Wednesday, 31 Dec 2025
Facebook Twitter Youtube Instagram
OD NEST
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Font ResizerAa
OD NESTOD NEST
Search
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ସମ୍ପତ୍ତି@ ସାରା ଦେଶ
  • ନିୟମକାନୁନ୍
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Have an existing account? Sign In
Follow US
© 2024 OD NEST
OD NEST > ଗୁରୁମନ୍ତ୍ର > ମହିଳାଙ୍କ ନାଁରେ ଘର କିଣିଲେ ମିଳିବ ରିହାତି…କମିଯିବ ଟିକସ ଓ ସୁଧହାର…କଣ ରହିଛି ଅଫର, ପଢନ୍ତୁ OD NESTରେ
ଗୁରୁମନ୍ତ୍ରଚାଲିଛି କଣ

ମହିଳାଙ୍କ ନାଁରେ ଘର କିଣିଲେ ମିଳିବ ରିହାତି…କମିଯିବ ଟିକସ ଓ ସୁଧହାର…କଣ ରହିଛି ଅଫର, ପଢନ୍ତୁ OD NESTରେ

admin
Last updated: September 18, 2024 7:51 am
admin
Share
SHARE
Spread the love

ଓଡ଼ି ନେଷ୍ଟ  : ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ । ଭଲ ରିହାତି ମିଳିଯିବ ସ୍ତ୍ରୀ ନାଁରେ ଘରଟେ କିଣିଲେ । କଥାଟା ଜମାରୁ ଗମାତ ନୁହେଁ । ଜଣେ ପୁରୁଷଙ୍କ ନାଁରେ ଫ୍ଲାଟ ବା ପ୍ଲଟ କିଣିଲେ ଯେତିକି ଟଙ୍କା ଖର୍ଚ୍ଚ ହେବ ତାହା ଜଣେ ମହିଳାଙ୍କ ନାଁରେ କିଣିଲେ ତାଠୁ ନିଶ୍ଚୟ କମ ଟଙ୍କା ଦେବାକୁ ହେବ । କାରଣ ରିଅଲ ଇଷ୍ଟେଟରେ ମହିଳାଙ୍କୁ ଅଗ୍ରାଧିକାର ଦେବାକୁ ବ୍ୟାପକ ସରକାରୀ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । OD NESTରେ ବିସ୍ତ୍‌ୃତ ଭାବେ ପଢନ୍ତୁ କାହିଁକି ମହିଳାଙ୍କ ନାଁରେ ଘର କିଣିଲେ କମ ଖର୍ଚ୍ଚ…

ମହିଳାଙ୍କ ପାଇଁ ବମ୍ଫର ଅଫର:
ଭାରତରେ ମହିଳାଙ୍କର ପରିଚୟ ବଦଳିଛି । ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସରକାର ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି । ରିଅଲ ଇଷ୍ଟେଟରେ ୱିମେନ ଏମପାୱାର ପାଇଁ ବିଶେଷ ସୁବିଧା ରହିଛି । ସମ୍ପତ୍ତିରେ ମହିଳାଙ୍କ ବିନିଯୋଗ ପାଇଁ ସରକାରୀ ଟିକସ ଓ ଅନ୍ୟାନ୍ୟ ଖର୍ଚ୍ଚ ଉପରେ ଆକର୍ଷଣୀୟ ରିହାତି ମିଳୁଛି । ଷ୍ଟାମ୍ପ ଡ୍ୟୁଟିଠୁ ଆରମ୍ଭ କରି ହୋମଲୋନ ପର୍ଯ୍ୟନ୍ତ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପାଇଁ ଅଧିକ ସବସିଡି ରହିଛି । କେଉଁ କ୍ଷେତ୍ରରେ କଣ ନିୟମ ରହିଛି ଆସନ୍ତୁ ଜାଣିବା…

ହୋମ ଲୋନ୍ ସବୁଠୁ କମ:
ଭାରତୀୟ ବଜାରରେ ହୋମଲୋନ ମହିଳାଙ୍କ ପାଇଁ ସବୁଠୁ ଶସ୍ତା । ଅର୍ଥାତ ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ କମ ସୁଧ ଦେବାକୁ ପଡିବ ।
– SBI ମହିଳାଙ୍କୁ ହୋମଲୋନ ଦେବାକୁ ହରଘର ନାମକ ସ୍କିମ ଆଣିଛି । ଯେଉଁଥିରେ ମହିଳାଙ୍କ ପାଇଁ ପୁରୁଷଙ୍କ ଅପେକ୍ଷା ୦.୦୫ ପ୍ରତିଶତ କମ ସୁଧହାର ରହିଛି ।
-କମ ସୁଧ ହାର ଦେବାରେ HDFC ମଧ୍ୟ ପଛରେ ନାହିଁ । ଏହି ବ୍ୟାଙ୍କ ଖାସ୍ ମହିଳାଙ୍କ ପାଇଁ ମହିଳା ପାୱାର ନାମରେ ଏକ ସ୍କିମ ଆଣିଛି । ଯୋଜନାରେ ହୋମ, ପର୍ସେନାଲ ଓ ବିଜନେସ ଲୋନ ଦିଆଯାଉଛି । ସାଧାରଣ ଲୋନ୍ ରେଟଠାରୁ ମହିଳାଙ୍କୁ ୫ ବେସିସ ପଏଣ୍ଟ କମ ସୁଧହାର ରହିଛି ।
– AXIS BANK ମହିଳାଙ୍କୁ ଲୋନ ଦେବାବେଳେ କୌଣସି ଚାକିରି ସ୍ଥିତିକୁ ମାପଦଣ୍ଡ ହିସାବରେ ନେଇନଥାଏ ।
– LIC ହାଉସିଂ ଫାଇନାନ୍ସ ପ୍ରୋସେସିଂ ଫି ସହ ସବୁଠୁ କମ ସୁଧରେ ହୋମଲୋନ ପ୍ରଦାନ କରିଥାଏ
-କେତେକ ବ୍ୟାଙ୍କ ମହିଳାଙ୍କୁ ସମ୍ପତ୍ତି ମୂଲ୍ୟର ୯୦ ପ୍ରତିଶତ ଲୋନ୍ ଆକାରରେ ଦେଇଥାନ୍ତି । ପୁରୁଷଙ୍କ କ୍ଷେତ୍ରରେ ଏହା ୮୦ ପ୍ରତିଶତ ।

ଷ୍ଟାମ୍ପଡ୍ୟୁଟିରେ ସବସିଡି:
ଭାରତରେ ମହିଳାମାନେ ଷ୍ଟାମ୍ପ ଡ୍ୟୁଟିରେ ବିଶେଷ ରିହାତି ପାଇଥାନ୍ତି । ପୁରୁଷଙ୍କ ଅପେକ୍ଷା ସେମାନେ ପ୍ରାୟ ୨ ପ୍ରତିଶତ କମ ଅର୍ଥ ଦେଇଥାନ୍ତି ।
-ଦିଲ୍ଲୀରେ ପୁରୁଷମାନେ ୬ ପ୍ରତିଶତ ଓ ମହିଳାଙ୍କ ପାଇଁ ମାତ୍ର ୪ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି
-ହରିଆଣାରେ ପୁରୁଷ ୭ ଓ ମହିଳା ୫ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ଦିଅନ୍ତି
-ହିମାଚଳ ପ୍ରଦେଶରେ ପୁରୁଷ ୬ ଓ ମହିଳାଙ୍କ ପାଇଁ ୪ ପ୍ରତିଶତ
-ଓଡିଶାରେ ପୁରୁଷମାନେ ୫ ପ୍ରତିଶତ ଦେଉଥିବାବେଳେ ମହିଳାମାନଙ୍କ ପାଇଁ ୪ ପ୍ରତିଶତ

ଟିକସ ସୁବିଧା:
ମହିଳା ଘର କିଣିଲେ ବିଭିନ୍ନ ଟିକସରେ ବି ରିହାତି ପାଇଥାନ୍ତି । ଯଦି ଜଣେ ମହିଳା ପ୍ରଥମ କରି ଫ୍ଲାଟ କିଣୁଛନ୍ତି ତେବେ ଆୟକର ଅଧିନିୟମ ଧାରା ୮୦C ଅନୁସାରେ ଋଣର ମୂଳ ପରିଶୋଧ ଉପରେ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ । ଏହାଛଡା ଧାରା ୨୪(ଖ) ଅନୁସାରେ ସୁଧ ଉପରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଦାବି କରିପାରିବେ । ଯଦି ଜଣେ ଦମ୍ପତି ମିଳିତ ଭାବେ ଏକ ଘରର ମାଲିକ ହୁଅନ୍ତି ଏବଂ ଅଲଗା ଆୟ କରୁଥାନ୍ତି ତେବେ ଉଭୟ ଟିକସ ରିହାତି ଦାବି କରିପାରିବେ ।

ସରକାରୀ ଗୃହ ଯୋଜନାରେ ପ୍ରାଥମିକତା:
ସରକାରୀ ଯୋଜନା ଗୃହ ବଣ୍ଟନରେ ସବୁବେଳେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିୟମ ଅନୁସାରେ ଘରଗୁଡିକ ପରିବାରର ମହିଳା ସଦସ୍ୟଙ୍କ ନାଁରେ ପଞ୍ଜିକୃତ ହେବ । ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲିଥିବା ଯୋଜନାରେ ମଧ୍ୟ ମହିଳାଙ୍କୁ ପ୍ରାଥମିକତା ମିଳୁଛି ।

ଘର କିଣିବା ଆଗରୁ ଧ୍ୟାନ ଦିଅନ୍ତୁ:
-ପରିବାରର ଆର୍ଥିକ ସ୍ଥିତିକୁ ଆକଳନ କରି ଜମି କିମ୍ବା ଘର କିଣନ୍ତୁ
-ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଅନ୍ତୁ
-ଭବିଷ୍ୟତ ବିବାଦକୁ ଏଡାଇବାକୁ ଆଇନଗତ ଦିଗକୁ ପରଖନ୍ତୁ
-ଲୋନ୍ ଆଣିବାବେଳେ ସୁଧହାର ଓ ଅନ୍ୟାନ୍ୟ ଫି ବାବଦରେ ତର୍ଜମା କରନ୍ତୁ
-ଘର କିଣିବା ଆଗରୁ ବନ୍ଧୁ ପରିଜନଙ୍କର ପରାମର୍ଶ ନିଅନ୍ତୁ

Share This Article
Twitter Email Copy Link Print
Previous Article ବିଡ଼ିଏକୁ ଘାଣ୍ଟୁଛି ରେରା, ଘାଟିକିଆ ପ୍ରକଳ୍ପର ଭବିଷ୍ୟତ ଅନ୍ଧାର
Next Article ବେଆଇନ ବିଲ୍ଡିଂରେ ହାତ ମାରିବାକୁ ଭୟ କାହିଁକି?
Leave a comment

Leave a Reply Cancel reply

Your email address will not be published. Required fields are marked *

- Advertisement -
Ad image

Popular Posts

କାହିଁକି ଚନ୍ଦ୍ରରେ ଘର କରିବାକୁ ଇଚ୍ଛା କଲାଣି ମଣିଷ? ଏ ଭିଡ଼ ଆଉ ଭଲ ଲାଗୁନି ନା ଘରଦ୍ୱାର ଚଢ଼ା ଦର ପାଇଁ ଏମିତି ଭାବିଲାଣି ମଣିଷ ?

ଓଡ଼ି ନେଷ୍ଟ : ଜହ୍ନ ରାଇଜରେ ଜାଗାଟେ କିଣିଛି... ତାରା ଫୁଲରେ ଘରଟେ କରିଛି...। ସୁରେଶ ୱାଡ଼କର ଗାଇଥିବା ଏହି…

By admin

ପୁରୀ ପାଇଁ ପ୍ରତିଯୋଗିତା

ଓଡ଼ି ନେଷ୍ଟ : ସକାଳୁ ଉଠିଲେ କିଏ ବା ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ନ ଚାହିଁବ ? ସଞ୍ଜରେ ସମୁଦ୍ର…

By admin

ଶ୍ରୀଗଣେଶଙ୍କ ମୂର୍ତ୍ତି ଆପଣ ନିଜ ଘରେ ଠିକ୍ ଜାଗାରେ ଓ ଠିକ୍ ଦିଗରେ ରଖନ୍ତୁ

ଓଡ଼ି ନେଷ୍ଟ : ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟଙ୍କୁ ସ୍ମରଣ କରି କୌଣସି କାମ ଆରମ୍ଭ କଲେ…

By admin

You Might Also Like

ଗୁରୁମନ୍ତ୍ରନିୟମକାନୁନ୍

ପ୍ଲଟ ଓ ଫ୍ଲାଟ କିଣୁଛନ୍ତି… କିନ୍ତୁ ତା ପୂର୍ବରୁ ପ୍ରମୋଟର ଆପଣଙ୍କୁ ଏକଥା କହିଛନ୍ତି ତ? ନହେଲେ ଠକାମୀରେ ପଡ଼ିବା ନିଶ୍ଚିତ ।

By admin
ଚାଲିଛି କଣସମ୍ପତ୍ତି@ ସାରା ଦେଶ

୫ ବର୍ଷରେ ଜମି ଦାମ ଡବଲ: ଓଡ଼ିଶାରେ କେତେ ?

By admin
ଗୁରୁମନ୍ତ୍ରଚାଲିଛି କଣନିୟମକାନୁନ୍

ମାତ୍ର କେଇ ଶହ ଟଙ୍କା ନିବେଶରେ କୋଟିପତି କ୍ଲାଏଣ୍ଟ?

By admin
ଗୁରୁମନ୍ତ୍ରଚାଲିଛି କଣ

ରିୟଲ ଇଷ୍ଟେଟ ନିବେଶର ନୂଆ ଧାରା : ସେୟାର ବଜାର । ଭଲ ରିଟର୍ଣ୍ଣ ସାଙ୍ଗକୁ ନାହିଁ କାଗଜପତ୍ର ଟେନସନ୍ ।

By admin
OD NEST
Facebook Twitter Youtube Instagram

About US

OD NEST is Odisha’s dedicated digital platform for real estate and urban development news. We provide timely, accurate coverage of the state’s real estate landscape. Our mission is to empower our readers with insights and stories, especially those impacted by civil and revenue issues, while maintaining the highest standards of journalistic integrity.

Categories
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
.
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
Usefull Links
  • Contact Us
  • Advertise With Us
  • Privacy Policy
Welcome Back!

Sign in to your account

Username or Email Address
Password

Lost your password?