Wednesday, 31 Dec 2025
Facebook Twitter Youtube Instagram
OD NEST
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Font ResizerAa
OD NESTOD NEST
Search
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ସମ୍ପତ୍ତି@ ସାରା ଦେଶ
  • ନିୟମକାନୁନ୍
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Have an existing account? Sign In
Follow US
© 2024 OD NEST
OD NEST > ଚାଲିଛି କଣ > ବିଡ଼ିଏକୁ ଘାଣ୍ଟୁଛି ରେରା, ଘାଟିକିଆ ପ୍ରକଳ୍ପର ଭବିଷ୍ୟତ ଅନ୍ଧାର
ଚାଲିଛି କଣନିୟମକାନୁନ୍

ବିଡ଼ିଏକୁ ଘାଣ୍ଟୁଛି ରେରା, ଘାଟିକିଆ ପ୍ରକଳ୍ପର ଭବିଷ୍ୟତ ଅନ୍ଧାର

admin
Last updated: September 18, 2024 7:43 am
admin
Share
SHARE
Spread the love

ଅଧାବାଟରେ ବିଡିଏର ଘାଟିକିଆ ପ୍ରକଳ୍ପ, ରେରା ତାଲିକାରେ ବିଡିଏ ହେଉଛି ଖିଲାପି ନଂ ୩୦୮

ସମ୍ଭବତଃ ଆପଣ ଏ ଶିରୋନାମା ପଢ଼ି ତାଜୁବ ହେଉଛନ୍ତି । ହେବା ବି ସ୍ୱାଭାବିକ , କିନ୍ତୁ ଏହା ସତ୍ୟ । ରେରା ୱେବସାଇଟରେ ପଞ୍ଜୀକୃତ ଲାଗି ଆବେଦନ କରିଥିବା ରିଜେକ୍ଟ ୩୧୭ ପ୍ରକଳ୍ପରୁ ତାଲିକାର ୩୦୮ ନମ୍ବରରେ ଗଡ଼ୁଛି ବିଡ଼ିଏର ନାଁ।କୌଣସି ପ୍ରକଳ୍ପ ରେରା ଦ୍ୱାରା ପଞ୍ଜୀକୃତ ହୋଇନଥିଲେ, ଏହା ବେଆଇନ ବୋଲି କୁହାଯାଏ। କିନ୍ତୁ ବିଡ଼ିଏର ଘାଟିକିଆ ପ୍ରକଳ୍ପକୁ ରେରା ରିଜେକ୍ଟ କରିଛି।ଏହି ପ୍ରକଳ୍ପରେ ଆର୍ଥିକ ଦୁର୍ବଳ ଲୋକଙ୍କ ଲାଗି ଘର ନିର୍ମାଣ ପାଇଁ ଆଗେଇଛି ବିଡ଼ିଏ।ଘାଟିକିଆ, ଚନ୍ଦ୍ରଶେଖରପୁର,ଗାଡ଼କଣ ଓ ସୁବୁଦ୍ଧିପୁରରେ ପିପିପି ମୋଡ଼ରେ ହାଉସିଂ ଫର୍ ଅଲ ସ୍କିମରେ କରିବାକୁ ଯୋଜନା ରହିଛି । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏସବୁ ପ୍ରକଳ୍ପରେ ପ୍ରାଥମିକତା ଭିତ୍ତିରେ ଦେବାକୁ ଖସଡ଼ା ପ୍ରସ୍ତୁତ ହୋଇଛି। ପ୍ରଥମେ ୧ଲକ୍ଷ ୨୦ହଜାର ଟଙ୍କା ଇଡବ୍ଲୁଏସ ବର୍ଗର ଲୋକଙ୍କଠୁ ଆଦାୟ ହେବ। ଆଉ ୧ଲକ୍ଷ ଟଙ୍କା ପରବର୍ତ୍ତୀ ପର୍ଯ୍ୟୟରେ କିସ୍ତି ଗ୍ରହଣ କରିବ ବୋଲି କହିଥିଲା ବିଡ଼ିଏ ।ହେଲେ ଘାଟିକିଆ ମୌଜାର ଏହି ପ୍ରକଳ୍ପକୁ ରେରା ରଦ୍ଦ କରିଦେଇଛନ୍ତି।

ପ୍ରଶ୍ନ ହେଉଛି କାହିଁକି ଘାଟିକିଆ ପ୍ରକଳ୍ପର ପଞ୍ଜୀକରଣ ଆବେଦନକୁ ରଦ୍ଦ କରିଛି ରେରା। ତଥ୍ୟ କହୁଛି, ବିଡ଼ିଏ ଲାଗି ନାକେଦମ ହୋଇଛି ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ । ବିନା ପଞ୍ଜୀକରଣ ଫିରେ ରେରାରେ ପଞ୍ଜୀକୃତ ଲାଗି ଆବେଦନ କରିବା ବିଡ଼ିଏକୁ ମହଙ୍ଗା ପଡ଼ିଛି। ଓଡ଼ିଶା ରିୟଲ ଇଷ୍ଟେଟ ରେଗୁଲଟୋରୀ ଅଥରିଟିଙ୍କୁ ନଗର ଉନ୍ନୟନ ବିଭାଗ (ହାଉସିଂ) ନିର୍ଦ୍ଦେଶକ ତଥା ଏବେକାର ପୌର ନିର୍ଦ୍ଦେଶକ ଦେବାଶିଷ ସିଂ ଗଲା ଫେବ୍ରୁଆରୀ ମାସରେ ଚିଠି ଲେଖି ପଞ୍ଜୀକରଣ ଫି ଛାଡ କରିବାକୁ ଅନୁରୋଧ କରିଥିଲେ। ବିଡ଼ିଏ ସମସ୍ତ ଆବଶ୍ୟକୀୟ ଦସ୍ତାବିଜ୍ ସହ ପଞ୍ଜୀକରଣ ଫି ଓ ବିଳମ୍ବିତ ପଞ୍ଜୀକରଣ ଫି ଛାଡ କରିବାକୁ ଆବେଦନ କରିଛି। ତତ୍କାଳୀନ ନଗର ଉନ୍ନୟନ ସଚିବ ବି ରେରାକୁ ପ୍ରସ୍ତାବ ଦେଇଥିଲେ, ଏ ପ୍ରକଳ୍ପର ପଞ୍ଜୀକରଣ ଫି ଛାଡ କରିବା ପାଇଁ। ଏପ୍ରିଲରେ ବି ସାନି ଚିଠି ଲେଖାଯାଇଛି। କେବଳ ଏତିକି ନୁହେଁ, ବିଡ଼ିଏର ଏହି ଘାଟିକିଆ ପ୍ରକଳ୍ପ ଲାଗି ରେରା ନିଜ ପୋର୍ଟାଲରେ କିଛି ସଂଶୋଧନ କରୁ ବୋଲି କୁହାଯାଇଛି । ଯାହାଫଳରେ ବିଡ଼ିଏକୁ ହାଉସିଂ ପ୍ରକଳ୍ପ କାର‌୍ୟ୍ୟକାରୀ ପାଇଁ ସୁବିଧା ହେବ ଏବଂ ସହଜରେ ମଞ୍ଜୁରୀ ମିଳିପାରିବ ।

ଏକଥା କହିବା ପଛର ଗୋଟିଏ ଉଦ୍ଦେଶ୍ୟ, ରେରା ପୋର୍ଟାଲକୁ ଅଧିକ ସରଳ ଓ କ୍ରିୟାଶୀଳ କରିବାକୁ ଜରୁରୀ ବୋଲି କୁହାଯାଉଛି । ତାହା ହେଲେ ଏହା କଣ ସୂଚାଉଛି ? ରେରା ପାଖରେ ପଞ୍ଜୀକରଣ ଲାଗି କାହିଁକି ଇଚ୍ଛା ଥିଲେ ବି ଅନେକ ମୁହଁ ମୋଡୁଛନ୍ତି କାହିଁକି ?କ’ଣ ପାଇଁ ଗଳାବାଟ ଖୋଜୁଛନ୍ତି ।ଯଦି ସରକାରୀ ପ୍ରକଳ୍ପ ପାଇଁ ଖୋଦ୍ ସରକାରୀ ସଂସ୍ଥା ବିଡିଏ ଘାଣ୍ଟି ହେଉଛି, ତେବେ ଅନ୍ୟମାନଙ୍କ କଥା କ’ଣ ?
ଏବେ ବିଡିଏ କଥା ବିଚାରକୁ ନେବା । ବିଡ଼ିଏ ଯେ ପୂରା ପରଫେକ୍ଟ ତାହା କହି ହେବନି । କାରଣ ବିଡିଏରେ ଏମିତିରେ ସବୁ କାମ ଅଧପନ୍ତରିଆ ।ଖଣ୍ଡିଏ ଖଣ୍ଡିଏ ଚିଠି, ଓଡ଼ିଏ ଆକ୍ଟରେ ମାମଲା, ନୋଟିସ କରିଦେଇ ଚୁପ୍ ବସିବାର ଅଭ୍ୟାସ ଅନେକ ଅଧିକାରୀଙ୍କର ରହିଛି ।ଘରୋଇ ବିଲଡ଼ର ସଂସ୍ଥାର ପ୍ଲାନକୁ ଅନୁମୋଦନ ଦେଲା ବେଳେ କେତେ ଫନ୍ଦି କାଢନ୍ତି ବିଡ଼ିଏର ଅସାଧୁ ଅଧିକାରୀ, ଏହା ଉଣା ଅଧିକେ ସମସ୍ତଙ୍କୁ ଜଣା।ଏଇଟା ନାହିଁ, ସେଇଟା ଆଣ।ଏମିତି କଲେ ହେବନି, ସେମିତି ବାଟରେ ଯାଅ। ହାତଗୁଞ୍ଜା ନଦେଲେ ଫାଇଲ ବଢେନା କି ଆଗକୁ ଯାଏନା। ପ୍ଲାନିଂ ସେକ୍ସନରେ ସବୁ ଅଟକିଯାଏ ।ସେଠାରୁ ଆଗେଇଲେ ତ ରେରାରେ ଆବେଦନ କରିବାକୁ ବାଟ ଫିଟିବ। ସେଥିଲାଗି ଲୋକେ ଚେତିବା ଜରୁରୀ। ଜାଗା କିମ୍ବା ଫ୍ଲାଟ କିଣିବାରେ ଅର୍ଥ ବ୍ୟୟ କରିବା ଆଗରୁ ଟିକିନିକି ସବୁ କିଛି ତଥ୍ୟ ଜାଣିବା ଆବଶ୍ୟକ।

Share This Article
Twitter Email Copy Link Print
Previous Article ସହରରେ ଘର ନିର୍ମାଣ : ଅବସର ପରେ ଅନିଚ୍ଛା କାହିଁକି?
Next Article ମହିଳାଙ୍କ ନାଁରେ ଘର କିଣିଲେ ମିଳିବ ରିହାତି…କମିଯିବ ଟିକସ ଓ ସୁଧହାର…କଣ ରହିଛି ଅଫର, ପଢନ୍ତୁ OD NESTରେ
Leave a comment

Leave a Reply Cancel reply

Your email address will not be published. Required fields are marked *

- Advertisement -
Ad image

Popular Posts

କାହିଁକି OD NEST ?

ବେଶ୍ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ନୂଆ ଟ୍ରେଣ୍ଡ୍- OD NEST ଆସୁଛି। ରିୟଲ ଇଷ୍ଟେଟର ରିୟଲ…

By admin

କେଉଁଠି ବସିବ ନୂଆ ଭୁବନେଶ୍ୱର ?

ନୂଆ ଭୁବନେଶ୍ୱର…ନୂଆ ଭୁବନେଶ୍ୱର…ନୂଆ ଭୁବନେଶ୍ୱର… ଓଡ଼ି ନେଷ୍ଟ : କେଉଁଠି ବସିବ ନୂଆ ଭୁବନେଶ୍ୱର ? ରାଜଧାନୀର କେଉଁ ପଟେ…

By admin

ପ୍ଲଟ ଓ ଫ୍ଲାଟ କିଣୁଛନ୍ତି… କିନ୍ତୁ ତା ପୂର୍ବରୁ ପ୍ରମୋଟର ଆପଣଙ୍କୁ ଏକଥା କହିଛନ୍ତି ତ? ନହେଲେ ଠକାମୀରେ ପଡ଼ିବା ନିଶ୍ଚିତ ।

ଓଡ଼ି ନେଷ୍ଟ  ମଧ୍ୟବିତ୍ତ ପରିବାରର କେହି ଜମି କିମ୍ବା ଘର କିଣିଲେ ଜୀବନଯାକର ପୁଞ୍ଜି ଲଗାଇବାକୁ ପଡିଥାଏ । କିନ୍ତୁ…

By admin

You Might Also Like

ଆସୁଛି କଣଚାଲିଛି କଣ

ପ୍ରସ୍ତାବିତ ନୂଆ ଭୁବନେଶ୍ୱରର ବି ଭାସିବ!

By admin
ଗୁରୁମନ୍ତ୍ରଚାଲିଛି କଣ

ମହିଳାଙ୍କ ନାଁରେ ଘର କିଣିଲେ ମିଳିବ ରିହାତି…କମିଯିବ ଟିକସ ଓ ସୁଧହାର…କଣ ରହିଛି ଅଫର, ପଢନ୍ତୁ OD NESTରେ

By admin
ଚାଲିଛି କଣସମ୍ପତ୍ତି@ ସାରା ଦେଶ

୫ ବର୍ଷରେ ଜମି ଦାମ ଡବଲ: ଓଡ଼ିଶାରେ କେତେ ?

By admin
ଆସୁଛି କଣଚାଲିଛି କଣ

ପୁରୀ ପାଇଁ ପ୍ରତିଯୋଗିତା

By admin
OD NEST
Facebook Twitter Youtube Instagram

About US

OD NEST is Odisha’s dedicated digital platform for real estate and urban development news. We provide timely, accurate coverage of the state’s real estate landscape. Our mission is to empower our readers with insights and stories, especially those impacted by civil and revenue issues, while maintaining the highest standards of journalistic integrity.

Categories
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
.
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
Usefull Links
  • Contact Us
  • Advertise With Us
  • Privacy Policy
Welcome Back!

Sign in to your account

Username or Email Address
Password

Lost your password?