Wednesday, 31 Dec 2025
Facebook Twitter Youtube Instagram
OD NEST
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Font ResizerAa
OD NESTOD NEST
Search
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ସମ୍ପତ୍ତି@ ସାରା ଦେଶ
  • ନିୟମକାନୁନ୍
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Have an existing account? Sign In
Follow US
© 2024 OD NEST
OD NEST > ସ୍କାମ୍ @ ସ୍କୋୟାର ଫୁଟ > ଫ୍ଲାଟ କିଣିବା ବେଳେ ହୁଅନ୍ତୁ ସତର୍କ…ସୁପର ଏରିଆ ନାଁରେ ବିଲଡର ମାରୁଛି ଚୂନା, କେମିତି ବର୍ତ୍ତିବେ ଠକେଇରୁ ? ପଢନ୍ତୁ ପୂରା ଖବର…
ସ୍କାମ୍ @ ସ୍କୋୟାର ଫୁଟ

ଫ୍ଲାଟ କିଣିବା ବେଳେ ହୁଅନ୍ତୁ ସତର୍କ…ସୁପର ଏରିଆ ନାଁରେ ବିଲଡର ମାରୁଛି ଚୂନା, କେମିତି ବର୍ତ୍ତିବେ ଠକେଇରୁ ? ପଢନ୍ତୁ ପୂରା ଖବର…

admin
Last updated: September 11, 2024 5:47 am
admin
Share
SHARE
Spread the love

-ସୁପର ବିଲ୍ଟଅପ ଏରିଆ ନାଁରେ ମହାଘୋଟାଲା
-ଡବଲ୍ ଟଙ୍କା ଗଣୁଛନ୍ତି ଗ୍ରାହକ
-ସରକାରୀ ନିୟମ ଭାଙ୍ଗି ଚାଲିଛି ବେପାର

ଆପଣ ଯଦି ଫ୍ଲାଟଟିଏ କିଣିବାକୁ ଯାଉଛନ୍ତି ତେବେ ଏହି ଖବରଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏବେ ରିୟଲ ଇଷ୍ଟେଟରେ ଚାଲିଛି ସୁପର ବିଲ୍ଟଅପ ଫ୍ରଡ୍ । ଅତି ଚାଲାଖ ଭାବେ ଗ୍ରାହକଙ୍କଠୁ ଟଙ୍କା ଲୁଟୁଛନ୍ତି ବିଲଡର । ବିଲ୍ଟଅପ ଓ ସୁପର ବିଲ୍ଟଅପ ଏରିଆର ସ୍ୱପ୍ନ ଦେଖାଇ ହୋମ୍ ବାୟରଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିନେଉଛନ୍ତି ବିଲଡର । କଣ ଏହି ସୁପର ଏରିଆ ସ୍କାମ ? ଏହାକୁ ଜାଣିବାକୁ ହେଲେ ପ୍ରଥମେ ଆପାର୍ଟମେଣ୍ଟର ଗଢଣ ବୁଝନ୍ତୁ…
ଗୋଟିଏ ଆପାର୍ଟମେଣ୍ଟରେ ୩ ପ୍ରକାରର ଏରିଆ ରହିଥାଏ । ଯଥା-
୧-କାର୍ପେଟ ଏରିଆ
୨-ବିଲ୍ଟଅପ ଏରିଆ
୩- ସୁପର ବିଲ୍ଟଅପ ଏରିଆ

କାର୍ପେଟ ଏରିଆ କଣ ?
ଫ୍ଲାଟ ଭିତରର ଜାଗାକୁ କାର୍ପେଟ ଏରିଆ କୁହାଯାଏ । ବେଡରୁମ, କିଚେନ, ବାଥରୁମ, ଡାଇନିଂ ରୁମ, ଷ୍ଟଡି, ଷ୍ଟୋର, ଅନ୍ୟାନ୍ୟ ରୁମ, ଘର ଭିତରେ ଖୋଲୁଥିବା ବାଲକୋନି, ଘର ଭିତରେ ଥିବା ସିଡି, ଇଣ୍ଟରନାଲ ୱାଲ ଏହି ଏରିଆରେ ଆସିଥାଏ ।

ବିଲ୍ଟ ଅପ ଏରିଆ କଣ ?
ଫ୍ଲାଟର ଆଉଟର ୱାଲକୁ ଲାଗିଥିବା ଅଞ୍ଚଳକୁ ବିଲ୍ଟଅପ ଏରିଆ କୁହାଯାଏଁ । ବାଲକୋନି, ସିଡି, ବାହାର ୱାଲ ଆଦି ଅଞ୍ଚଳ ବିଲ୍ଟଅପ ଏରିଆ ।

ସୁପର ବିଲ୍ଟଅପ ଏରିଆ କଣ ?
ଆପଣଙ୍କ ପ୍ଲାଟରେ ଯେଉଁ ଏରିଆ ଆସୁଛି ଏବଂ କମନ ଏରିଆ ହିଁ ସୁପର ବିଲ୍ଟଅପ ଏରିଆ । ଯେପରିକି ଲିପ୍ଟ, କ୍ଲବ ହାଉସ, ଲବି, ସୁଇମିଂ ପୁଲ, ଜିମ, କମନ ଏରିଆ, ପାର୍କିଂ ଇତ୍ୟାଦି ।

ସୁପର ବିଲ୍ଟଅପ ସ୍କାମ କଣ ?
ଏବେ ପ୍ରାୟ ସବୁ ବିଲଡର ଗ୍ରାହକଙ୍କୁ ସୁପର ବିଲ୍ଟଅପ ଏରିଆ ପ୍ଲାଟ କହି ବିକ୍ରି କରୁଛନ୍ତି । ଧରନ୍ତୁ ଗୋଟିଏ ସୁପର ବିଲ୍ଟଅପ ଟୁ ବିଏଚକେ ଫ୍ଲାଟକୁ ୧୦୨୦ ସ୍କୋୟାରଫୁଟ ବୋଲି କୁହାଯାଉଛି । ହେଲେ ଏଥିରେ କାର୍ପେଟ ଏରିଆ ହେଉଛି ମାତ୍ର ୭୧୦ ସ୍କୋୟାରଫୁଟ ଅଞ୍ଚଳ । ଅର୍ଥାତ ଆପଣଙ୍କ ପର୍ସନାଲ ୟୁଜେବୁଲ ଏରିଆ ହେଉଛି ୭୧୦ ସ୍କୋୟାରଫୁଟ । ବାକି ୩୧୦ ସ୍କୋୟାରଫୁଟ କମନ ଏରିଆ । ଅର୍ଥାତ ୭୧୦ ସ୍କୋୟାରଫୁଟ ଏରିଆକୁ ଆପଣଙ୍କୁ ୧୦୨୦ ସ୍କୋୟାରଫୁଟର ବୋଲି କହି ବିକାଯାଉଛି ।

କେମିତି ହେଉଛି ଠକେଇ ?
୧୦୨୦ ସ୍କୋୟାରଫୁଟ ସୁପର ବିଲ୍ଟଅପ ଟୁ ବିଏଚକେ ଫ୍ଲାଟ କିଣିଲେ ଆପଣ ମାତ୍ର ୭୧୦ ସ୍କୋୟାରଫୁଟ କାର୍ପେଟ ଏରିଆ ପାଇବେ । ହେଲେ ୧୦୨୦ ସ୍କୋୟାରଫୁଟ ପାଇଁ ଆପଣଙ୍କୁ ଟଙ୍କା ଗଣିବାକୁ ପଡିବ । ଧରିନିଅନ୍ତୁ ଆପଣ ଯଦି ସ୍କୋୟାରଫୁଟ ପିଛା ୮ ହଜାର ଟଙ୍କା ଦେଉଛନ୍ତି ତେବେ ୧୦୨୦ ସ୍କୋୟାରଫୁଟ ଅଞ୍ଚଳ ପାଇଁ ଟଙ୍କା ଦେବେ । କିନ୍ତୁ ୭୧୦ ସ୍କୋୟାରଫୁଟ ଅଞ୍ଚଳ ହିଁ ଆପଣଙ୍କ ନାଁରେ ରେଜିଷ୍ଟ୍ରେସନ ହେବ । ଅର୍ଥାତ ଆପଣ ଟଙ୍କା ଦେଇ ବି ବାକି ଏରିଆର ମାଲିକ ହେବେନି । କାରଣ କମନ ଏରିଆକୁ ବିକ୍ରି କରିବା ବୈଧ ନୁହେଁ । ଏଥିପାଇଁ ସରକାରୀ କଟକଣା ଲାଗିଥିଲାବେଳେ ବିଲଡର କିନ୍ତୁ ମାନୁନାହାନ୍ତି ।

ଗ୍ରାହକ ଗଣୁଛନ୍ତି ଡବଲ୍ ଦାମ:
ଧରିନିଅନ୍ତୁ ଆପଣ ୭୦୦ ସ୍କୋୟାରଫୁଟ କାର୍ପେଟ ଏରିଆ ବିଶିଷ୍ଟ ଏକ ଫ୍ଲାଟ କିଣୁଛନ୍ତି । ସ୍କୋୟାରଫୁଟ ପିଛା ୮ ହଜାର ଟଙ୍କା ଦରରେ ଆପଣଙ୍କୁ ୫୬ ଲକ୍ଷ ଟଙ୍କା ପଡିବ । ଯଦି ସେହି କାର୍ପେଟ ଏରିଆ ବିଶିଷ୍ଟ ସୁପର ବିଲ୍ଟ ଅଫ ଏରିଆ କିଣୁଛନ୍ତି ତେବେ ଆପଣଙ୍କୁ ୧୩୦୦ ସ୍କୋୟାରଫୁଟ ଏରିଆକୁ କିଣିବାକୁ ପଡିବ । ଏଥିପାଇଁ କୋଟିଏ ୪ ଲକ୍ଷ ଟଙ୍କା ଗଣିବେ । କିନ୍ତୁ ଆପଣଙ୍କ କାର୍ପେଟ ଏରିଆ ସେହି ୭୦୦ ସ୍କୋୟାରଫୁଟ ଏବଂ ରେଜିଷ୍ଟ୍ରେସନ ବି ସମାନ । କିନ୍ତୁ ଆପଣଙ୍କୁ ସୁପର ବିଲ୍ଟ ୃଅଫ ଏରିଆ ପାଇଁ ୪୮ ଲକ୍ଷ ଟଙ୍କା ଅଧିକ ଦେବାକୁ ପଡିବ ।

କଣ କହୁଛି ରେରା ନିୟମ:
ରେରା ନିୟମ ଅନୁସାରେ ଏରିଆ ଅଫ ପ୍ରପର୍ଟି ୩ଟି ଭିନ୍ନ ଉପାୟରେ ଗଣନା କରାଯାଉଛି । ଏଣୁ ଫ୍ଲାଟ କିଣିବା ସମୟରେ ଆପଣ କେତେ ଅଞ୍ଚଳ ପାଇଁ ଟଙ୍କା ଦେଉଛନ୍ତି ଓ କେତେ ଅଞ୍ଚଳ ପାଉଛନ୍ତି ସେଥିରେ ବ୍ୟତିକ୍ରମ ଘଟିପାରେ । କିନ୍ତୁ ଫ୍ଲାଟ ବିକ୍ରି କରିବା ଆଗରୁ ହୋମ୍ ବାୟର କ୍ରେତାଙ୍କୁ କାର୍ପେଟ ଏରିଆ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ଆବଶ୍ୟକ । କାର୍ପେଟ ଏରିଆ କେତେ ଅଞ୍ଚଳର ତାହା କହିବା ବାଧ୍ୟତାମୂଳକ । ଗ୍ରାହକଙ୍କୁ ସୁପର ବିଲ୍ଡଅପ ଏରିଆ ଓ ୟୁଜେବୁଲ ଏରିଆ ବାବଦରେ ସ୍ପଷ୍ଟ କରିବା ନିହାତି ଆବଶ୍ୟକ । କିନ୍ତୁ ଅସାଧୁ ବିଲଡର ରେରାର ଏହି ନିୟମକୁ ମାନିବାକୁ ନାରାଜ । ଗ୍ରାହକଙ୍କୁ ଅନ୍ଧାରରେ ରଖି ସୁପର ଏରିଆ ନାଁରେ ଫ୍ଲାଟ ବିକ୍ରି କରିଚାଲିଛନ୍ତି ।

Share This Article
Twitter Email Copy Link Print
Previous Article ପ୍ଲଟ ଓ ଫ୍ଲାଟ କିଣୁଛନ୍ତି… କିନ୍ତୁ ତା ପୂର୍ବରୁ ପ୍ରମୋଟର ଆପଣଙ୍କୁ ଏକଥା କହିଛନ୍ତି ତ? ନହେଲେ ଠକାମୀରେ ପଡ଼ିବା ନିଶ୍ଚିତ ।
Next Article ବିଲଡର ଘର ଦେବାରେ ବିଳମ୍ବ କଲେ ଡରନ୍ତୁନି…ରେରା ପଞ୍ଝାରୁ ଖସିପାରିବେନି ପ୍ରମୋଟର…କଣ କରିବେ ଆପଣ…ପଢନ୍ତୁ ପୂରା ଖବର OD NESTରେ…
Leave a comment

Leave a Reply Cancel reply

Your email address will not be published. Required fields are marked *

- Advertisement -
Ad image

Popular Posts

ସହରରେ ଘର ନିର୍ମାଣ : ଅବସର ପରେ ଅନିଚ୍ଛା କାହିଁକି?

ଅବସର ପରେ ‘ଘର’ ତିଆରି କେତେ ଠିକ୍ ? ରିଟାୟାର୍ଡ ପରେ ଲୋକେ ଗାଁ ମୁହାଁ କାହିଁକି ? ଓଡ଼ି…

By admin

ଘର କିଣୁଛନ୍ତି : ଆପଣଙ୍କ ଏଜେଣ୍ଟ ଲାଇସେନ୍ସ ପାଇଛନ୍ତି ତ…?

ଓଡ଼ି ନେଷ୍ଟ  : ମହାରାଷ୍ଟ୍ରରେ ରିୟଲ ଇଷ୍ଟେଟ ସଂସ୍ଥା ଓ ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣି ପଡିଛି । ଆପଣ ପଚାରିବେ…

By admin

ପ୍ରସ୍ତାବିତ ନୂଆ ଭୁବନେଶ୍ୱରର ବି ଭାସିବ!

ପ୍ରସ୍ତାବିତ ନୂଆ ଭୁବନେଶ୍ୱରର ବି ଭାସିବ! ଆଗକୁ ବି ଭାସିବା, ବୁଡ଼ିବା। ଓଡ଼ି ନେଷ୍ଟ :  ଅବଶ୍ୟ ଧ୍ୟାନ ନଦେଲେ।…

By admin

You Might Also Like

ନିୟମକାନୁନ୍ସ୍କାମ୍ @ ସ୍କୋୟାର ଫୁଟ

ବେଆଇନ ଆପାର୍ଟମେଣ୍ଟ ପଛର ଖଳନାୟକ କିଏ?

By admin
OD NEST
Facebook Twitter Youtube Instagram

About US

OD NEST is Odisha’s dedicated digital platform for real estate and urban development news. We provide timely, accurate coverage of the state’s real estate landscape. Our mission is to empower our readers with insights and stories, especially those impacted by civil and revenue issues, while maintaining the highest standards of journalistic integrity.

Categories
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
.
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
Usefull Links
  • Contact Us
  • Advertise With Us
  • Privacy Policy
Welcome Back!

Sign in to your account

Username or Email Address
Password

Lost your password?