Wednesday, 31 Dec 2025
Facebook Twitter Youtube Instagram
OD NEST
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Font ResizerAa
OD NESTOD NEST
Search
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ସମ୍ପତ୍ତି@ ସାରା ଦେଶ
  • ନିୟମକାନୁନ୍
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Have an existing account? Sign In
Follow US
© 2024 OD NEST
OD NEST > ଗୁରୁମନ୍ତ୍ର > ସାବଧାନ ଅସାଧୁ ବିଲଡର… ଆଉ ଚଳିବନି ମନମାନି, ବାଜିଲା ‘ସୁପ୍ରିମ୍‌’ ଛାଟ । ପୂରା ଖବର କଣ ପଢନ୍ତୁ, କେବଳ OD NESTରେ
ଗୁରୁମନ୍ତ୍ରନିୟମକାନୁନ୍

ସାବଧାନ ଅସାଧୁ ବିଲଡର… ଆଉ ଚଳିବନି ମନମାନି, ବାଜିଲା ‘ସୁପ୍ରିମ୍‌’ ଛାଟ । ପୂରା ଖବର କଣ ପଢନ୍ତୁ, କେବଳ OD NESTରେ

admin
Last updated: September 9, 2024 4:21 pm
admin
Share
SHARE
Spread the love

# ଅସଂପୂର୍ଣ୍ଣ ଏବଂ ଅଗ୍ନିନିର୍ବାପନ କ୍ଲିୟରାନ୍ସ ସାର୍ଟିଫିକେଟ୍ ବିନା ଫ୍ଲାଟ୍ ପ୍ରଦାନ କରିପାରିବେନି ରିୟଲ ଇଷ୍ଟେଟ୍ ସଂସ୍ଥା

# ନିୟମ ଖିଲାପୀ ପାଇଁ ରିୟଲ ଇଷ୍ଟେଟ୍ ଡେଭଲପରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

ଓଡ଼ି ନେଷ୍ଟ : ନିକଟରେ ଆପଣ ଫ୍ଲାଟ୍ ବୁକ୍ କରିଛନ୍ତି କି ? ଏନେଇ ପ୍ଲାନିଂ କରୁଛନ୍ତି କି ? ଯଦି ହଁ ତାହେଲେ ସତର୍କ ହୋଇଯାଆନ୍ତୁ, ଠକେଇରୁ ବର୍ତ୍ତନ୍ତୁ। ପୂରା ଖବର କ’ଣ ଜାଣିବାକୁ ଆଗକୁ ବଢନ୍ତୁ।….

OD NEST ପକ୍ଷରୁ ଏ ବଢିଆ ଖବର କେବଳ ଆପଣଙ୍କ ପାଇଁ। କାରଣ ହୋମ୍ ବାୟର ବା ଗୃହ କ୍ରେତାଙ୍କ ସ୍ବାର୍ଥ ରକ୍ଷା ସପକ୍ଷରେ ସୁପ୍ରିମକୋର୍ଟ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ରିୟଲ ଇଷ୍ଟେଟ୍ ଡେଭଲପରମାନେ କ୍ରେତାଙ୍କୁ ଏଣିକି ଆଉ ଅସଂପୂର୍ଣ୍ଣ ଫ୍ଲାଟ କିମ୍ବା ଫାୟାର ଫାଇଟିଂ ବ୍ୟବସ୍ଥାର ବୈଧ ପ୍ରମାଣପତ୍ର ବିନା ଫ୍ଲାଟ୍ ହସ୍ତାନ୍ତର କରିପାରିବେ ନାହିଁ। କ୍ରେତା ବା ଗ୍ରାହକଙ୍କୁ ଆଗ କମ୍ପ୍ଲିସନ୍ ସାର୍ଟିଫିକେଟ୍ ଏବଂ ବୈଧ ଅଗ୍ନିନିର୍ବାପନ ପ୍ରମାଣପତ୍ର ଦିଆଯିବ, ତା ପରେ ଫ୍ଲାଟ୍ ପଜେସନ୍ । ଏଇ ଦୁଇ ସାର୍ଟିଫିକେଟ୍ ବିନା ଫ୍ଲାଟ ହସ୍ତାନ୍ତରକୁ କନ୍ୟୁଜମର ପ୍ରୋଟେକ୍ସନ୍ ଆକ୍ଟ ଅନୁଯାୟୀ ଡେଫିସିଏନ୍ସି ଇନ ସର୍ଭିସ୍ ବା ସେବା ପ୍ରଦାନରେ ଅଭାବକୁ ଦର୍ଶାଯିବ ଏବଂ ଫ୍ଲାଟକୁ ବୈଧ ବୋଲି ବିବେଚନା କରାଯିବ ନାହିଁ।

ଏସଂକ୍ରାନ୍ତ ଏକ ମାମଲାର ବିଚାର କରି ଜଷ୍ଟିସ୍ ବିକ୍ରମ ନାଥ ଏବଂ ପ୍ରସନ୍ନା ଭାଲଚନ୍ଦ୍ର ଭାରାଲେଙ୍କ ଦ୍ବାରା ଗଠିତ ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ ଏହି ବଡ଼ ରାୟ ଦେଇଛନ୍ତି। କେବଳ ସେତିକି ନୁହେଁ ମାମଲାରେ ଆବେଦନାକାରୀଙ୍କୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଖିଲାପୀ ଆଗ୍ରା ଡେଭଲପମେଣ୍ଟ ଅଥରିଟି ବା ADAକୁ ନିର୍ଦ୍ଦେଶ ଦେଇଛନ୍ତି।

ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି,  ଏକ୍ଷେତ୍ରରେ ADA  ଉତ୍ତରପ୍ରଦେଶ ଆପାର୍ଟମେଣ୍ଟ ଆକ୍ଟ ଏବଂ RERA ଆକ୍ଟ, ୨୦୧୬ର ସଂପୂର୍ଣ୍ଣ ଉଲ୍ଲଂଘନ କରିଛି। ଯେଉଁଥିରେ ପଜେସନ୍ ବା ମାଲିକାନା ଦେବା ପୂର୍ବରୁ ହୋମ୍ ବାୟାରଙ୍କୁ ଏସବୁ ସାର୍ଟିଫିକେଟ୍ ପ୍ରଦାନକୁ ବାଧ୍ୟତାମୂଳକ କରାଯାଇଛି। ତେଣୁ ଆବଶ୍ୟକ ସମସ୍ତ ପ୍ରମାଣପତ୍ର ବିନା ହସ୍ତାନ୍ତର ହୋଇଥିବା ସଂପତ୍ତି ବେଆଇନ୍ ଏବଂ ଏପରି ସ୍ଥଳରେ ଜଣେ କ୍ରେତାଙ୍କୁ ଫ୍ଲାଟର ମାଲିକାନା ନେବାକୁ ବାଧ୍ୟ କରାଯାଇ ପାରିବନି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, ଧର୍ମେନ୍ଦ୍ର ଶର୍ମା ନାମକ ଜଣେ ବ୍ୟକ୍ତି ଉତ୍ତରପ୍ରଦେଶ ସରକାର ଅଧିନସ୍ଥ ADAରେ ଏକ ଫ୍ଲାଟ୍ ବୁକ୍ କରିଥିଲେ। ହେଲେ ଫ୍ଲାଟ୍ ହସ୍ତାନ୍ତର ବେଳେ ନିୟମ କାନୁନକୁ ଜଳାଞ୍ଜଳି ଦେଇଏ ଏଡିଏ ତାଙ୍କୁ କମ୍ପ୍ଲିସନ୍ ସାର୍ଟିଫିକେଟ୍ ଏବଂ ଫାୟାର ଫାଇଟିଂ କ୍ଲିୟରାନ୍ସ ସାର୍ଟିଫିକେଟ୍ ନ ଦେଇ ସମୟ ଗଡ଼ାଇ ଚାଲିଥିଲା। ଏପରିକି ଏନେଇ ସେ ଗ୍ରାହକ ସେବା ଆୟୋଗର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏଡିଏ ସାର୍ଟିଫିକେଟ୍ ଦାଖଲରେ ବିଫଳ ରହିଥିଲା। ଫଳରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।

ସର୍ବୋଚ୍ଚ ଅଦାଲତଙ୍କ ଏ ରାୟ ନିୟମର ଧଜିଆ ଉଡ଼ାଇ ଗ୍ରାହକଙ୍କୁ ଠକୁଥିବା ଅସାଧୁ ବିଲଡର ଓ ରିୟଲ ଇଷ୍ଟେଟ୍ ଡେଭଲପରଙ୍କ ନିଦ ହଜାଇ ଦେଇଥିଲା ବେଳେ ହୋମ୍ ବାୟରଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ବରଦାନ ସାବ୍ୟସ୍ତ ହୋଇଛି।

Share This Article
Twitter Email Copy Link Print
Previous Article କାହିଁକି OD NEST ?
Next Article ପ୍ଲଟ ଓ ଫ୍ଲାଟ କିଣୁଛନ୍ତି… କିନ୍ତୁ ତା ପୂର୍ବରୁ ପ୍ରମୋଟର ଆପଣଙ୍କୁ ଏକଥା କହିଛନ୍ତି ତ? ନହେଲେ ଠକାମୀରେ ପଡ଼ିବା ନିଶ୍ଚିତ ।
Leave a comment

Leave a Reply Cancel reply

Your email address will not be published. Required fields are marked *

- Advertisement -
Ad image

Popular Posts

ଶ୍ରୀଗଣେଶଙ୍କ ମୂର୍ତ୍ତି ଆପଣ ନିଜ ଘରେ ଠିକ୍ ଜାଗାରେ ଓ ଠିକ୍ ଦିଗରେ ରଖନ୍ତୁ

ଓଡ଼ି ନେଷ୍ଟ : ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟଙ୍କୁ ସ୍ମରଣ କରି କୌଣସି କାମ ଆରମ୍ଭ କଲେ…

By admin

ଘର କିଣୁଛନ୍ତି : ଆପଣଙ୍କ ଏଜେଣ୍ଟ ଲାଇସେନ୍ସ ପାଇଛନ୍ତି ତ…?

ଓଡ଼ି ନେଷ୍ଟ  : ମହାରାଷ୍ଟ୍ରରେ ରିୟଲ ଇଷ୍ଟେଟ ସଂସ୍ଥା ଓ ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣି ପଡିଛି । ଆପଣ ପଚାରିବେ…

By admin

ସହରରେ ଘର ନିର୍ମାଣ : ଅବସର ପରେ ଅନିଚ୍ଛା କାହିଁକି?

ଅବସର ପରେ ‘ଘର’ ତିଆରି କେତେ ଠିକ୍ ? ରିଟାୟାର୍ଡ ପରେ ଲୋକେ ଗାଁ ମୁହାଁ କାହିଁକି ? ଓଡ଼ି…

By admin

You Might Also Like

ଚାଲିଛି କଣନିୟମକାନୁନ୍

ବେଆଇନ ବିଲ୍ଡିଂରେ ହାତ ମାରିବାକୁ ଭୟ କାହିଁକି?

By admin
ନିୟମକାନୁନ୍ସ୍କାମ୍ @ ସ୍କୋୟାର ଫୁଟ

ବେଆଇନ ଆପାର୍ଟମେଣ୍ଟ ପଛର ଖଳନାୟକ କିଏ?

By admin
ଗୁରୁମନ୍ତ୍ରଚାଲିଛି କଣ

ମହିଳାଙ୍କ ନାଁରେ ଘର କିଣିଲେ ମିଳିବ ରିହାତି…କମିଯିବ ଟିକସ ଓ ସୁଧହାର…କଣ ରହିଛି ଅଫର, ପଢନ୍ତୁ OD NESTରେ

By admin
ଗୁରୁମନ୍ତ୍ରଚାଲିଛି କଣନିୟମକାନୁନ୍

ମାତ୍ର କେଇ ଶହ ଟଙ୍କା ନିବେଶରେ କୋଟିପତି କ୍ଲାଏଣ୍ଟ?

By admin
OD NEST
Facebook Twitter Youtube Instagram

About US

OD NEST is Odisha’s dedicated digital platform for real estate and urban development news. We provide timely, accurate coverage of the state’s real estate landscape. Our mission is to empower our readers with insights and stories, especially those impacted by civil and revenue issues, while maintaining the highest standards of journalistic integrity.

Categories
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
.
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
Usefull Links
  • Contact Us
  • Advertise With Us
  • Privacy Policy
Welcome Back!

Sign in to your account

Username or Email Address
Password

Lost your password?