Wednesday, 31 Dec 2025
Facebook Twitter Youtube Instagram
OD NEST
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Font ResizerAa
OD NESTOD NEST
Search
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ସମ୍ପତ୍ତି@ ସାରା ଦେଶ
  • ନିୟମକାନୁନ୍
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Have an existing account? Sign In
Follow US
© 2024 OD NEST
OD NEST > ଗୁରୁମନ୍ତ୍ର > ଭୁବନେଶ୍ୱରରେ ଇନଭେଷ୍ଟମେଣ୍ଟର ନୂଆ ଟ୍ରେଣ୍ଡ: ଲଗଜୁରୀ ରିୟଲ ଇଷ୍ଟେଟ୍
ଗୁରୁମନ୍ତ୍ର

ଭୁବନେଶ୍ୱରରେ ଇନଭେଷ୍ଟମେଣ୍ଟର ନୂଆ ଟ୍ରେଣ୍ଡ: ଲଗଜୁରୀ ରିୟଲ ଇଷ୍ଟେଟ୍

admin
Last updated: September 6, 2024 6:22 pm
admin
Share
SHARE
Spread the love

ଭୁବନେଶ୍ୱରରେ ଇନଭେଷ୍ଟମେଣ୍ଟର ନୂଆ ଟ୍ରେଣ୍ଡ: ଲଗଜୁରୀ ରିୟଲ ଇଷ୍ଟେଟ୍
ବଢୁଛି ଲଗଜୁରୀ ରିୟଲ ଇଷ୍ଟେଟରେ ଇନଭେଷ୍ଟମେଣ୍ଟ ଚାହିଦା
ଲଙ୍ଗଟର୍ମ ନିବେଶରେ ବାର୍ଷିକ ୨୦ ପ୍ରତିଶତ ଫାଇଦା

ଓଡ଼ି ନେଷ୍ଟ : ହଁ ଆପଣ ଠିକ୍ ଶୁଣିଛନ୍ତି। ଆପଣଙ୍କ ପାଖରେ ଯଦି ଇନଭେଷ୍ଟମେଣ୍ଟ ପାଇଁ ପର୍ଯ୍ୟାପ୍ତ ଅର୍ଥ ଅଛି ତାହେଲେ ଲାଭପ୍ରଦ ଏବଂ ଏକ ପ୍ରେଷ୍ଟିଜିୟସ ଇନଭେଷ୍ଟମେଣ୍ଟର ଏ ନୂଆ ଦିଗ ଉପରେ ବିଚାର କରି ପାରନ୍ତି। ରିୟଲ ଇଷ୍ଟେଟ୍ ବଦଳରେ ଲଗଜୁରୀ ରିୟଲ ଇଷ୍ଟେଟରେ ଖଟାଇ ପାରନ୍ତି ଆପଣଙ୍କ ପୁଞ୍ଜି। ଭାରତର ମେଟ୍ରୋସିଟି ଗୁଡ଼ିକ ଭଳି ରାଜଧାନୀ ଭୁବନେଶ୍ବରରେ ବି ରହିଛି ଏଥିପାଇଁ ଢେର ସୁଯୋଗ।

ଭୁବନେଶ୍ୱର : ଆଗକୁ କାହିଁକି ହଟସ୍ପଟ୍ ?

ଭୁବନେଶ୍ୱର ଭଳି ସହରରେ ଲୋକଙ୍କ ପାଖରେ ଏବେ ଅର୍ଥର ଅଭାବ ନାହିଁ। ଅଧିକାଂଶ ଉଚ୍ଚ ଧନୀକ ବର୍ଗର ଲୋକ ଚାହୁଁଛନ୍ତି, ପରିବେଶ ଅନୁକୂଳ ଏକ ସୁନ୍ଦର, ଆକର୍ଷଣୀୟ ଘରଟିଏ। ଯେଉଁଠି ଚାରିପାଖର ପ୍ରଚୁର ଗ୍ରୀନେରୀ ସାଙ୍ଗକୁ ସୂର୍ଯ୍ୟଙ୍କ ପହିଲି କିରଣରୁ ଚମତ୍କାର ଢଙ୍ଗରେ ସକାଳ ଆରମ୍ଭ ହେଉଥିବ। ଯେଉଁ ଘର, ତମାମ ଅତ୍ୟାଧୁନିକ ସୁବିଧା ସାଙ୍ଗକୁ ଶାନ୍ତି ଓ ସନ୍ତୁଷ୍ଟି ସହ ଏକ ଅନନ୍ୟ ଅନୁଭବ ଦେଇ ପାରୁଥିବ। ତାହା ପୁଣି ସହରର କୋଳାହଳଠୁ ଟିକେ ବାହାରେ।…ସେମିତି ଲଗଜୁରିୟସ ଭିଲାର ସଂଖ୍ୟା ଗତ କିଛି ବର୍ଷ ଧରି ଭୁବନେଶ୍ୱରରେ ଧିରେ ଧିରେ ବଢ଼ି ଚାଲିଛି, ଚାହିଦା ଅଛି।…

  • ତେଣୁ ଚାହିଦା ଅଛି ମାନେ ବଜାର ଅଛି। ସୁତରାଂ ବଢ଼ିଆ ଲାଭପ୍ରଦ ବ୍ୟବସାୟର ସୁନ୍ଦର ସୁଯୋଗ ବି ଅଛି।
  • ସେ ଦୃଷ୍ଟିରୁ ରାଜଧାନୀ ଭୁବନେଶ୍ବର ଲଗଜୁରୀ ରିୟଲ ଇଷ୍ଟେଟ୍ ମାର୍କେଟ୍ ଆଗକୁ ଦ୍ରୁତ ଗତିରେ ବଢ଼ିବାକୁ ଥିବା ଏକ ପ୍ରମୁଖ ନିବେଶ କ୍ଷେତ୍ର ହେବାକୁ ଯାଉଛି । କାରଣ ବିଭିନ୍ନ କ୍ଷେତ୍ରରେ ସମ୍ଭାବନାର ପସରା ଧରି ଯେତେ ଯେତେ ରାଜଧାନୀର କଳେବର ବଢୁଛି, ସେତେ ସେତେ ଏହା ଉଚ୍ଚସ୍ତରୀୟ ସମ୍ପତ୍ତି ଆହରଣର ତଲାସରେ ଥିବା ବ୍ୟକ୍ତିଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବାରେ ଲାଗିଛି ।
  • ଏ ଧାରା, ଦେଶବ୍ୟାପୀ ବିଶେଷ କରି ମେଟ୍ରୋ ସିଟିଗୁଡିକରେ ବଢ଼ିଚାଲିଥିବା ଏକ ବୃହତ୍ତ ଟ୍ରେଣ୍ଡକୁ ପ୍ରତିଫଳିତ କରୁଛି। ଯେଉଁଠି ବିଳାସପୂର୍ଣ୍ଣ ଘରଗୁଡ଼ିକୁ କେବଳ ସମ୍ମାନ ଓ ସମୃଦ୍ଧିର ପ୍ରତୀକ ଭାବେ ନୁହେଁ, ବରଂ ଉଚ୍ଚହାରରେ ଆର୍ଥିକ ଅଭିବୃଦ୍ଧି ଲାଗି ଏକ ସ୍ମାର୍ଟ ଏବଂ ଲଙ୍ଗଟର୍ମ ନିବେଶ ଭାବେ ଦେଖାଯାଏ।

ବଜାରର ବିକାଶ: ସଂଖ୍ୟା କୁହେ କାହାଣୀ

  • ଭୁବନେଶ୍ୱରରେ ବିଳାସପୂର୍ଣ୍ଣ ରିୟଲ ଇଷ୍ଟେଟ୍ କ୍ଷେତ୍ର ଯଦିଓ ମେଟ୍ରୋ ସହର ତୁଳନାରେ ଛୋଟ, ତଥାପି ଏହା ଏବେ ଅପେକ୍ଷାକୃତ ସ୍ଥିର ବିକାଶ ପଥରେ ଆଗକୁ ବଢୁଛି। ସାରା ଭାରତ କଥା ଯଦି ଦେଖିବା, ହୋମ୍ ଟେକ୍ନୋଲଜି ଏବଂ ସୁନ୍ଦର ସ୍ଥାୟୀ ଡିଜାଇନ ତତ୍ବର ଉପଯୋଗରେ ପ୍ରପର୍ଟିର ମୂଲ୍ୟକୁ ୨୦ ପ୍ରତିଶତ ଯାଏଁ ବଢ଼ାଯାଇ ପାରୁଛି। ଏକ ସର୍ଭେ ଅନୁଯାୟୀ ଭାରତୀୟ ଧନୀକ ବର୍ଗଙ୍କ ଭିତରୁ ୭୧ ପ୍ରତିଶତ ଲୋକ ଆସନ୍ତା ୧୨ରୁ ୨୪ ମାସ ଭିତରେ ଭାରତୀୟ ଲଗଜୁରୀ ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ଇନଭେଷ୍ଟମେଣ୍ଟ ପାଇଁ ଇଚ୍ଛୁକ।
  • ଆଉ ଟିକେ ଗଭୀର ଅଧ୍ୟୟନ କଲେ ଜଣା ଯାଏ ଯେ ଭାରତୀୟ ଲଗଜୁରୀ ରିୟଲ ଇଷ୍ଟେଟ୍ ବଜାର ବାର୍ଷିକ ୩୮.୨ ବିଲିୟନ ଡଲାରର ମୂଲ୍ୟ ସହ ଅଭିବୃଦ୍ଧି ପଥରେ ଅଛି। ଯାହାର ମୂଲ୍ୟ ୨୦୨୯ ସୁଦ୍ଧା ୧୦୧.୯୨ ବିଲିୟନ ଡଲାରରେ ପହଞ୍ଚିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର ଅର୍ଥ ଏହି କ୍ଷେତ୍ର ୨୦୨୪ରୁ ୨୦୨୯ ଭିତରେ ୨୧.୮୧ ପ୍ରତିଶତ ଭଳି ଉଚ୍ଚହାରରେ ଉଇଏଜ ବା କମ୍ପାଉଣ୍ଡ ଆନୁଆଲ ଗ୍ରୋଥ ରେଟ୍ ଦେବାର ସାମର୍ଥ୍ୟ ରଖୁଛି। ତେଣୁ ଜାତୀୟ ସ୍ତରର ଏସବୁ ଧାରାରେ ଭୁବନେଶ୍ୱର ବି ସାମିଲ।…
  • ବଜାରର ଗତିଶୀଳତା(ମାର୍କେଟ୍ ଡାଇନାମିକ୍ସ)ର ଜ୍ଞାନ
  • ଏହି ବଜାର, ସହରର ଢାଞ୍ଚାଗତ ଅଭିବୃଦ୍ଧି ଏବଂ ବଢ଼ିଚାଲିଥିବା ଜୀବନଧାରଣର ମାନ ଦ୍ବାରା ଆକର୍ଷିତ ପ୍ରଫେସନାଲ୍ସ, ଏନଆରଆଇ ଏବଂ ଏଣ୍ଟ୍ରପ୍ରିନ୍ୟୁଅରଙ୍କ ଭଳି ବିଭିନ୍ନ ପ୍ରକାର କ୍ରେତାଙ୍କ ଆବଶ୍ୟକତାକୁ ପୂରା କରିଥାଏ।
  • ବୈଷୟିକ ପ୍ରଗତି ଓ ପର୍ଯ୍ୟାବରଣ ଅନୁକୂଳ ଜୀବନଧାରା ବିଳାସପୂର୍ଣ୍ଣ ଗୃହନିର୍ମାଣ ବଜାରକୁ ପ୍ରଭାବିତ କରି ଏହି ଘରଗୁଡିକୁ ସ୍ଥିରତା ଏବଂ ଅତ୍ୟାଧୁନିକାର ଏକ ସୁନ୍ଦର ମିଶ୍ରଣରେ ପରିଣତ କରିଛି। ତେଣୁ ନିବେଶ ପୂର୍ବରୁ ବଜାର ଗତିଶୀଳତାର ଏସବୁ ଆବଶ୍ୟକ ଜ୍ଞାନ ରହିବା ଜରୁରୀ।…

ଆର୍ଥିକ ପ୍ରଭାବ: ଯାହା ଜାଣିବା ଜରୁରୀ
ସ୍ମାର୍ଟ ସିଟି ପ୍ରକଳ୍ପ ଏବଂ ଭିତ୍ତିଭୂମି ବିକାଶ ପରି ସ୍ଥାନୀୟ ସରକାରୀ ପଦକ୍ଷେପ, ସମ୍ପତ୍ତି ମୂଲ୍ୟ ବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଆର୍ଥିକ ନୀତି ଏବଂ ଭିତ୍ତିଭୂମି ବିକାଶ ବିଷୟରେ ନିବେଶକମାନେ ନିଶ୍ଚିତ ଅବଗତ ହେବା ଉଚିତ୍। କାରଣ ଏହି କାରକ ଗୁଡ଼ିକ ବିଳାସପୂର୍ଣ୍ଣ ରିୟଲ୍ ଇଷ୍ଟେଟ୍ ବଜାରର ଅସ୍ଥିରତା ଏବଂ ସମ୍ଭାବ୍ୟ ରିଟର୍ଣ୍ଣକୁ ସିଧାସଳଖ ପ୍ରଭାବିତ କରିଥାଏ ।…

ନିବେଶ ପାଇଁ ରଣନୀତିକ ଯୋଜନା

  • ଭୁବନେଶ୍ୱରର ମୂଖ୍ୟ ଅଞ୍ଚଳରେ ପ୍ରପର୍ଟିର ବାର୍ଷିକ ଅଭିବୃଦ୍ଧି ହାର ଐତିହାସିକ 15ରୁ 17% ମଧ୍ୟରେ ରହିଛି।
  • ନିବେଶକମାନେ ସେମାନଙ୍କର ଇନଭେଷ୍ଟମେଣ୍ଟ ରିଟର୍ଣ୍ଣକୁ ସର୍ବାଧିକ କରିବା ପାଇଁ ଆର୍ଥିକ ବିକଳ୍ପ ଏବଂ ଆରବିଆଇ ନୀତିର ପ୍ରଭାବକୁ ସତର୍କତାର ସହ ମୂଲ୍ୟାଙ୍କନ କରିବା ଉଚିତ୍

କେଉଁଠି ବାଛିବେ ପ୍ରପର୍ଟି

ଲୋକେସନ୍ ଗୁରୁତ୍ବପୂର୍ଣ୍ଣ: ଚନ୍ଦ୍ରଶେଖରପୁର ବ୍ୟତିତ ପ୍ରସ୍ତାବିତ ନୂଆ ଭୁବନେଶ୍ବର ହେବାକୁ ଥିବା ଗୋଠପାଟଣା, ଦାସପୁର ଏବଂ ଏହାର ଆଖପାଖ ଅଞ୍ଚଳ, ରଘୁନାଥପୁର- ନନ୍ଦନକାନନ, ତ୍ରିଶୁଳିଆ ପାଖାପାଖି ଅଞ୍ଚଳ, ଭୁବନେଶ୍ବର-ପୁରୀ ହାଇୱେ ପାଖାପାଖି ଅଞ୍ଚଳ। କନେକ୍ଟିଭିଟି ଓ ବିକାଶ କ୍ଷମତା ଦୃଷ୍ଟିରୁ ଏସବୁ ସ୍ଥାନରେ ପ୍ରପର୍ଟି ବାଛିବା ସବୁଠୁ ଲାଭପ୍ରଦ।

ଅଦ୍ବିତୀୟ ଡିଜାଇନ୍ ଏବଂ ଶୀର୍ଷ ସ୍ତରର ସୁବିଧା ଥିବା ପ୍ରପର୍ଟିଜର ଚାହିଦା ଅଧିକ। ତେଣୁ ଏଥିରେ ନିବେଶ ଉତ୍ତମ ରିଟର୍ଣ୍ଣ ପ୍ରଦାନ କରିଥାଏ।

ଆଇନ ଓ ଅନୁପାଳନ ସଂବନ୍ଧୀୟ ଜ୍ଞାନ
ଭୁବନେଶ୍ବରରେ ରିୟଲ ଇଷ୍ଟେଟ୍ ପାଇଁ ପ୍ରଚଳିତ ଆଇନ ବାବଦରେ ଭଲଭାବେ ଅଧ୍ୟୟନ ଜରୁରୀ। ଆଇନଗତ ଜଟିଳତାକୁ ଏଡ଼ାଇବାକୁ RERA ସମେତ ସ୍ଥାନୀୟ ରିଅଲ୍ ଇଷ୍ଟେଟ୍ ନିୟମ ମାନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦ୍ବାରାକି ଆପଣଙ୍କ ନିବେଶ ସୁରକ୍ଷିତ ଓ ଉଭୟ ସ୍ବଳ୍ପ ଏବଂ ଦୀର୍ଘକାଳୀନ ଭିତ୍ତିରେ ଲାଭଦାୟୀ ରହିପାରିବ।…

ଭବିଷ୍ୟତ ଦୃଷ୍ଟିକୋଣ : ଆଗରେ ଅଛି କ’ଣ?

  • ଭୁବନେଶ୍ୱରର ଲଗଜୁରୀ ରିଅଲ ଇଷ୍ଟେଟ୍ ମାର୍କେଟ୍ ଆଇଓଟି(ଇଣ୍ଟରନେଟ୍ ଅଫ୍ ଥିଙ୍ଗସ) ଏନାବଲ୍ଡ ବା IoT ସକ୍ଷମ ଗୃହ ଏବଂ ସସଟେନେବୁଲ ବିଲଡିଂ ଡିଜାଇନ୍ ଭଳି ଇନୋଭେସନରୁ ଲାଭାନ୍ବିତ ହେବାକୁ ପ୍ରସ୍ତୁତ ଅଛି।
  • ଏ ଟ୍ରେଣ୍ଡ୍ କେବଳ ସମ୍ପତ୍ତିର କାର୍ଯ୍ୟକ୍ଷମତା ଆଡକୁ ଆକର୍ଷଣକୁ ବଢାଇବନି, ପରିବେଶ ପ୍ରତି ସଚେତନ କ୍ରେତାଙ୍କୁ ମଧ୍ୟ ଆକର୍ଷିତ କରି ଭୁବନେଶ୍ବରକୁ ଏକ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ଜୀବନଶୈଳୀ ପ୍ରଦାନ କରୁଥିବା ଅଗ୍ରଣୀ ସହରରୂପେ ଯେ ସ୍ଥାପିତ କରିବ ଏଥିରେ ସନ୍ଦେହ ନାହିଁ।…

ତେଣୁ ଆଉ ଡେରି କାହିଁକି?
ମେଟ୍ରୋ ସହର ଭଳି ଆମ ଭୁବନେଶ୍ବରରେ ବି ଆରମ୍ଭ ହୋଇଯାଇଥିବା ଏ ଲଗଜୁରୀ ରିୟଲ ଇଷ୍ଟେଟ୍ ମାର୍କେଟ୍ ଟ୍ରେଣ୍ଡରେ ସାମିଲ ହୁଅନ୍ତୁ। ବିଚକ୍ଷଣ ଏବଂ ସମଝଦାର ଇନଭେଷ୍ଟର ଭାବେ ବଜାରର ଗତିଶୀଳତାକୁ ଦେଖି, ଅର୍ଥନୈତିକ ଧାରା ସହିତ ନିଜ ରଣନୀତିକୁ ସଜାଡି ଏବଂ ଆଇନଗତ ଅନୁପାଳନକୁ ସୁନିଶ୍ଚିତ କରି ଆତ୍ମବିଶ୍ବାସର ସହ ଏକ୍ଷେତ୍ରରେ ପାଦ ଦିଅନ୍ତୁ। ଅଧିକ ରିଟର୍ଣ୍ଣ ହାତେଇ ଆର୍ଥିକ ଅଭିବୃଦ୍ଧିର ଭାଗିଦାରୀ ହୁଅନ୍ତୁ।…

Share This Article
Twitter Email Copy Link Print
Previous Article ଶ୍ରୀଗଣେଶଙ୍କ ମୂର୍ତ୍ତି ଆପଣ ନିଜ ଘରେ ଠିକ୍ ଜାଗାରେ ଓ ଠିକ୍ ଦିଗରେ ରଖନ୍ତୁ
Next Article କାହିଁକି ଚନ୍ଦ୍ରରେ ଘର କରିବାକୁ ଇଚ୍ଛା କଲାଣି ମଣିଷ? ଏ ଭିଡ଼ ଆଉ ଭଲ ଲାଗୁନି ନା ଘରଦ୍ୱାର ଚଢ଼ା ଦର ପାଇଁ ଏମିତି ଭାବିଲାଣି ମଣିଷ ?
Leave a comment

Leave a Reply Cancel reply

Your email address will not be published. Required fields are marked *

- Advertisement -
Ad image

Popular Posts

ସହରରେ ଘର ନିର୍ମାଣ : ଅବସର ପରେ ଅନିଚ୍ଛା କାହିଁକି?

ଅବସର ପରେ ‘ଘର’ ତିଆରି କେତେ ଠିକ୍ ? ରିଟାୟାର୍ଡ ପରେ ଲୋକେ ଗାଁ ମୁହାଁ କାହିଁକି ? ଓଡ଼ି…

By admin

ଆପଣ ଦେଢ ଭରି ସୁନା କିଣିପାରିବେ, ହେଲେ ଗୋଟେ ସ୍କୋୟାରଫୁଟ ଜାଗା କିଣିପାରିବେନି

ଓଡ଼ି ନେଷ୍ଟ : ଆପଣ ଦେଢ ଭରି ସୁନା କିଣିପାରିବେ, ହେଲେ ଗୋଟେ ସ୍କୋୟାରଫୁଟ ଜାଗା କିଣିପାରିବେନି । ହଁ…

By admin

ସାବଧାନ ଅସାଧୁ ବିଲଡର… ଆଉ ଚଳିବନି ମନମାନି, ବାଜିଲା ‘ସୁପ୍ରିମ୍‌’ ଛାଟ । ପୂରା ଖବର କଣ ପଢନ୍ତୁ, କେବଳ OD NESTରେ

# ଅସଂପୂର୍ଣ୍ଣ ଏବଂ ଅଗ୍ନିନିର୍ବାପନ କ୍ଲିୟରାନ୍ସ ସାର୍ଟିଫିକେଟ୍ ବିନା ଫ୍ଲାଟ୍ ପ୍ରଦାନ କରିପାରିବେନି ରିୟଲ ଇଷ୍ଟେଟ୍ ସଂସ୍ଥା # ନିୟମ…

By admin

You Might Also Like

ଗୁରୁମନ୍ତ୍ରଚାଲିଛି କଣନିୟମକାନୁନ୍

ମାତ୍ର କେଇ ଶହ ଟଙ୍କା ନିବେଶରେ କୋଟିପତି କ୍ଲାଏଣ୍ଟ?

By admin
ଗୁରୁମନ୍ତ୍ରଚାଲିଛି କଣ

ମହିଳାଙ୍କ ନାଁରେ ଘର କିଣିଲେ ମିଳିବ ରିହାତି…କମିଯିବ ଟିକସ ଓ ସୁଧହାର…କଣ ରହିଛି ଅଫର, ପଢନ୍ତୁ OD NESTରେ

By admin
ଗୁରୁମନ୍ତ୍ର

ଭଡାଘରେ ରହିବେ ନା ଘର କିଣିବେ ?

By admin
ଗୁରୁମନ୍ତ୍ରବିଳାସ ଓ ବିଶ୍ୱାସ

ଶ୍ରୀଗଣେଶଙ୍କ ମୂର୍ତ୍ତି ଆପଣ ନିଜ ଘରେ ଠିକ୍ ଜାଗାରେ ଓ ଠିକ୍ ଦିଗରେ ରଖନ୍ତୁ

By admin
OD NEST
Facebook Twitter Youtube Instagram

About US

OD NEST is Odisha’s dedicated digital platform for real estate and urban development news. We provide timely, accurate coverage of the state’s real estate landscape. Our mission is to empower our readers with insights and stories, especially those impacted by civil and revenue issues, while maintaining the highest standards of journalistic integrity.

Categories
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
.
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
Usefull Links
  • Contact Us
  • Advertise With Us
  • Privacy Policy
Welcome Back!

Sign in to your account

Username or Email Address
Password

Lost your password?