାଲ ସିଟିର କ୍ରମବର୍ଦ୍ଧିଷ୍ଣୁ କଳେବରକୁ ଦେଖି ଭୁବନେଶ୍ୱରକୁ ଲାଗି ଏକ ନୂଆ ସ୍ମାର୍ଟ ସହରର ପରିକଳ୍ପନା ଆରମ୍ଭ ହୋଇଯାଇଛି। ଖାଲି ପରିକଳ୍ପନା ନୁହେଁ, ଏ ଦିଗରେ ପ୍ରଥମ ପଦକ୍ଷେପ ସ୍ବରୂପ ସମ୍ଭାବ୍ୟ ନୂଆ ସହରର ଭବିଷ୍ୟତ କଳେବରକୁ ଦୃଷ୍ଟିରେ ରଖି ଏଥିପାଇଁ ଖୁବଶୀଘ୍ର ଏକ ଉନ୍ନତ ବଜାର ବ୍ୟବସ୍ଥାର ଅଧ୍ୟୟନ ପାଇଁ ଯୋଜନା ଆରମ୍ଭ ହୋଇଛି। ଏଇ ଯୋଜନା କରୁଛି ଭୁବନେଶ୍ୱର ଡେଭଲପମେଣ୍ଟ ଅଥରିଟି-BDA।

ନୂୂଆ ଭୁବନେଶ୍ୱର ଲାଗି ନୂଆ ପ୍ଲାନ : BDA କରିବ ବଜାର ଦକ୍ଷତାର ମୂଲ୍ୟାଙ୍କନ
ଭବିଷ୍ୟତ ସହର ପାଇଁ ଏକ ନୂତନ ପଦକ୍ଷେପ

ନୂଆ ସହର, ନୂଆ ଆଶା:

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(BDA),  ଦାସପୁର ଏବଂ ଗୋଠପାଟଣାର ସୀମାବର୍ତ୍ତୀ ଅଞ୍ଚଳରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ନୂତନ ସହର ପାଇଁ ମାର୍କେଟ୍ ଫିଜିବିଲିଟି ଷ୍ଟଡିଜ୍ ବା ବଜାର ଦକ୍ଷତା ଅଧ୍ୟୟନର ଯୋଜନା କରିଛି। ୪୦୦ ହେକ୍ଟର ପରିମିତ ଜମିରେ ବ୍ୟାପ୍ତ ହେବାକୁ ଥିବା ଏଇ ସହରରେ ଇନୋଭେସନ ହବ୍, ମିକ୍ସଡ ୟୁଜ୍ ହବ୍ ଏବଂ ଏକ ଇକୋଲଜିକାଲ ହବ ମଧ୍ୟ ରହିବ।

ବିଶେଷଜ୍ଞ ଏଜେନ୍ସି କରିବ ମୂଲ୍ୟାୟନ:

BDA ଏକ ବିଶେଷଜ୍ଞ ଏଜେନ୍ସିକୁ ନିଯୁକ୍ତ କରିବାକୁ ପ୍ରସ୍ତାବ ରଖିଛି, ଯାହା ପ୍ରସ୍ତାବିତ ସହରରେ ରିଏଲ୍ ଇଷ୍ଟେଟ୍ ବିକାଶ, ହସ୍ପିଟାଲିଟି ସେକ୍ଟରର ବିସ୍ତାର, ଶିଳ୍ପ କରିଡୋରର ଗଠନ, ଏବଂ ଆଇ.ଟି ଏବଂ ଆଇ.ଟି.ଏସ୍ ହବ୍ ସୃଷ୍ଟିର ସମ୍ଭାବନାକୁ ମୂଲ୍ୟାୟନ କରିବ। ଏହି ଏଜେନ୍ସି କେବଳ ଯେ ବଜାର ଅନୁକୂଳ ବାତାବରଣର ଅନୁସନ୍ଧାନ କରିବ ତାହା ନୁହେଁ, ବରଂ ପ୍ରକଳ୍ପ କାମକୁ ଆଗକୁ ବଢାଇବା ଦିଗରେ BDAର ମାର୍ଗଦର୍ଶନ ବି କରିବ।

ଭବିଷ୍ୟତ ବିକାଶ ପାଇଁ ଧାରଣା:

ନୂଆ ସହର ପାଇଁ ପୂରା ବଜାର ଦକ୍ଷତାର ଅଧ୍ୟୟନ ପରେ, BDA ପାଖରେ ମାର୍କେଟ ଟ୍ରେଣ୍ଡ ବା ବର୍ତ୍ତମାନର ବଜାରଧାର ଏବଂ ସମ୍ଭାବ୍ୟ ବିକାଶ କାର୍ଯ୍ୟକ୍ରମ ସଂପର୍କିତ ଏକ ସ୍ପଷ୍ଟ ଚିତ୍ର ବା ଧାରଣା ଆସିଯିବ। ଯାହା ଏକ ଯୋଜନାବଦ୍ଧ ସହରର ଭିତ୍ତିଭୂମି ପ୍ରତିଷ୍ଠାରେ ସହାୟକ ହେବ। BDA ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରସ୍ତାବିତ ନୂଆ ସହର ଏହାର ଅନ୍ତେବାସୀଙ୍କୁ ଯେପରି ଏକ ଆବାସିକ, ମନୋରଞ୍ଜନାତ୍ମକ ଏବଂ କାର୍ଯ୍ୟାନୁକୂଳ ପରିବେଶ ଯୋଗାଇ ଦେବ, ସେ ଦିଗରେ ହିଁ ସବୁ କିଛି ଡିଜାଇନ୍ ପ୍ରସ୍ତୁତିରେ ଏଜେନସି ଦ୍ବାରା ପ୍ରସ୍ତୁତ ଅଧ୍ୟୟନଟି ସଂପୂର୍ଣ୍ଣ ଦିଶା ନିର୍ଦ୍ଦେଶ କରିବ।

କେନ୍ଦ୍ର ଚାହୁଁଛି ନୂଆ ଭୁବନେଶ୍ୱର:

ଗତ ଜାନୁଆରୀ ମାସରେ ହିଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଡିଏ ଏଇ ନୂଆ ସହରର ପରିକଳ୍ପନା କରିଛି। ସବୁଠୁ ବଡ଼ କଥା ହେଉଛି ୟା ପଛରେ ରହିଛି କେନ୍ଦ୍ର ଗୃହ ଓ ସହରୀ ବ୍ୟାପାର ମନ୍ତ୍ରାଳୟର ଦିଶା ନିର୍ଦ୍ଦେଶ। ଅର୍ଥାତ କେନ୍ଦ୍ର ଚାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଡିଏ କରିଛି ଏ ପରିକଳ୍ପନା। ଏଥିପାଇଁ ମନ୍ତ୍ରାଳୟ ଦେଶରେ ଏଭଳି ନୂଆ ୮ଟି ସହରର ବିକାଶ ପାଇଁ ରାଜ୍ୟ ସରକାରମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛି।

ଗୋଠପାଟଣା ଓ ଦାସପୁରରେ କାହିଁକି?

ନୂଆ ସହର ପାଇଁ ଗ୍ରୀନ୍ ଫିଲ୍ଡ ସାଇଟ୍ ଭାବେ ଗୋଠପାଟଣା ଓ ଦାସପୁରକୁ ଚୟନ କରାଯାଇଛି।
କାରଣ-ଗୋଠପାଟଣା ଏବଂ ଦାସପୁରରେ ଅଧିକାଂଶ ଜମି ସରକାରୀ।
ବେସରକାରୀ ଜମି କମ ଥିବାରୁ ନୂଆ ସହର ପାଇଁ ସରକାରଙ୍କୁ ଜମି ଅଧିଗ୍ରହଣର ବିଶେଷ ଟେନସନ ରହିବନି।
ଜମି ଅଧିଗ୍ରହଣର ପ୍ରାୟତଃ ଆବଶ୍ୟକତା ନଥିବାରୁ ପ୍ରକଳ୍ପ କାର୍ଯ୍ୟ ନିର୍ବାଧାରେ ଦ୍ରୁତ ଗତିରେ ଚାଲି ପାରିବ।
୮,୧୭୯ କୋଟି ଟଙ୍କାର ବିନିଯୋଗ:
ନୂଆ ଭୁବନେଶ୍ବର ପାଇଁ BDA ସର୍ବମୋଟ ୮,୧୭୯ କୋଟି ଟଙ୍କାର ବିନିଯୋଗର ପ୍ରସ୍ତାବ ରଖିଛି।
ଯାହା ମଧ୍ୟରୁ ୬,୦୭୯ କୋଟି ଟଙ୍କା ପ୍ରସ୍ତାବିତ କ୍ଷେତ୍ରର ବିକାଶ ଏବଂ ୨,୧୦୦ କୋଟି ଟଙ୍କା ଢାଞ୍ଚାଗତ ବିକାଶ ଉପରେ ବ୍ୟୟ କରାଯିବ।

କାହିଁକି ନୂଆ ଭୁବନେଶ୍ୱର ?

ଭୁବନେଶ୍ୱରର ମୁଖ୍ୟ ଅଞ୍ଚଳରେ ବିକାଶ ଲାଗି ସମ୍ଭାବନା ସୀମିତ। ଫଳରେ ଲୋକଙ୍କ ବାସଗୃହର ଆବଶ୍ୟକତା ଏବେ କେବଳ ନଭଶ୍ଚୁମ୍ଭୀ ଆପାର୍ଟମେଣ୍ଟ ଉପରେ ନିର୍ଭରଶୀଳ। ସେଥିପାଇଁ ବି ସ୍ଥାନ ସରି ସରି ଆସୁଛି। ତେଣୁ କ୍ୟାପିଟାଲ ସିଟି ପାଖରେ ନୂଆ ସ୍ମାର୍ଟ ସହର ବର୍ତ୍ତମାନ ସମୟର ଆବଶ୍ୟକତା।…

ଆପଣ ପ୍ରସ୍ତୁତ ତ ନୂଆ ଭୁବନେଶ୍ୱରକୁ ନିଜ ସ୍ବପ୍ନର ଅଂଶ କରିବାକୁ। ତାହେଲେ ଏଇଭଳି ଅଧିକରୁ ଅଧିକ ଅପଡେଟ୍ ପାଇଁ ଓଡ଼ିଶାର ପ୍ରଥମ ରିୟଲ ଇଷ୍ଟେଟ୍ ନ୍ୟୁଜ୍ ଇକୋସିଷ୍ଟମ ଓଡି ନେଷ୍ଟରେ  ଯୋଡ଼ି ହୋଇ ରୁହନ୍ତୁୁ।

Share This Article
Twitter Email Copy Link Print
Previous Article ଘର କିଣୁଛନ୍ତି : ଆପଣଙ୍କ ଏଜେଣ୍ଟ ଲାଇସେନ୍ସ ପାଇଛନ୍ତି ତ…?
Next Article କାହିଁକି OD NEST ?
Leave a comment

Leave a Reply Cancel reply

Your email address will not be published. Required fields are marked *

- Advertisement -
Ad image

Popular Posts

ଫ୍ଲାଟ କିଣିବା ବେଳେ ହୁଅନ୍ତୁ ସତର୍କ…ସୁପର ଏରିଆ ନାଁରେ ବିଲଡର ମାରୁଛି ଚୂନା, କେମିତି ବର୍ତ୍ତିବେ ଠକେଇରୁ ? ପଢନ୍ତୁ ପୂରା ଖବର…

-ସୁପର ବିଲ୍ଟଅପ ଏରିଆ ନାଁରେ ମହାଘୋଟାଲା -ଡବଲ୍ ଟଙ୍କା ଗଣୁଛନ୍ତି ଗ୍ରାହକ -ସରକାରୀ ନିୟମ ଭାଙ୍ଗି ଚାଲିଛି ବେପାର ଆପଣ…

By admin

ଭଡାଘରେ ରହିବେ ନା ଘର କିଣିବେ ?

ଭଡାରେ ରହିଲେ ରହିବେ ଚିନ୍ତାମୁକ୍ତ ଅବସର ପରେ କେମିତି ଦେବେ ଘରଭଡା ? ଘର କିଣିଲେ କମ ଖର୍ଚ୍ଚ ଘର…

By admin

ଶ୍ରୀଗଣେଶଙ୍କ ମୂର୍ତ୍ତି ଆପଣ ନିଜ ଘରେ ଠିକ୍ ଜାଗାରେ ଓ ଠିକ୍ ଦିଗରେ ରଖନ୍ତୁ

ଓଡ଼ି ନେଷ୍ଟ : ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟଙ୍କୁ ସ୍ମରଣ କରି କୌଣସି କାମ ଆରମ୍ଭ କଲେ…

By admin

You Might Also Like

ଆସୁଛି କଣଚାଲିଛି କଣ

ପ୍ରସ୍ତାବିତ ନୂଆ ଭୁବନେଶ୍ୱରର ବି ଭାସିବ!

By admin
ଆସୁଛି କଣ

ଟେନସନ୍ ଯିବ, ଆଉ ବ୍ୟାଙ୍କ ଦୌଡିବାକୁ ପଡିବନି!

By admin
ଆସୁଛି କଣଚାଲିଛି କଣ

ପୁରୀ ପାଇଁ ପ୍ରତିଯୋଗିତା

By admin
OD NEST
Facebook Twitter Youtube Instagram

About US

OD NEST is Odisha’s dedicated digital platform for real estate and urban development news. We provide timely, accurate coverage of the state’s real estate landscape. Our mission is to empower our readers with insights and stories, especially those impacted by civil and revenue issues, while maintaining the highest standards of journalistic integrity.

Categories
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
.
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
Usefull Links
  • Contact Us
  • Advertise With Us
  • Privacy Policy
Welcome Back!

Sign in to your account

Username or Email Address
Password

Lost your password?