Wednesday, 31 Dec 2025
Facebook Twitter Youtube Instagram
OD NEST
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Font ResizerAa
OD NESTOD NEST
Search
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ସମ୍ପତ୍ତି@ ସାରା ଦେଶ
  • ନିୟମକାନୁନ୍
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Have an existing account? Sign In
Follow US
© 2024 OD NEST
OD NEST > ଗୁରୁମନ୍ତ୍ର > ବିଲଡର ଘର ଦେବାରେ ବିଳମ୍ବ କଲେ ଡରନ୍ତୁନି…ରେରା ପଞ୍ଝାରୁ ଖସିପାରିବେନି ପ୍ରମୋଟର…କଣ କରିବେ ଆପଣ…ପଢନ୍ତୁ ପୂରା ଖବର OD NESTରେ…
ଗୁରୁମନ୍ତ୍ରନିୟମକାନୁନ୍

ବିଲଡର ଘର ଦେବାରେ ବିଳମ୍ବ କଲେ ଡରନ୍ତୁନି…ରେରା ପଞ୍ଝାରୁ ଖସିପାରିବେନି ପ୍ରମୋଟର…କଣ କରିବେ ଆପଣ…ପଢନ୍ତୁ ପୂରା ଖବର OD NESTରେ…

admin
Last updated: September 16, 2024 6:55 am
admin
Share
SHARE
Spread the love

ଓଡ଼ି ନେଷ୍ଟ : ଜଣେ ଲୋକର ସବୁଠୁ ବଡ ସ୍ୱପ୍ନ ନିଜର ଘରଟିଏ ତୋଳିବା । ଘରଖଣ୍ଡେ ପାଇବାକୁ ସିଏ କଣ ନକରେ ! ପେଟରୁ କାଟି ଟଙ୍କାଏ ଲେଖାଏ ଜମା କରେ । ଲକ୍ଷାଧିକ ଟଙ୍କା ଲୋନ କରେ । ଜୀବନର ଖର୍ଚ୍ଚ କାଟ କରି ଇଏମଆଇ ଭରେ । ସବୁକିଛି ବାଜିରେ ଲଗାଇଦିଏ । ହେଲେ ବଦଳରେ ତାକୁ ମିଳେ କଣ ? ତା ଘର ସ୍ୱପ୍ନରେ ବିଲଡର ବୁଲଡୋଜର ଚଢେଇଦିଏ । ଫ୍ଲାଟ ଦେବାରେ ଡେରି କରି ହଇରାଣ କରେ । ଏପଟେ ଇଏମଆଇ ବୋଝ ଆଉ ଆରପଟେ ଘର ଭଡାରେ ମଣିଷ ଅଣନିଶ୍ୱାସୀ ହୋଇଯାଏ । ହେଲେ କର୍ଣ୍ଣାଟକରୁ ଏମିତି ଏକ ଖବର ଆସିଛି ଯାହା ଆପଣଙ୍କୁ ଖାଲି ଆଶ୍ୱସ୍ତ କରିବନି ବରଂ ଆପଣଙ୍କ ଘର ସ୍ୱପ୍ନକୁ ନୂଆ ବଳ ଦେବ ।

-ଅମାନିଆ ବିଲଡର ଉପରେ ବାଜିଲା ରେରା ଛାଟ
-ଫ୍ଲାଟ ଦେବାରେ ଡେରି କରି ଫସିଲେ ବିଲଡର
-ପ୍ରମୋଟର ଗଣିବେ ୮୫ ଲକ୍ଷ ଟଙ୍କା ଫାଇନ

ହଁ ଆଜ୍ଞା, ଫ୍ଲାଟ ପଜେସନ ଦେବାରେ ଡେରି କରିବା ଏକ ରିଅଲ ଇଷ୍ଟେଟ ଗ୍ରୁପଙ୍କୁ ମହଙ୍ଗା ପଡିଛି । ଘର କିଣିଥିବା ଦମ୍ପତିଙ୍କୁ ଜୋରିମନା ବାବଦକୁ ପ୍ରମୋଟର ୮୫.୪୭ଲକ୍ଷ ଟଙ୍କା ଦେବାକୁ କର୍ଣ୍ଣାଟକ ରେରା ନିର୍ଦ୍ଦେଶ ଦେଇଛନ୍ତି ।

କଣ ଥିଲା ଅଭିଯୋଗ:
କର୍ଣ୍ଣାଟକର ଶ୍ରୀନିଧି ଏ ମୂରଲି ଏବଂ ତାଙ୍କ ସ୍ତ୍ରୀ ନାପିନା ସାମପଥ ଏକ ଫ୍ଲାଟ ପାଇଁ ୨୦୧୫ରେ ଟଙ୍କା ଦେଇଥିଲେ । ଫ୍ଲାଟର ମୂଲ୍ୟ ୨.୫୯ କୋଟି ଥିବାବେଳେ ଏମାନେ ପ୍ରାୟ ୮୬ ପ୍ରତିଶତ ଅର୍ଥାତ ୨.୨୩ କୋଟି ଟଙ୍କା ଆଡଭାନ୍ସ ଦେଇଥିଲେ । ଏନଭାରମେଣ୍ଟ ବିଲ୍ଡିଂ ସିଷ୍ଟମ ପ୍ରାଇଭେଟ ଲିମିଟେଡ ଓ ପ୍ରଗତି ଗୃପ ସହିତ ଏଗ୍ରିମେଣ୍ଟ କରିଥିଲେ । ୨୦୧୮ ମସିହାରେ ଫ୍ଲାଟ ହସ୍ତାନ୍ତର ପାଇଁ ଏଗ୍ରିମେଣ୍ଟ ହୋଇଥିଲା । ହେଲେ ୨୦୨୪ ଯାଏଁ ବି ପ୍ରମୋଟର ଘର ଦେଇନଥିଲେ । ଫଳରେ ଅଭିଯୋଗକାରୀ ରେରାର ଦ୍ୱାରସ୍ଥ ହୋଇଥିଲେ ।

କେମିତି ଠକିଛି ବିଲଡର:
ବାୟରଙ୍କ ଅଭିଯୋଗ ଅନୁସାରେ, ୨୦୧୮ରେ ସଂସ୍ଥା ସହ ଚୁକ୍ତି ହୋଇଥିଲା । ନର୍ଥ ବେଙ୍ଗାଳୁରୁ ଏରିଆରେ ଆଫଟର ଦି ରେନ ନାଁରେ ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା । ମୂଳ ପ୍ଲାନିଂରେ କେବଳ ୮୯ଟି ଆପାର୍ଟମେଣ୍ଟ ହେବାର ଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହାକୁ ସଂଶୋଧନ କରି ୨୪୫ଟି ୟୁନିଟକୁ ବଢାଯାଇଛି । ହେଲେ ଏଯାଏ ମାତ୍ର ୫୫ଟି ଫ୍ଲାଟ ହସ୍ତାନ୍ତର ହୋଇଛି । ତାହା ପୁଣି ୬ ବର୍ଷ ବିଳମ୍ବରେ । ଏହାଛଡା କ୍ଲବ ହାଉସ, ଗାର୍ଡେନ କାମ ସରିନାହିଁ ।

ବାଜିଲା ରେରା ଛାଟ:
ବାୟରଙ୍କୁ ଫ୍ଲାଟ ପଜେସନ ଦେବାରେ ଅହେତୁଳ ବିଳମ୍ବ ଦର୍ଶାଇ ଅଭିଯୋଗକାରୀ ରେରାର ଆଶ୍ରୟ ହୋଇଥିଲେ । କର୍ଣ୍ଣାଟକ ରେରା ମାମଲାର ବିଚାର କରି ସଂପୃକ୍ତ ସଂସ୍ଥାକୁ ଫାଇନ ପକାଇଛନ୍ତି ।
କେବଳ ଏଇ ଗୋଟିଏ ଘଟଣା ନୁହେଁ । ଦେଶରେ ଏଭଳି ଅନେକ ମାମଲାରେ ରେରା ବିଲଡରଙ୍କୁ ଜୋରିମନା ପକାଇଛନ୍ତି ।

ଆପଣ ବି ମାଗିପାରିବେ ଡିଲେ କମ୍ପେନସେସନ:
ଯଦି ଆପଣ ଫ୍ଲାଟ ବୁକ କରିଛନ୍ତି ଏବଂ ବିଲଡର ଏଗ୍ରିମେଣ୍ଟ ଦିନ ଗଡିବା ପରେ ବି ଘର ଦେଉନି ତେବେ ଆପଣ ବି ରେରାରେ ଅଭିଯୋଗ କରିପାରିବେ । କନସ୍ୟୁମର କୋର୍ଟରେ ବି ମାମଲା ଦାୟର କରିହେବ ।

କଣ କହୁଛି ରେରା ଆଇନ:
ରେରା ସେକ୍ସନ ୧୮ ଅନୁସାରେ, ଯଦି ପଜେସନ ଏଗ୍ରିମେଣ୍ଟ ଡେଟ ପରେ ବି ବିଲଡର ଘର ଦେଉନାହିଁ ତେବେ ଆପଣ ଆଇନର ଆଶ୍ରୟ ନେଇପାରିବେ । ଏହି କ୍ଷେତ୍ରରେ ଦେଇଥିବା ଡିପୋଜିଟ ଫେରାଇ ଆଣିପାରିବେ । କିମ୍ବା ଇଏମଆଇ ଓ ଘରଭଡା ବାବଦକୁ ଇଣ୍ଟ୍ରେଷ୍ଟ ଦାବି କରିବେ ।

କଣ ମିଳିବ କମ୍ପେନସେସନ:
ପଜେସନ ଡିଲେ ପରେ ଯଦି ସେହି ପ୍ରୋଜେକ୍ଟ ଛାଡିବାକୁ ଚାହିଁବେ ତେବେ ଡିପୋଜିଟ ରିଟର୍ଣ୍ଣ ଆଣିପାରିବେ । ଏ କ୍ଷେତ୍ରରେ ପ୍ରମୋଟର ଆପଣଙ୍କୁ ଡିପୋଜିଟ ରିଟର୍ଣ୍ଣ ସହ ତା ଉପରେ ଡିଲେ ଡେଟଠାରୁ ମାସିକ ସୁଧ ପ୍ରଦାନ କରିବ । ଏହା ପ୍ରାୟ ୯ରୁ ୧୦ ପ୍ରତିଶତ ହୋଇଥାଏ । ଯଦି ଆପଣ ଭରୁଥିବା ଇଏମଆଇ ଏବଂ ଭଡାରେ ରହୁଥିବା ଖର୍ଚ୍ଚ ପାଇଁ ବି କ୍ଷତିପୂରଣ ଦାବି କରିବେ ତେବେ ଫ୍ଲାଟ ପଜେସନ ସହ ଆପଣଙ୍କୁ କମ୍ପେନସେସନ ମଧ୍ୟ ମିଳିବ । ତେବେ ଆପଣ କୌଣସି ଫ୍ଲାଟ ପାଇଁ ଏଗ୍ରିମେଣ୍ଟ କରିବା ପୂର୍ବରୁ ସେଥିରେ ଥିବା କଣ୍ଡିସନ ଓ ନିୟମକୁ ଭଲଭାବେ ବୁଝିବା ଜରୁରୀ ଅଟେ ।

Share This Article
Twitter Email Copy Link Print
Previous Article ଫ୍ଲାଟ କିଣିବା ବେଳେ ହୁଅନ୍ତୁ ସତର୍କ…ସୁପର ଏରିଆ ନାଁରେ ବିଲଡର ମାରୁଛି ଚୂନା, କେମିତି ବର୍ତ୍ତିବେ ଠକେଇରୁ ? ପଢନ୍ତୁ ପୂରା ଖବର…
Next Article ସହରରେ ଘର ନିର୍ମାଣ : ଅବସର ପରେ ଅନିଚ୍ଛା କାହିଁକି?
Leave a comment

Leave a Reply Cancel reply

Your email address will not be published. Required fields are marked *

- Advertisement -
Ad image

Popular Posts

ବିଡ଼ିଏକୁ ଘାଣ୍ଟୁଛି ରେରା, ଘାଟିକିଆ ପ୍ରକଳ୍ପର ଭବିଷ୍ୟତ ଅନ୍ଧାର

ଅଧାବାଟରେ ବିଡିଏର ଘାଟିକିଆ ପ୍ରକଳ୍ପ, ରେରା ତାଲିକାରେ ବିଡିଏ ହେଉଛି ଖିଲାପି ନଂ ୩୦୮ ସମ୍ଭବତଃ ଆପଣ ଏ ଶିରୋନାମା…

By admin

ବେଆଇନ ଆପାର୍ଟମେଣ୍ଟ ପଛର ଖଳନାୟକ କିଏ?

ବେଆଇନ ଆପାର୍ଟମେଣ୍ଟର ସଂଜ୍ଞା କଣ? ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଗଲେ ଘର ମାଲିକ କଣ କରିବେ? କ୍ଷତିପୂରଣ କିଏ ଦେବ ସରକାର…

By admin

ଭୁବନେଶ୍ୱରରେ ଇନଭେଷ୍ଟମେଣ୍ଟର ନୂଆ ଟ୍ରେଣ୍ଡ: ଲଗଜୁରୀ ରିୟଲ ଇଷ୍ଟେଟ୍

ଭୁବନେଶ୍ୱରରେ ଇନଭେଷ୍ଟମେଣ୍ଟର ନୂଆ ଟ୍ରେଣ୍ଡ: ଲଗଜୁରୀ ରିୟଲ ଇଷ୍ଟେଟ୍ ବଢୁଛି ଲଗଜୁରୀ ରିୟଲ ଇଷ୍ଟେଟରେ ଇନଭେଷ୍ଟମେଣ୍ଟ ଚାହିଦା ଲଙ୍ଗଟର୍ମ ନିବେଶରେ…

By admin

You Might Also Like

ଗୁରୁମନ୍ତ୍ରଚାଲିଛି କଣ

ମହିଳାଙ୍କ ନାଁରେ ଘର କିଣିଲେ ମିଳିବ ରିହାତି…କମିଯିବ ଟିକସ ଓ ସୁଧହାର…କଣ ରହିଛି ଅଫର, ପଢନ୍ତୁ OD NESTରେ

By admin
ଗୁରୁମନ୍ତ୍ର

ଭଡାଘରେ ରହିବେ ନା ଘର କିଣିବେ ?

By admin
ଚାଲିଛି କଣନିୟମକାନୁନ୍

ବେଆଇନ ବିଲ୍ଡିଂରେ ହାତ ମାରିବାକୁ ଭୟ କାହିଁକି?

By admin
ଗୁରୁମନ୍ତ୍ରଚାଲିଛି କଣ

ରିୟଲ ଇଷ୍ଟେଟ ନିବେଶର ନୂଆ ଧାରା : ସେୟାର ବଜାର । ଭଲ ରିଟର୍ଣ୍ଣ ସାଙ୍ଗକୁ ନାହିଁ କାଗଜପତ୍ର ଟେନସନ୍ ।

By admin
OD NEST
Facebook Twitter Youtube Instagram

About US

OD NEST is Odisha’s dedicated digital platform for real estate and urban development news. We provide timely, accurate coverage of the state’s real estate landscape. Our mission is to empower our readers with insights and stories, especially those impacted by civil and revenue issues, while maintaining the highest standards of journalistic integrity.

Categories
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
.
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
Usefull Links
  • Contact Us
  • Advertise With Us
  • Privacy Policy
Welcome Back!

Sign in to your account

Username or Email Address
Password

Lost your password?