Wednesday, 31 Dec 2025
Facebook Twitter Youtube Instagram
OD NEST
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Font ResizerAa
OD NESTOD NEST
Search
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ସମ୍ପତ୍ତି@ ସାରା ଦେଶ
  • ନିୟମକାନୁନ୍
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Have an existing account? Sign In
Follow US
© 2024 OD NEST
OD NEST > ଗୁରୁମନ୍ତ୍ର > ପ୍ଲଟ ଓ ଫ୍ଲାଟ କିଣୁଛନ୍ତି… କିନ୍ତୁ ତା ପୂର୍ବରୁ ପ୍ରମୋଟର ଆପଣଙ୍କୁ ଏକଥା କହିଛନ୍ତି ତ? ନହେଲେ ଠକାମୀରେ ପଡ଼ିବା ନିଶ୍ଚିତ ।
ଗୁରୁମନ୍ତ୍ରନିୟମକାନୁନ୍

ପ୍ଲଟ ଓ ଫ୍ଲାଟ କିଣୁଛନ୍ତି… କିନ୍ତୁ ତା ପୂର୍ବରୁ ପ୍ରମୋଟର ଆପଣଙ୍କୁ ଏକଥା କହିଛନ୍ତି ତ? ନହେଲେ ଠକାମୀରେ ପଡ଼ିବା ନିଶ୍ଚିତ ।

admin
Last updated: September 11, 2024 5:47 am
admin
Share
SHARE
Spread the love

ଓଡ଼ି ନେଷ୍ଟ  ମଧ୍ୟବିତ୍ତ ପରିବାରର କେହି ଜମି କିମ୍ବା ଘର କିଣିଲେ ଜୀବନଯାକର ପୁଞ୍ଜି ଲଗାଇବାକୁ ପଡିଥାଏ । କିନ୍ତୁ ଯଦି ପ୍ଲଟ କିମ୍ବା ଫ୍ଲାଟ କିଣିବା ବେଳେ କିଛି ଦିଗକୁ ଅଣଦେଖା କରିବେ ତେବେ ସମସ୍ୟାରେ ପଡିବେ ହିଁ ପଡିବେ । ଏବେ ଜମି ଓ ଫ୍ଲାଟ କିଣାବିକାକୁ ନେଇ ପ୍ରତିଦିନ ଠକେଇ ମାମଲା ଥାନାକୁ ଆସୁଛି । ଠିକ୍ ସେହିଭଳି ଏକ ଠକାମୀର ଶିକାର ହୋଇଛନ୍ତି ଆମ ଗାଁ ରାଜେଶ ଭାଇ । ଭୁବନେଶ୍ୱରରେ ବ୍ୟବସାୟ କରନ୍ତି । ଗଲା କେଇଦିନ ତଳେ ଏକ ୮୦ ଲକ୍ଷ ଟଙ୍କାରେ ଫ୍ଲାଟ କିଣିଥିଲେ । କିନ୍ତୁ ଏବେ ସେଠାରେ କାର ରଖିବାକୁ ଜାଗା ନାହିଁ । ବିଲଡର ସଂସ୍ଥାକୁ ଏନେଇ ପଚାରିଲେ କହୁଛି, ବୁକିଂ ବେଳେ ପାର୍କିଂ ନେଇ କୌଣସି ଚୁକ୍ତି ହୋଇନଥିଲା । ଆପଣ ଆମର ଭଲ କ୍ଲାଇଣ୍ଟ ବୋଲି ୨ ଚକିଆ ରଖିବାକୁ ପାର୍କିଂ ପ୍ଲେସ ଦେଇଛୁ । କାନମୁଣ୍ଡ ଆଉଁସି ହୋଇ ରାଜେଶ ଭାଇ କହୁଛି, ଆଉ ଭୁବନେଶ୍ୱରରେ ଫ୍ଲାଟ କିଣିବିନି । ରାଜେଶ ଭାଇଙ୍କ କଥା ଶୁଣିବା ପରେ ସାଧାରଣ ଲୋକଟିର ମନରେ ମଧ୍ୟ ପ୍ରଶ୍ନ ଉଠିବା ସ୍ୱାଭାବିକ, ଭୁବନେଶ୍ୱରରେ ଫ୍ଲାଟ ବା ପ୍ଲଟ କିଣିବି କାହିଁକି, ଠକାମୀରେ ପଡିବି କାହିଁକି? କିନ୍ତୁ ଏହା କଣ ସଲ୍ୟୁସନ କି? ଆପଣ ଫ୍ଲାଟ କିମ୍ବା ପ୍ଲଟ କିଣିବା ପୂର୍ବରୁ ରେରା ନିୟମ ବାବଦରେ ଜାଣିଗଲେ କଥା ସରିଲା । ନା କେହି ଠକିପାରିବେ ନା ଆପଣ ରାଜେଶ ଭାଇଙ୍କ ଭଳି ହଇରାଣ ହରକତ ହେବେ ।

ପ୍ଲଟ କିମ୍ବା ଫ୍ଲାଟ କିଣୁଥିଲେ, ଜାଣିରଖନ୍ତୁ—

– ଆପଣ କିଣିବାକୁ ଚାହୁଁଥିବା ପ୍ଲଟ କିମ୍ବା ଫ୍ଲାଟ ରେରା ଓଡ଼ିଶା ଦ୍ୱାରା ପଞ୍ଜିକୃତ କି?
– କିଣିବାକୁ ଥିବା ପ୍ରକଳ୍ପର ପଞ୍ଜୀକରଣ ନମ୍ବର ଓରେରା ଅକ୍ଷରରୁ ଆରମ୍ଭ ହେଉଛି ନା ନାହିଁ?
– ବୁକିଂ ସମୟରେ ପ୍ରମୋଟର ପ୍ଲଟ/ଫ୍ଲାଟର ମୋଟ ମୂଲ୍ୟର ୧୦%ରୁ ଅଧିକ ଟଙ୍କା ମାଗୁଛନ୍ତି କି?
– ବୁକିଂ ଟଙ୍କା ପାଇବା ପରେ ପ୍ରମୋଟର ଆପଣଙ୍କ ସହ ବିକ୍ରୟ ପାଇଁ ପଞ୍ଜିକୃତ ଚୁକ୍ତି ସ୍ୱାକ୍ଷର କରୁଛନ୍ତି ନା ନାହିଁ?
– ପ୍ରମୋଟର ଆପଣଙ୍କୁ ଆବଣ୍ଟିତ ପତ୍ର ଫର୍ମାଟ ନିହାତି ଦେବା ଆବଶ୍ୟକ
– ଆବଣ୍ଟନ ପତ୍ରର ଫର୍ମାଟରେ ପାର୍କିଂ ସ୍ଥାନ ବା ଗ୍ୟାରେଜର ଉଲ୍ଲେଖ ରହିଛି କି ନାହିଁ ଦେଖନ୍ତୁ?
– ଅଧାରୁ ଅଧିକ ଫ୍ଲାଟ ବୁକିଂ ହେବା ପରେ ଆସୋସିଏସନ ଅଫ୍ ଆଲଟ୍ଟିଜ୍ କରାଯିବ, ଏ ବାବଦରେ ପ୍ରମୋଟର କହିଛନ୍ତି ନା ନାହିଁ?
– ପ୍ରକଳ୍ପ ସମ୍ବନ୍ଧୀୟ ସୂଚନା ପତ୍ର, ଯେଉଁଥିରେ ରେରା ପଞ୍ଜୀକରଣ ସଂଖ୍ୟା ଉଲ୍ଲେଖ ରହିଥିବ, ତାହା ପ୍ରମୋଟର ପ୍ରକଳ୍ପ ସ୍ଥଳରେ ଲଗାଇଛନ୍ତି କି ନାହିଁ?
– ପ୍ରକଳ୍ପର ଛଜ କୋଡ, ଯାହା ଓରେରା ଦ୍ୱାରା ଆବଣ୍ଟିତ ହୋଇଥାଏ ତାହା ବିଜ୍ଞପ୍ତି ବୋର୍ଡରେ ସ୍ଥାନ ପାଇଛି କି ନାହିଁ?
– ଛଜ କୋଡ ସ୍କାନ କରିବା ପରେ ପ୍ରକଳ୍ପ ବାବଦରେ ପୂରା ସୂଚନା ମିଳୁଛି ନା ନାହିଁ?
– ପ୍ରମୋଟର ଫ୍ଲାଟର କାର୍ପେଟ କ୍ଷେତ୍ର ବିଷୟରେ ସୂଚନା ଦେଇଛନ୍ତି ନା ନାହିଁ?
– ପଞ୍ଜୀକରଣ କାଗଜପତ୍ରରେ ଫ୍ଲାଟର ଫ୍ଲୋର ଏରିଆ ଓ କାର୍ପେଟ ଏରିଆ ବାବଦରେ ଉଲ୍ଲେଖ କରିଛନ୍ତି କି ପ୍ରମୋଟର?
– ବାଲକୋନି ସ୍ପେଶ ଫ୍ଲାଟ କ୍ଷେତ୍ରଫଳରେ ଅନ୍ତର୍ଭୁକ୍ତ ନୁହେଁ ବୋଲି ପ୍ରମୋଟର ଅବଗତ କରାଇଛନ୍ତି ନା ନାହିଁ?
– ପ୍ରମୋଟରଙ୍କ ପକ୍ଷରୁ କୌଣସି ବ୍ରୋଚର (ପ୍ରୋଜେକ୍ଟର ପୂରା ତଥ୍ୟ) ମିଳିଛି କି, ଯେଉଁଥିରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ଓ ଗ୍ରାହକଙ୍କୁ ମିଳିବାକୁ ଥିବା ସୁବିଧା ବାବଦରେ ଉଲ୍ଲେଖ ରହିଥିବ ।

ଯଦି ପ୍ରମୋଟର ବା ବିଲଡର ସଂସ୍ଥା ପକ୍ଷରୁ ଏଭଳି କୌଣସି ତଥ୍ୟ ଉପଲବ୍ଧ କରାଯାଇନଥିବା ଅବା ଲୁଚାଇବାକୁ ଚେଷ୍ଟା କରାଯାଉଥିବା ତେବେ ସେଭଳି ପ୍ରୋଜେକ୍ଟକୁ ଦୂରୁ ଜୁହାର ପକାଇ ଚୁପଚାପ ପଳାଇ ଆସନ୍ତୁ । କାରଣ ଏହି ସବୁ ତଥ୍ୟ ନଥିଲେ ଫ୍ଲାଟରେ କିଛି କେଁ ରହିଛି ବୋଲି ଜାଣିବେ । ତେଣୁ ଫ୍ଲାଟ କିମ୍ବା ପ୍ଲଟ କିଣୁଥିଲେ ଏସବୁ ଦିଗକୁ ଧ୍ୟାନ ଦେବା ନିହାତି ଜରୁରୀ ।

Share This Article
Twitter Email Copy Link Print
Previous Article ସାବଧାନ ଅସାଧୁ ବିଲଡର… ଆଉ ଚଳିବନି ମନମାନି, ବାଜିଲା ‘ସୁପ୍ରିମ୍‌’ ଛାଟ । ପୂରା ଖବର କଣ ପଢନ୍ତୁ, କେବଳ OD NESTରେ
Next Article ଫ୍ଲାଟ କିଣିବା ବେଳେ ହୁଅନ୍ତୁ ସତର୍କ…ସୁପର ଏରିଆ ନାଁରେ ବିଲଡର ମାରୁଛି ଚୂନା, କେମିତି ବର୍ତ୍ତିବେ ଠକେଇରୁ ? ପଢନ୍ତୁ ପୂରା ଖବର…
Leave a comment

Leave a Reply Cancel reply

Your email address will not be published. Required fields are marked *

- Advertisement -
Ad image

Popular Posts

କେଉଁଠି ବସିବ ନୂଆ ଭୁବନେଶ୍ୱର ?

ନୂଆ ଭୁବନେଶ୍ୱର…ନୂଆ ଭୁବନେଶ୍ୱର…ନୂଆ ଭୁବନେଶ୍ୱର… ଓଡ଼ି ନେଷ୍ଟ : କେଉଁଠି ବସିବ ନୂଆ ଭୁବନେଶ୍ୱର ? ରାଜଧାନୀର କେଉଁ ପଟେ…

By admin

ଘର କିଣୁଛନ୍ତି : ଆପଣଙ୍କ ଏଜେଣ୍ଟ ଲାଇସେନ୍ସ ପାଇଛନ୍ତି ତ…?

ଓଡ଼ି ନେଷ୍ଟ  : ମହାରାଷ୍ଟ୍ରରେ ରିୟଲ ଇଷ୍ଟେଟ ସଂସ୍ଥା ଓ ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣି ପଡିଛି । ଆପଣ ପଚାରିବେ…

By admin

ସହରରେ ଘର ନିର୍ମାଣ : ଅବସର ପରେ ଅନିଚ୍ଛା କାହିଁକି?

ଅବସର ପରେ ‘ଘର’ ତିଆରି କେତେ ଠିକ୍ ? ରିଟାୟାର୍ଡ ପରେ ଲୋକେ ଗାଁ ମୁହାଁ କାହିଁକି ? ଓଡ଼ି…

By admin

You Might Also Like

ଗୁରୁମନ୍ତ୍ରନିୟମକାନୁନ୍

ସାବଧାନ ଅସାଧୁ ବିଲଡର… ଆଉ ଚଳିବନି ମନମାନି, ବାଜିଲା ‘ସୁପ୍ରିମ୍‌’ ଛାଟ । ପୂରା ଖବର କଣ ପଢନ୍ତୁ, କେବଳ OD NESTରେ

By admin
ଚାଲିଛି କଣନିୟମକାନୁନ୍

ବିଡ଼ିଏକୁ ଘାଣ୍ଟୁଛି ରେରା, ଘାଟିକିଆ ପ୍ରକଳ୍ପର ଭବିଷ୍ୟତ ଅନ୍ଧାର

By admin
ଗୁରୁମନ୍ତ୍ର

ଭୁବନେଶ୍ୱରରେ ଇନଭେଷ୍ଟମେଣ୍ଟର ନୂଆ ଟ୍ରେଣ୍ଡ: ଲଗଜୁରୀ ରିୟଲ ଇଷ୍ଟେଟ୍

By admin
ନିୟମକାନୁନ୍ସ୍କାମ୍ @ ସ୍କୋୟାର ଫୁଟ

ବେଆଇନ ଆପାର୍ଟମେଣ୍ଟ ପଛର ଖଳନାୟକ କିଏ?

By admin
OD NEST
Facebook Twitter Youtube Instagram

About US

OD NEST is Odisha’s dedicated digital platform for real estate and urban development news. We provide timely, accurate coverage of the state’s real estate landscape. Our mission is to empower our readers with insights and stories, especially those impacted by civil and revenue issues, while maintaining the highest standards of journalistic integrity.

Categories
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
.
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
Usefull Links
  • Contact Us
  • Advertise With Us
  • Privacy Policy
Welcome Back!

Sign in to your account

Username or Email Address
Password

Lost your password?