Wednesday, 31 Dec 2025
Facebook Twitter Youtube Instagram
OD NEST
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Font ResizerAa
OD NESTOD NEST
Search
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ସମ୍ପତ୍ତି@ ସାରା ଦେଶ
  • ନିୟମକାନୁନ୍
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Have an existing account? Sign In
Follow US
© 2024 OD NEST
OD NEST > ଗୁରୁମନ୍ତ୍ର > ରିୟଲ ଇଷ୍ଟେଟ ନିବେଶର ନୂଆ ଧାରା : ସେୟାର ବଜାର । ଭଲ ରିଟର୍ଣ୍ଣ ସାଙ୍ଗକୁ ନାହିଁ କାଗଜପତ୍ର ଟେନସନ୍ ।
ଗୁରୁମନ୍ତ୍ରଚାଲିଛି କଣ

ରିୟଲ ଇଷ୍ଟେଟ ନିବେଶର ନୂଆ ଧାରା : ସେୟାର ବଜାର । ଭଲ ରିଟର୍ଣ୍ଣ ସାଙ୍ଗକୁ ନାହିଁ କାଗଜପତ୍ର ଟେନସନ୍ ।

admin
Last updated: September 7, 2024 6:39 am
admin
Share
SHARE
Spread the love

ସେୟାର ବଜାରର ରିୟଲ ଇଷ୍ଟେଟ ଷ୍ଟକରେ ନିବେଶ ପାଇଁ ବଢୁଛି ଚାହିଦା
କେଇ ଶହ ଟଙ୍କାର ଷ୍ଟକ କିଣି କୋଟିପତି କମ୍ପାନିର ହୋଇପାରିବେ ଅଂଶୀଦାର
ଫିଲ୍ଡକୁ ଯିବାକୁ ପଡିବନି, ଘରେ ବସି ମୋବାଇଲରେ କରିପାରିବେ ନିବେଶ
ଅର୍ଥ ପାଇଁ ପ୍ରକଳ୍ପ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବନି, ଯେକୌଣସି ମୁହୂର୍ତ୍ତରେ ଉଠାଇପାରିବେ ନିଜ ଟଙ୍କା

ଓଡ଼ି ନେଷ୍ଟ : ରିୟଲ ଇଷ୍ଟେଟ ବ୍ୟବସାୟ ମହାସୁମଦ୍ର ଭଳି । ଏହି କ୍ଷେତ୍ରରେ ପ୍ରବେଶ ପାଇଁ ଅପର୍ଯ୍ୟାପ୍ତ ଅର୍ଥ ଆବଶ୍ୟକ । ସ୍ୱଳ୍ପ ଅର୍ଥରେ ରିୟଲ ଇଷ୍ଟେଟ କ୍ଷେତ୍ରରେ ତିଷ୍ଠିବା ଅସମ୍ଭବ ବ୍ୟାପାର । ଦିନକୁ ଦିନ ସହରୀକରଣର ଦ୍ରୁତ ବିକାଶ ରିୟଲ ଇଷ୍ଟେଟ କ୍ଷେତ୍ରର ଡିମାଣ୍ଡକୁ ବହୁ ଗୁଣିତ କରିଛି । ଖାସକରି ଯୁବବର୍ଗ ମାନେ ରିୟଲ ଇଷ୍ଟେଟ କ୍ଷେତ୍ରରେ ନିବେଶ କରିବାକୁ ଯଥେଷ୍ଟ ଆଗ୍ରହ ଦେଖାଉଛନ୍ତି । କିନ୍ତୁ ଯୁବବର୍ଗଙ୍କ ପାଖରେ ଏତେ ଅର୍ଥ ଆସିବ କେଉଁଠୁ? ଜଣେ ୨୫ରୁ ୩୦ ବର୍ଷର ଯୁବକଙ୍କୁ କିଏ ଭରସା କରି କୋଟି କୋଟି ଟଙ୍କା ଦେବ? ସ୍ୱଳ୍ପ ଟଙ୍କା ଥିଲେ କଣ ରିୟଲ ଇଷ୍ଟେଟ କ୍ଷେତ୍ରରେ ପାଦ ଦେବାକୁ ସୁଯୋଗ ନାହିଁ କି? ଏଭଳି ଅନେକ ପ୍ରଶ୍ନ ମନକୁ ଆସୁଥିବା ବେଳେ ଏହାର ସଂକ୍ଷିପ୍ତ ଉତ୍ତର ହେଉଛି ସେୟାର ବଜାର । ଡିଜିଟାଲ ଦୁନିଆରେ ରିୟଲ ଇଷ୍ଟେଟରେ ନିବେଶ କରିବାକୁ ଆଉ ଅପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକ ପଡୁନି । ବରଂ ସ୍ୱଳ୍ପ କିଛି ଟଙ୍କାରେ ମଧ୍ୟ ରିୟଲ ଇଷ୍ଟେଟ ଦୁନିଆରେ ପାଦ ଥାପି ବେଶ ଭଲ ଦି ପଇସା କମାଉଛନ୍ତି ୟଙ୍ଗ ଜେନେରେସନ । ଯାହାର ମାଧ୍ୟମ ସାଜିଛି ଷ୍ଟକ ମାର୍କେଟ ବା ସେୟାର ବଜାର ।

ଅଳ୍ପ କେଇ ଟଙ୍କାରେ ହୋଇପାରିବେ ଅଂଶୀଦାର

ସେୟାର ବଜାର ସହ ଭାରତ ତଥା ବିଶ୍ୱର ବଡ ବଡ ରିଅଲ ଇଷ୍ଟେଟ କମ୍ପାନି ଜଡିତ । ତେଣୁ ବଡ ବଡ କମ୍ପାନିର ଅଂଶୀଦାର ହେବାକୁ ସେୟାର ବଜାର ସୁଯୋଗ ସୃଷ୍ଟି କରିଛି । ଯେଉଁ କମ୍ପାନିର ମାର୍କେଟ ଭାଲ୍ୟୁ ଲକ୍ଷ ଲକ୍ଷ କୋଟି ଟଙ୍କା, ସେଭଳି କମ୍ପାନିର ସେୟାର କିଣି ମଧ୍ୟ ସାଧାରଣ ଲୋକଟିଏ ମଧ୍ୟ ଛୋଟ ଅଂଶୀଦାର ହୋଇପାରୁଛି । ଉଦାହରଣ ସ୍ୱରୂପ ଡିଏଲଏଫ, ମାର୍କୋଟେକ ଡେଭଲପର୍ସ, ଗୋଡରେଜ ପ୍ରପଟିଜ୍‌, ଶୋଭା ଲିମିଟେଡ, ପ୍ରେଷ୍ଟିଜ ଇଷ୍ଟେଟ, ମହିନ୍ଦ୍ରା ଲାଇଫସ୍ପେଶ, ଫୋଏନିକ୍ସ ମିଲ୍ସ । ହଜାର ହଜାର କୋଟି ଟଙ୍କାର ମାର୍କେଟ କ୍ୟାପ୍ ଥିବା ଏହି ବଡ ବଡ କମ୍ପାନୀର ସେୟାର ମାତ୍ର କେଇ ଶହ କିମ୍ବା କେଇ ହଜାର ଟଙ୍କାରେ ଉପଲବ୍ଧ । ଡିଏଲଏଫ କଥା ଧରନ୍ତୁ, ୬ ସେପ୍ଟେମ୍ୱର ସୁଦ୍ଧା ୨ ଲକ୍ଷ ୯ ହଜାର ୧୮୯ କୋଟି ଟଙ୍କାର ମାର୍କେଟ କ୍ୟାପ୍ ଥିବା ଏହି କମ୍ପାନିର ପ୍ରତିଟି ସେୟାରର ମୂଲ୍ୟ ୮୧୪ ଟଙ୍କା । ଅଥାର୍ତ ମାତ୍ର ୮୧୪ ଟଙ୍କାରେ ଗୋଟିଏ ସେୟାର କିଣି କମ୍ପାନି ସହ ଜଡିତ ହୋଇପାରିବେ ସାଧାରଣ ଲୋକଟିଏ । ତେବେ କମ୍ପାନିର ସେୟାର କେତେ ଦିନ କେତେ ବର୍ଷ ନିଜ ପାଖରେ ରଖିବେ ତାହା ସାଧାରଣ ଲୋକଟି ଉପରେ ନିର୍ଭର କରେ । ସେୟାରର ଲାଭ ଓ କ୍ଷତିର ଆକଳନ କରି, କେତେ ଦିନ ସେୟାର ପାଖରେ ରଖିଲେ ଭଲ ହେବ ତାହାର ସମ୍ପୂର୍ଣ୍ଣ ନିଷ୍ପତ୍ତି ସେୟାରଧାରକଙ୍କ ଉପରେ ରହିଥାଏ ।

ଘରେ ବସି କରିପାରିବେ ନିବେଶ

ସାଧାରଣତଃ ରିୟଲ ଇଷ୍ଟେଟ ସହ ଜଡିତ ହେଲେ ଅଧିକ ଫିଲ୍ଡ ୱାର୍କ କରିବାକୁ ପଡିଥାଏ । ପ୍ରୋଜେକ୍ଟ ସାଇଡକୁ ଯିବା ହେଉ କିମ୍ବା ଜମି ଚିହ୍ନଟ କରିବା ହେଉ, ମାଲିକଙ୍କୁ ପ୍ରାୟତଃ ସବୁ ଡିଲରେ ଉପସ୍ଥିତ ରହିବାକୁ ପଡିଥାଏ । କିନ୍ତୁ ଘରେ ବସି ରିୟଲ ଇଷ୍ଟେଟ କ୍ଷେତ୍ର ସହ ଜଡିତ ହେବାକୁ ସୁଯୋଗ ଦେଇଛି ସେୟାର ବଜାର । ନା ପ୍ରୋଜେକ୍ଟ ସାଇଡକୁ ଯିବାକୁ ପଡୁଛି ନା ଜମି ଠକେଇର କୌଣସି ଅବକାଶ ରହୁଛି । ବଡ ବଡ କମ୍ପାନି ଭଲ ପ୍ରୋଜେକ୍ଟ କରିବାକୁ ନିଜର ରିସର୍ଚ୍ଚ ଓ ରିସୋର୍ସ ଲଗାଇଥାଏ । କମ୍ପାନି ଜମି ଚିହ୍ନଟ ଠାରୁ ଆରମ୍ଭ କରି ଘର ତିଆରି କରିବା ପର୍ଯ୍ୟନ୍ତ ସବୁର ହେଡାକ ନେଇଥାଏ । କିନ୍ତୁ ସାଧାରଣ ଲୋକଟିକୁ ନିଜର ରିସର୍ଚ୍ଚ ବଳରେ କେଉଁ କମ୍ପାନି ଭଲ ପ୍ରୋଜେକ୍ଟ କରୁଛି ଏବଂ ଏହାର ଭବିଷ୍ୟତ କଣ, କମ୍ପାନି ଆଗକୁ କେଉଁ ପ୍ରୋଜେକ୍ଟ ହାତେଇବାକୁ ଯାଉଛି ତାହାକୁ ଭଲ ଭାବେ ପରଖିବା ପରେ ଉକ୍ତ କମ୍ପାନୀର ସେୟାର କିଣିପାରିବେ । ତେଣୁ ଘରେ ବସି ଏ ବାବଦରେ ଗୁଗୁଲ କରିବା ପରେ ଜଣେ ବେଶ ଆରାମରେ ରିୟଲ ଇଷ୍ଟେଟ କ୍ଷେତ୍ରର ସେୟାର କିଣି ଲାଭାନିତ୍ୱ ହୋଇପାରିବ ।

ନିଜ ସୁବିଧାରେ ଉଠାଇ ପାରିବେ ଟଙ୍କା?

ରିୟଲ ଇଷ୍ଟେଟରେ ନିବେଶ ଅର୍ଥ ଧୈର୍ଯ୍ୟର ପରୀକ୍ଷା । ଜମି କିଣା ଠାରୁ ଆରମ୍ଭ କରି ପ୍ରକଳ୍ପ ସରିବା ପର୍ଯ୍ୟନ୍ତ ମାଲିକ କିମ୍ବା କମ୍ପାନିକୁ ଲାଭ ପାଇଁ ଅପେକ୍ଷା କରିବାକୁ ପଡିଥାଏ । ଗୋଟିଏ ପ୍ରକଳ୍ପରେ ଟଙ୍କା ନିବେଶ କରିବା ପରେ ଉକ୍ତ ଅର୍ଥ ଫେରିପାଇବାକୁ ଗ୍ରାହକଙ୍କ ଜମିକିଣା କିମ୍ବା ଘର କିଣା ପର୍ଯ୍ୟନ୍ତ ସମୟକୁ ମାଲିକଙ୍କୁ ଅପେକ୍ଷା କରିବାକୁ ହୁଏ । କିନ୍ତୁ ସେୟାର ବଜାରର ରିୟଲ ଇଷ୍ଟେଟ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଭିନ୍ନ । ଜଣେ ବ୍ୟକ୍ତି ଯେତେବେଳେ ଚାହିଁବ ଭଲ ଭଲ କମ୍ପାନିରେ ନିବେଶ କରିପାରିବ ଏବଂ ଆବଶ୍ୟକତା ଅନୁସାରେ ନିଜର ପୁଞ୍ଜି ଉଠାଇ ମଧ୍ୟ ପାରିବ । ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହୋଇନଥାଏ । ଏପରିକି କମ୍ପାନିର ପ୍ରକଳ୍ପ ଶେଷ ହେବା ପର୍ଯ୍ୟନ୍ତ ସେୟାରଧାରୀଙ୍କୁ ଅପେକ୍ଷା କରିବାକୁ ପଡିନଥାଏ । ପ୍ରତି ମୁହୂର୍ତ୍ତରେ ସେୟାର କିଣାବିକା ଓ ଲାଭକ୍ଷତିର ଆକଳନ ହେଉଥିବାରୁ ସେୟାର ବଜାରର ରିୟଲ ଇଷ୍ଟେଟ କ୍ଷେତ୍ରକୁ ପସନ୍ଦ କରୁଛନ୍ତି ସାଧାରଣ ଲୋକେ ।

Share This Article
Twitter Email Copy Link Print
Previous Article ୫ ବର୍ଷରେ ଜମି ଦାମ ଡବଲ: ଓଡ଼ିଶାରେ କେତେ ?
Next Article ବେଆଇନ ଆପାର୍ଟମେଣ୍ଟ ପଛର ଖଳନାୟକ କିଏ?
Leave a comment

Leave a Reply Cancel reply

Your email address will not be published. Required fields are marked *

- Advertisement -
Ad image

Popular Posts

ବେଆଇନ ଆପାର୍ଟମେଣ୍ଟ ପଛର ଖଳନାୟକ କିଏ?

ବେଆଇନ ଆପାର୍ଟମେଣ୍ଟର ସଂଜ୍ଞା କଣ? ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଗଲେ ଘର ମାଲିକ କଣ କରିବେ? କ୍ଷତିପୂରଣ କିଏ ଦେବ ସରକାର…

By admin

ରିୟଲ ଇଷ୍ଟେଟ ନିବେଶର ନୂଆ ଧାରା : ସେୟାର ବଜାର । ଭଲ ରିଟର୍ଣ୍ଣ ସାଙ୍ଗକୁ ନାହିଁ କାଗଜପତ୍ର ଟେନସନ୍ ।

ସେୟାର ବଜାରର ରିୟଲ ଇଷ୍ଟେଟ ଷ୍ଟକରେ ନିବେଶ ପାଇଁ ବଢୁଛି ଚାହିଦା କେଇ ଶହ ଟଙ୍କାର ଷ୍ଟକ କିଣି କୋଟିପତି…

By admin

ମାତ୍ର କେଇ ଶହ ଟଙ୍କା ନିବେଶରେ କୋଟିପତି କ୍ଲାଏଣ୍ଟ?

ମାତ୍ର କେଇ ଶହ ଟଙ୍କାରେ ରିୟଲ ଇଷ୍ଟେଟ ବ୍ୟବସାୟରେ କରିପାରିବେ ଏଣ୍ଟ୍ରି ଆପଣଙ୍କ ସମ୍ପତ୍ତି ନେବାକୁ କୋଟିପତି କ୍ଲାଏଣ୍ଟଙ୍କର ଲାଗିବ…

By admin

You Might Also Like

ଗୁରୁମନ୍ତ୍ର

ଭଡାଘରେ ରହିବେ ନା ଘର କିଣିବେ ?

By admin
ଗୁରୁମନ୍ତ୍ରନିୟମକାନୁନ୍

ବିଲଡର ଘର ଦେବାରେ ବିଳମ୍ବ କଲେ ଡରନ୍ତୁନି…ରେରା ପଞ୍ଝାରୁ ଖସିପାରିବେନି ପ୍ରମୋଟର…କଣ କରିବେ ଆପଣ…ପଢନ୍ତୁ ପୂରା ଖବର OD NESTରେ…

By admin
ଗୁରୁମନ୍ତ୍ରବିଳାସ ଓ ବିଶ୍ୱାସ

ଶ୍ରୀଗଣେଶଙ୍କ ମୂର୍ତ୍ତି ଆପଣ ନିଜ ଘରେ ଠିକ୍ ଜାଗାରେ ଓ ଠିକ୍ ଦିଗରେ ରଖନ୍ତୁ

By admin
ଗୁରୁମନ୍ତ୍ର

ଭୁବନେଶ୍ୱରରେ ଇନଭେଷ୍ଟମେଣ୍ଟର ନୂଆ ଟ୍ରେଣ୍ଡ: ଲଗଜୁରୀ ରିୟଲ ଇଷ୍ଟେଟ୍

By admin
OD NEST
Facebook Twitter Youtube Instagram

About US

OD NEST is Odisha’s dedicated digital platform for real estate and urban development news. We provide timely, accurate coverage of the state’s real estate landscape. Our mission is to empower our readers with insights and stories, especially those impacted by civil and revenue issues, while maintaining the highest standards of journalistic integrity.

Categories
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
.
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
Usefull Links
  • Contact Us
  • Advertise With Us
  • Privacy Policy
Welcome Back!

Sign in to your account

Username or Email Address
Password

Lost your password?