Wednesday, 31 Dec 2025
Facebook Twitter Youtube Instagram
OD NEST
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Font ResizerAa
OD NESTOD NEST
Search
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ସମ୍ପତ୍ତି@ ସାରା ଦେଶ
  • ନିୟମକାନୁନ୍
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Have an existing account? Sign In
Follow US
© 2024 OD NEST
OD NEST > ଗୁରୁମନ୍ତ୍ର > ଶ୍ରୀଗଣେଶଙ୍କ ମୂର୍ତ୍ତି ଆପଣ ନିଜ ଘରେ ଠିକ୍ ଜାଗାରେ ଓ ଠିକ୍ ଦିଗରେ ରଖନ୍ତୁ
ଗୁରୁମନ୍ତ୍ରବିଳାସ ଓ ବିଶ୍ୱାସ

ଶ୍ରୀଗଣେଶଙ୍କ ମୂର୍ତ୍ତି ଆପଣ ନିଜ ଘରେ ଠିକ୍ ଜାଗାରେ ଓ ଠିକ୍ ଦିଗରେ ରଖନ୍ତୁ

admin
Last updated: September 6, 2024 5:45 pm
admin
Share
SHARE
Spread the love

ଓଡ଼ି ନେଷ୍ଟ : ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟଙ୍କୁ ସ୍ମରଣ କରି କୌଣସି କାମ ଆରମ୍ଭ କଲେ ବାଧା ସୃଷ୍ଟି ହୁଏ ନାହିଁ । ଗାଁ ଗଣ୍ଡା, ସହର ବଜାର ସବୁଠି ଧୂମଧାମରେ ପାଳିତ ହେଉଛି ଗଣେଶ ପୂଜା । ଘରେ ଘରେ ମଧ୍ୟ ଉତ୍ସବର ମାହୋଲ । ବିଘ୍ନନାଶକଙ୍କୁ ଛୋଟରୁ ବଡ ସଭିଏଁ କରୁଛନ୍ତି ଆରଧନା । ତେବେ ଆପଣଙ୍କ ଘରେ ଶ୍ରୀଗଣେଶଙ୍କ ମୂର୍ତ୍ତି ସଠିକ ସ୍ଥାନରେ ଅଛି ତ? ତାହା ଜାଣିବା ନିହାତି ଜରୁରୀ । ପବିତ୍ର ଗଣେଶ ପୂଜାରେ ଆପଣଙ୍କ ଘରକୁ ସୁଖଶାନ୍ତିର ଆଗମନ ଆଶା କରିବା ସହ ଓଡି ନେଷ୍ଟ ଦେଉଛି ସଫଳ ଜୀବନର କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ର ।
ଅଗ୍ରପୂଜ୍ୟ ପ୍ରଭୁ ଗଜାନନ । ଘରର ପୁନାଦିଠୁ ପ୍ରତି ପୂଜାରେ ସବୁଥିରେ ଆଗ ଲୋଡାପଡନ୍ତି ପ୍ରଭୁ ଶ୍ରୀ ଗଣେଶ । ନାଲି ସିନ୍ଦୁରରେ ଶୁଭ ଲାଭଠୁ ହୋମ ପର୍ଯ୍ୟନ୍ତ ପ୍ରଥମେ ଗଣେଶଙ୍କୁ ହିଁ ପୂଜା କରାଯାଏ । ହେଲେ..

  • ଘରେ ବାସ୍ତୁ ଶାସ୍ତ୍ର ଠିକ ଅଛି ତ ?
  • ଆପଣଙ୍କ ଘର ପ୍ରତି ଗଣେଶଙ୍କର ଅଛି ତ ଶୁଭ ଦୃଷ୍ଟି ?

ଆମ ଘରେ, ଆପଣଙ୍କ ଘରେ, ଦୋକାନବଜାରରେ, ଶିକ୍ଷାନୁଷ୍ଠାନରେ ଶ୍ରୀଗଣେଶ ପୂଜା ପାଉଛନ୍ତି । ହେଲେ ଠିକ୍ ସ୍ଥାନରେ ଗଣେଶଙ୍କୁ ରଖାଯାଇଛି ତ ? ଗଣେଶ ମୂର୍ତ୍ତିର ଗଢଣ ଠିକ ଅଛି ତ ? କେଉଁ ଦିଗକୁ ରହିଛି ଗଣେଶଙ୍କର ଶୁଣ୍ଢ ? ଗୋଟିଏ ଘରର ସୁଖଶାନ୍ତି ଓ ସମୃଦ୍ଧି ପାଇଁ ଏସବୁ ଦିଗ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ଛୋଟ ଛୋଟ କଥାକୁ ଟିକେ ଅବହେଳା କରିବା ଉଚିତ୍ ନୁହେଁ ।  ପଢନ୍ତୁ, ପ୍ରଭୁ ଗଣେଶଙ୍କୁ ନେଇ କଣ ରହିଛି ବାସ୍ତୁ…

କେଉଁଠି ରହିବା ଦରକାର ଗଣେଶଙ୍କ ମୂର୍ତ୍ତି :
ଶାସ୍ତ୍ର ଅନୁସାରେ ଗଣେଶଙ୍କ ସମ୍ମୁଖଭାଗ ସବୁବେଳେ ଶୁଭ ହୋଇଥାଏ । ଏଣୁ ଯେଉଁ ପାଖକୁ ତାଙ୍କ ଦୃଷ୍ଟି ରହେ ସେହି ପଟକୁ ହିଁ ଶୁଭଦୃଷ୍ଟି ରହିଥାଏ । ଯଦି ଆପଣ ଘର ବାହାରେ ଗଣେଶଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ତାହା ଘର ଭିତର ପାଖ ମୁହାଁ କରି ରଖିବା ଉଚିତ । କାରଣ ଘର ଭିତରକୁ ମୁହଁ କଲେ ହିଁ ଗଣେଶଙ୍କର କୃପା ଘର ପ୍ରତି ରହିବ ।

କେତେ ବଡ ମୂର୍ତ୍ତି ରଖିବେ:
ଠାକୁର ଘରେ ଗଣେଶଙ୍କର ମୂର୍ତ୍ତି ରଖିଲେ ତାହା ୯ ଇଞ୍ଚରୁ କମ କରନ୍ତୁ । ଯଦି ବଡ ମୂର୍ତ୍ତି ପୂଜା କରୁଛନ୍ତି ତେବେ ପ୍ରତିଦିନ ଆପଣଙ୍କୁ ଅନ୍ନ ଭୋଗ କରିବାକୁ ପଡିବ । ନଚେତ ଘର ପ୍ରତି କୋପ ଦୃଷ୍ଟି ପଡିପାରେ ।

ଗଣେଶଙ୍କର ଶୁଣ୍ଢ କେମିତି ହେବା ଦରକାର:
ଶ୍ରୀଗଣେଶଙ୍କ ମୂର୍ତ୍ତି କିଣିବା ବେଳେ ଆପଣ ବେଶ୍ ସତର୍କ ରହିବା ଜରୁରୀ ।  ମୂର୍ତ୍ତି କିଣିବାବେଳେ ଶୁଣ୍ଢ ପ୍ରତି ବି ଆପଣ ସାବଧାନ ରହିବେ । ଗୃହ ପାଇଁ ଦକ୍ଷିଣାବର୍ତ୍ତୀ ଶୁଣ୍ଢ ଥିବା ଗଣେଶ ଶୁଭଦାୟକ । ଏହା ସଫଳତାର ପ୍ରତୀକ ଅଟେ । ତେଣୁ ସୁନ୍ଦର ପ୍ରତିମା ଖୋଜିବାବେଳେ ଶୁଣ୍ଢ ପ୍ରତି ବି ଧ୍ୟାନ ଦେବା ଆବଶ୍ୟକ ।

ଗଣେଶ ମୂର୍ତ୍ତିର ରଙ୍ଗ କଣ ହେବା ଦରକାର:
କେବଳ ସୁନ୍ଦର ଓ ଚିକଣିଆ ଗଣେଶ ପ୍ରତିମୂର୍ତ୍ତି କିଣିଦେଲେ ହେବନାହିଁ । ଘରର ମଙ୍ଗଳ ପାଇଁ ରଙ୍ଗ ଉପରେ ବି ଦୃଷ୍ଟି ଦେବାକୁ ପଡିବ । ବିଶେଷ କରି ଧବଳ ଓ ସିନ୍ଦୂର ରଙ୍ଗର ଗଣେଶ ଶୁଭଫଳ ପ୍ରଦାନ କରିଥାନ୍ତି । ନୂଆ ଆରମ୍ଭ ସହ ଶାନ୍ତିର ଜୀବନ ପାଇଁ ସହାୟକ ହୋଇଥାନ୍ତି ।

କେମିତି ଦୂର ହେବ ଗ୍ରହକଷ୍ଟ:
ପ୍ରଭୁ ଗଣେଶ ଶୁଭର ପ୍ରତୀକ । ଘରର ଦ୍ୱାରରେ ଗଣେଶଙ୍କର ପ୍ରତୀକ ଭାବେ କଳସ ସ୍ଥାପନ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଯଦି ଗ୍ରହ କଷ୍ଟ ରହିଛି ତେବେ ଗଣେଶଙ୍କୁ ସଜ୍ଜିତ କରି ଜଳାଶାୟ କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ଛୋଟ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ:
ଆମେ ସମସ୍ତେ ଜାଣିଛେ ଶ୍ରୀଗଣେଶଙ୍କର ବାହନ ହେଉଛି ମୂଷା ଏବଂ ପ୍ରିୟ ଖାଦ୍ୟ ହେଉଛି ଲଡୁ । ମୂଷାର ରହିବା ଅର୍ଥ ସର୍ବବ୍ୟାପୀ । ଅର୍ଥାତ ଶ୍ରୀଗଣେଶଙ୍କ ଆଶୀର୍ବାଦ ସର୍ବବ୍ୟାପୀ ହୋଇଥାଏ । ଏଣୁ ପ୍ରତିମା କିଣିବାବେଳେ ମୂଷା ଓ ଲଡୁକୁ ଆପଣ ଯେମିତି ଭୁଲିନଯାଆନ୍ତି ।
ଏମିତି କିଛି କଥାକୁ ଧ୍ୟାନଦେଲେ ଆପଣଙ୍କ ଘର ସବୁବେଳେ ହସୁଥିବ ଆଉ ସୁଖଶାନ୍ତିରେ ଜୀବନ ବିତୁଥିବ । ପବିତ୍ର ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇ ଆପଙ୍କ ସମୃଦ୍ଧି କାମନା କରୁଛି ଓଡି ନେଷ୍ଟ ।

Share This Article
Twitter Email Copy Link Print
Previous Article Η σημασία των επωνύμων στη βελτίωση της Ελλάδας
Next Article ଭୁବନେଶ୍ୱରରେ ଇନଭେଷ୍ଟମେଣ୍ଟର ନୂଆ ଟ୍ରେଣ୍ଡ: ଲଗଜୁରୀ ରିୟଲ ଇଷ୍ଟେଟ୍
Leave a comment

Leave a Reply Cancel reply

Your email address will not be published. Required fields are marked *

- Advertisement -
Ad image

Popular Posts

ବିଲଡର ଘର ଦେବାରେ ବିଳମ୍ବ କଲେ ଡରନ୍ତୁନି…ରେରା ପଞ୍ଝାରୁ ଖସିପାରିବେନି ପ୍ରମୋଟର…କଣ କରିବେ ଆପଣ…ପଢନ୍ତୁ ପୂରା ଖବର OD NESTରେ…

ଓଡ଼ି ନେଷ୍ଟ : ଜଣେ ଲୋକର ସବୁଠୁ ବଡ ସ୍ୱପ୍ନ ନିଜର ଘରଟିଏ ତୋଳିବା । ଘରଖଣ୍ଡେ ପାଇବାକୁ ସିଏ…

By admin

ସାବଧାନ ଅସାଧୁ ବିଲଡର… ଆଉ ଚଳିବନି ମନମାନି, ବାଜିଲା ‘ସୁପ୍ରିମ୍‌’ ଛାଟ । ପୂରା ଖବର କଣ ପଢନ୍ତୁ, କେବଳ OD NESTରେ

# ଅସଂପୂର୍ଣ୍ଣ ଏବଂ ଅଗ୍ନିନିର୍ବାପନ କ୍ଲିୟରାନ୍ସ ସାର୍ଟିଫିକେଟ୍ ବିନା ଫ୍ଲାଟ୍ ପ୍ରଦାନ କରିପାରିବେନି ରିୟଲ ଇଷ୍ଟେଟ୍ ସଂସ୍ଥା # ନିୟମ…

By admin

ବେଆଇନ ଆପାର୍ଟମେଣ୍ଟ ପଛର ଖଳନାୟକ କିଏ?

ବେଆଇନ ଆପାର୍ଟମେଣ୍ଟର ସଂଜ୍ଞା କଣ? ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଗଲେ ଘର ମାଲିକ କଣ କରିବେ? କ୍ଷତିପୂରଣ କିଏ ଦେବ ସରକାର…

By admin

You Might Also Like

ଗୁରୁମନ୍ତ୍ରଚାଲିଛି କଣ

ମହିଳାଙ୍କ ନାଁରେ ଘର କିଣିଲେ ମିଳିବ ରିହାତି…କମିଯିବ ଟିକସ ଓ ସୁଧହାର…କଣ ରହିଛି ଅଫର, ପଢନ୍ତୁ OD NESTରେ

By admin
ବିଳାସ ଓ ବିଶ୍ୱାସ

ସତରେ ‘ବାସ୍ତୁ’ ବୋଲି କିଛି ଅଛି କି ?

By admin
ଗୁରୁମନ୍ତ୍ର

ସହରରେ ଘର ନିର୍ମାଣ : ଅବସର ପରେ ଅନିଚ୍ଛା କାହିଁକି?

By admin
ଗୁରୁମନ୍ତ୍ର

ଭୁବନେଶ୍ୱରରେ ଇନଭେଷ୍ଟମେଣ୍ଟର ନୂଆ ଟ୍ରେଣ୍ଡ: ଲଗଜୁରୀ ରିୟଲ ଇଷ୍ଟେଟ୍

By admin
OD NEST
Facebook Twitter Youtube Instagram

About US

OD NEST is Odisha’s dedicated digital platform for real estate and urban development news. We provide timely, accurate coverage of the state’s real estate landscape. Our mission is to empower our readers with insights and stories, especially those impacted by civil and revenue issues, while maintaining the highest standards of journalistic integrity.

Categories
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
.
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
Usefull Links
  • Contact Us
  • Advertise With Us
  • Privacy Policy
Welcome Back!

Sign in to your account

Username or Email Address
Password

Lost your password?