Wednesday, 31 Dec 2025
Facebook Twitter Youtube Instagram
OD NEST
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Font ResizerAa
OD NESTOD NEST
Search
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ସମ୍ପତ୍ତି@ ସାରା ଦେଶ
  • ନିୟମକାନୁନ୍
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Have an existing account? Sign In
Follow US
© 2024 OD NEST
OD NEST > ଗୁରୁମନ୍ତ୍ର > ଭଡାଘରେ ରହିବେ ନା ଘର କିଣିବେ ?
ଗୁରୁମନ୍ତ୍ର

ଭଡାଘରେ ରହିବେ ନା ଘର କିଣିବେ ?

admin
Last updated: September 7, 2024 4:29 am
admin
Share
SHARE
Spread the love

ଭଡାରେ ରହିଲେ ରହିବେ ଚିନ୍ତାମୁକ୍ତ
ଅବସର ପରେ କେମିତି ଦେବେ ଘରଭଡା ?
ଘର କିଣିଲେ କମ ଖର୍ଚ୍ଚ
ଘର କିଣିଲେ ଖର୍ଚ୍ଚରେ କରିବାକୁ ପଡିବ ଆଡଜଷ୍ଟ

ଓଡ଼ି ନେଷ୍ଟ : ଘର । ସମସ୍ତଙ୍କର ଏକ ଆବେଗ, ଏକ ଆବଶ୍ୟକତା । ଘର ଏକ ସ୍ଥାୟୀତ୍ୱର ପରିଚୟ । ମୁଣ୍ଡକୁ ଛାତ ଓ ପେଟକୁ ଭାତ ଥିଲେ ସାଧାରଣତଃ ଆଉ କିଛି ଚିନ୍ତା ନଥାଏ । ବାର୍ଦ୍ଧକ୍ୟ ବୟସରେ ସେଇ ଘର ଖଣ୍ଡିକ ହିଁ ଜୀବନର ଆଶାବାଡି ପାଲଟିଯାଏ । କୁହାଯାଏ ଗୋ ଓ ଭୂମି ଭାଗ୍ୟରେ ଥିଲେ ମିଳେ ହେଲେ ଏ ମହାଙ୍ଗା ଯୁଗରେ ଘର କରିବା ଅବା କିଣିବା ପାଇଁ ଗୋଟେ ମୋଟା ଅଙ୍କର ଅର୍ଥରାଶି ଦରକାର ପଡେ । ଯେଉଁଥିପାଇଁ ଜୀବନର ଅଧା ସଞ୍ଚୟ ଏବଂ ଋଣ ବୋଝ ମଧ୍ୟ ବୋହିବାକୁ ପଡିଥାଏ । ଏପଟେ ଦିନକୁ ଦିନ ଭଡାଘରର ଚାହିଦା ମଧ୍ୟ ବଢିବାରେ ଲାଗିଛି । ରହିବାକୁ କମ ବ୍ୟୟ କରି ଜୀବନକୁ ଉପଭୋଗ କରିବାକୁ ଲୋକେ ଭଡାଘରେ ରହିବାକୁ ପସନ୍ଦ କରୁଛନ୍ତି । ଚାକିରିରେ ବାରମ୍ବାର ବଦଳି ପାଇଁ ବି ଲୋକେ ଭଡାଘରକୁ ବାଛୁଛନ୍ତି । ଏତେ କଥା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିବା ସ୍ୱାଭାବିକ । ବାସ୍ତବରେ ଆମ ପାଇଁ ଭଲ କେଉଁଟା । ଭଡାଘର ନା ନିଜଘର । ଏସବୁ ଜାଣିବାକୁ ଆପଣଙ୍କୁ ପୂରା ଖବରଟି ପଢିବାକୁ ପଡିବ । ଆସନ୍ତୁ ଉଦାହରଣ ସହ ହିସାବନିକାଶ କରି ଭଡାଘର ଓ ନିଜ ଘର ମଧ୍ୟରେ ସରଳ ଭାବେ ପାର୍ଥକ୍ୟ ଜାଣିବା

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହନ୍ତି ୨୫ ବର୍ଷୀୟ ମଧୁସୁଦନ ମହାନ୍ତି । ବେସରକାରୀ ଚାକିରି ଖଣ୍ଡେ କରିଛନ୍ତି । ଦରମା ମାସକୁ ପାଖାପାଖି ୭୦ ହଜାର ଟଙ୍କା । ତାଙ୍କ ଅବସର ବୟସ ହେଲା ୫୮ ବର୍ଷ । ଅବସର ନେବା ଯାଏଁ ଇନକ୍ରିମେଣ୍ଟ ବାବଦକୁ ପ୍ରତିବର୍ଷ ଦରମାର ପ୍ରାୟ ୫ ପ୍ରତିଶତ ବଢିପାରେ । ଅର୍ଥାତ ଆସନ୍ତା ୩୩ ବର୍ଷ ଯାଏଁ ପ୍ରତିବର୍ଷ ତାଙ୍କ ଦରମା ୫ ପ୍ରତିଶତ ଲେଖାଏଁ ବଢିବ । ଆସନ୍ତୁ ଏକ ହିସାବ କରିବା ମଧୁସୁଦନ ଭଡାଘରେ ରହିଲେ କଣ ଲାଭ ଆଉ ନିଜେ ଘର କିଣି ରହିଲେ କଣ ଲାଭ ।

ଭଡାଘର

ମଧୁସୁଦନ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ଟୁ ବିଏଚକେ ଆପାର୍ଟମେଣ୍ଟରେ ଭଡା ରହୁଛନ୍ତି । ଯାହାର ରେଣ୍ଟ ୨୦ ହଜାର ଟଙ୍କା । ସେ ଏବେ ଅବିବାହିତ ରହିଛନ୍ତି । ଆସନ୍ତା ୧୦ ବର୍ଷ ପରେ ତାଙ୍କର ବିବାହ ହୋଇଯାଇଥିବ । ଏବଂ ସେ ଏକ ଥ୍ରୀ ବିଏଚକେ ଆପାର୍ଟମେଣ୍ଟକୁ ଭଡାରେ ନେଇପାରନ୍ତି । ସମାନ ଅଞ୍ଚଳରେ ଥ୍ରୀ ବିଏଚକେ ଆପାର୍ଟମେଣ୍ଟର ଭଡା ୩୦ ହଜାର ଟଙ୍କା । ପ୍ରତି ବର୍ଷ ମଧ୍ୟ ଘର ମାଲିକ ପ୍ରାୟ ୫ ପ୍ରତିଶତ ଘର ଭଡା ବଢାଇଥାନ୍ତି । ସେହି ଅନୁସାରେ ହିସାବ କଲେ…

ମଧୁସୁଦନ ବାବୁ ଭଡାରେ ରହିଲେ ଆଗାମୀ ୩୩ ବର୍ଷ ଯାଏ ନିଜ ଦରମାର ୩୦ରୁ ୪୦ ପ୍ରତିଶତ ଭଡାରେ ଖର୍ଚ୍ଚ କରିବେ । ବାକି ୬୦-୭୦ ପ୍ରତିଶତ ଟଙ୍କା ନିଜ ଖର୍ଚ୍ଚ କରିପାରିବେ । ଅର୍ଥାକ ଘରଭଡାକୁ ବାଦ ଦେଇ ସେ ଏକ ଚିନ୍ତାମୁକ୍ତ ଜୀବନ ବିତାଇପାରିବେ । କିନ୍ତୁ ଅବସର ବେଳକୁ ତାଙ୍କ ପାଖରେ କୌଣସି ଘର ନଥିବ । ଏବେ ଆସନ୍ତୁ ନଜର ପକାଇବା ଘର କିଣିଲେ ମଧୁସୁଦନ ବାବୁଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଘର କିଣିଲେ:

ଘର କିଣିବାକୁ ପ୍ରଥମେ ପାଖରେ କିଛି ମୂଳପୁଞ୍ଜି ରହିବା ଦରକାର । ଯାହାକି ଡାଉନପେମେଣ୍ଟ ହିସାବରେ ଦାଖଲ କରାଯାଏ । ବାକି ଟଙ୍କା ହୋମ ଲୋନ ହିସାବରେ ନେଇହେବ । ତେବେ ମଧୁସୁଦନ ଘର କିଣିବାକୁ ହେଲେ ପ୍ରଥମ ଡାଉନପେମେଣ୍ଟ ଯୋଗାଡ କରିବେ । ଏଥିପାଇଁ ତାଙ୍କୁ ପ୍ରଥମ ତିନି ବର୍ଷ ଅର୍ଥାତ ୨୫ରୁ ୨୮ ବର୍ଷ ହେବା ଯାଏଁ ମାସିକ ୨୫ ହଜାର ଟଙ୍କା ସେଭିଂ କରିବାକୁ ହେବ । ୩ ବର୍ଷ ପରେ ତାଙ୍କ ପାଖକୁ ୧୦ ଲକ୍ଷ ଟଙ୍କାର ଏକ ମୂଳପୁଞ୍ଜି ଆସିଯିବ ।

ଘର କିଣିବାକୁ ହୋମ୍ ଲୋନ:

ଯଦି ବାର୍ଷିକ ପ୍ରତିଶତ ଲେଖାଏଁ ଇନକ୍ରିମେଣ୍ଟ ହୁଏ ତେବେ ୨୮ ବର୍ଷ ହେବାବେଳେକୁ ମଧୁସୁଦନଙ୍କ ଦରମା ୮୦ ହଜାର ଟଙ୍କା ହୋଇଯାଇଥିବ । ଏବେ ସେ ୪୨ ଲକ୍ଷ ଟଙ୍କାର ହୋମ ଲୋନ କରିପାରିବେ । ଯାହାର ଅବଧି ୨୦ ବର୍ଷ ହୋଇଥିବାବେଳେ ସୁଧହାର ରହିବ ୮ ପ୍ରତିଶତ । ମଧୁସୁଦନ ରହୁଥିବା ଅଞ୍ଚଳରେ ଏକ ଟୁ ବିଏଚକେ ଆପାର୍ଟମେଣ୍ଟର ଦାମ ପ୍ରାୟ ୮୦ରୁ ୯୦ ଲକ୍ଷ ଟଙ୍କା । ଏଥିପାଇଁ ୨୦ ଲକ୍ଷ ଟଙ୍କାର ଡାଉନପେମେଣ୍ଟ ସହ ଅବଶିଷ୍ଟ ୫୫-୬୫ ଲକ୍ଷ ଟଙ୍କା ହୋମଲୋନ କରିବାକୁ ହେବ । ଯାହାକି ମଧୁସୁଦନ ବାବୁଙ୍କ ବଜେଟ ବାହାରେ । ଏଣୁ ସେ ଚନ୍ଦ୍ରଶେଖରପୁରକୁ ଛାଡି କଳିଙ୍ଗ ନଗର ଅଞ୍ଚଳରେ ଘର ଦେଖିବେ । ସେଠାରେ ଟୁ ବିଏଚକେ ଆପାର୍ଟମେଣ୍ଟର ଦାମ ପ୍ରାୟ ୪୦-୫୦ ଲକ୍ଷ ଟଙ୍କା । ଏଥିପାଇଁ ୩୮ ଲକ୍ଷ ଟଙ୍କାର ଲୋନ କରିବେ । ଏବଂ ୨୦ ବର୍ଷ ଯାଏଁ ମାସିକ ୩୨ ହଜାର ଟଙ୍କା ଇଏମଆଇ ଦାଖଲ କରିବେ । ଏବେ ଆସନ୍ତୁ ହିସାବ କରିବା ଘର କିଣିବା ପରେ ମଧୁସୁଦନଙ୍କ ଖର୍ଚ୍ଚ କେତେ ହେଉଛି…

୨୦ ବର୍ଷରେ ନିଜ ଦରମାର ୨୨-୫୫ ପ୍ରତିଶତ ଟଙ୍କା ଇଏମଆଇ ଭରିବାରେ ଖର୍ଚ୍ଚ କରିବେ ମଧୁସୁଦନ । ଅର୍ଥାତ ଅନ୍ୟ ଖର୍ଚ୍ଚ ତାଙ୍କୁ କାଟ କରିବାକୁ ପଡିବ ଅବା କମ ଟଙ୍କାରେ ଚଳିବାକୁ ହେବ । କିନ୍ତୁ ପ୍ରତିବର୍ଷ ଦରମା ବଢିବା ସାଙ୍ଗକୁ ତାଙ୍କ ଇଏମଆଇ ବୋଝ ମଧ୍ୟ କମିଚାଲିବ । ତେବେ ଅଫିସଠାରୁ ଦୂରରେ ଘର ନେବା ହେତୁ ତାଙ୍କର ସମୟ ଓ ଯିବାଆସିବା ଖର୍ଚ୍ଚ ମଧ୍ୟ ବଢିଯିବ ।

ଭଡା ଓ ନିଜ ଘର ଭିତରେ ଫରକ

୩୩ ବର୍ଷ ଧରି ମଧୁସୁଦନ ଘର ଭଡା ନେଲେ ଦରମାର ୩୦-୪୦ ପ୍ରତିଶତ ଘରଭଡା ଦେବେ । ଚାକିରିରୁ ଅବସର ନେବାପରେ ବି ତାଙ୍କର ଘରଟିଏ ନଥିବ । ଅର୍ଥାତ ଚାକିରିରୁ ଅବସର ପରେ ବି ସେ ଭଡାରେ ରହିବେ । ଅବସର ପରେ ଦରମା ଅଧାହୋଇଯାଇଥିଲେ ବି ତାଙ୍କୁ ସମାନ ଘରଭଡା ଦେବାକୁ ପଡିବ । ଏଣୁ ସେହି ସମୟରେ ଏହା ବୋଝ ପାଲଟିଯିବ । ବାର୍ଦ୍ଧକ୍ୟ ସମୟରେ ସବୁ ସଞ୍ଚୟ ଘର ଭଡାରେ ହିଁ ଚାଲିଯିବ ।

ଯଦି ସେ ଘରଟିଏ କିଣୁଛନ୍ତି ତେବେ ୪୮ ବର୍ଷ ପର୍ଯ୍ୟନ୍ତ ମାସିକ ୩୨ ହଜାର ଟଙ୍କା ଲେଖାଏଁ ଇଏମଆଇ ପ୍ରଦାନ କରିବେ । ୪୮ ବର୍ଷ ପରେ ଘର ତାଙ୍କର ହୋଇସାରିଥିବା ବେଳେ ଆଉ କୌଣସି ଖର୍ଚ୍ଚ କରିବାକୁ ପଡିବ ନାହିଁ । ଏଣୁ ଏହାପରେ ସେ ପରିବାର ପିଛା ଅଧିକ ଖର୍ଚ୍ଚ କରିପାରିବେ । କାର ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ କିଣିପାରିବେ । ଅବସର ପରେ ଘର ଚିନ୍ତା ମଧ୍ୟ ନଥିବ ।

ଘର କଣିବାର ଲାଭ:

ଆଉ ଭଡା ଦେବାକୁ ପଡିବନି
ନିଜ ଘରକୁ ଆପଣଙ୍କ ଇଚ୍ଛାନୁସାରେ ସଜେଇବେ
ଘର ମାଲିକଙ୍କର କୌଣସି କଟକଣା କି ନିର୍ଦ୍ଦେଶ ନଥିବ
ଆପଣ ଘରକୁ ଭଡାରେ ମଧ୍ୟ ଲଗାଇପାରିବେ
ଆବଶ୍ୟକ ବେଳେ ଘରକୁ ବନ୍ଧା କିମ୍ବା ବିକ୍ରି କରିପାରିବେ

ଭଡାଘରର ଲାଭ:

ଇଏମଆଇ ବୋଝ ରହିବନି
ଜୀବନ ବିତାଇବାକୁ ଅଧିକ ଖର୍ଚ୍ଚ କରିପାରିବେ
ଚାକିରିରେ ବଦଳି ହେଲେ ଅସୁବିଧା ନାହିଁ

ଆପଣ କଣ କରିବେ ?

ଭଡାଘର ଓ ନିଜ ଘର କିଣିଲେ କେତେ ଟଙ୍କା ଖର୍ଚ୍ଚ ହେବ, ଆପଣଙ୍କ ଜୀବନ ଶୈଳୀ କେମିତି ହେବ ସେ ସମ୍ପର୍କରେ ଆମେ ସବିଶେଷ ସୂଚନା ପ୍ରଦାନ କରିଛୁ । ଏବେ ଆପଣ ନିଷ୍ପତ୍ତି ନିଅନ୍ତୁ ଆପଣ ଭଡାଘରେ ରହିବେ ନା ନିଜ ପାଇଁ ଘର କିଣିବେ ।

Share This Article
Twitter Email Copy Link Print
Previous Article ଟେନସନ୍ ଯିବ, ଆଉ ବ୍ୟାଙ୍କ ଦୌଡିବାକୁ ପଡିବନି!
Next Article ଘର କିଣୁଛନ୍ତି : ଆପଣଙ୍କ ଏଜେଣ୍ଟ ଲାଇସେନ୍ସ ପାଇଛନ୍ତି ତ…?
Leave a comment

Leave a Reply Cancel reply

Your email address will not be published. Required fields are marked *

- Advertisement -
Ad image

Popular Posts

Η σημασία των επωνύμων στη βελτίωση της Ελλάδας

Η Ελλάδα, μια χώρα με μεγάλη αισθητική κληρονομιά και παραδόσεις, γνωστή για τα επιτεύγματα σε…

By od nest

ପୁରୀ ପାଇଁ ପ୍ରତିଯୋଗିତା

ଓଡ଼ି ନେଷ୍ଟ : ସକାଳୁ ଉଠିଲେ କିଏ ବା ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ନ ଚାହିଁବ ? ସଞ୍ଜରେ ସମୁଦ୍ର…

By admin

ବିଲଡର ଘର ଦେବାରେ ବିଳମ୍ବ କଲେ ଡରନ୍ତୁନି…ରେରା ପଞ୍ଝାରୁ ଖସିପାରିବେନି ପ୍ରମୋଟର…କଣ କରିବେ ଆପଣ…ପଢନ୍ତୁ ପୂରା ଖବର OD NESTରେ…

ଓଡ଼ି ନେଷ୍ଟ : ଜଣେ ଲୋକର ସବୁଠୁ ବଡ ସ୍ୱପ୍ନ ନିଜର ଘରଟିଏ ତୋଳିବା । ଘରଖଣ୍ଡେ ପାଇବାକୁ ସିଏ…

By admin

You Might Also Like

ଗୁରୁମନ୍ତ୍ରଚାଲିଛି କଣନିୟମକାନୁନ୍

ମାତ୍ର କେଇ ଶହ ଟଙ୍କା ନିବେଶରେ କୋଟିପତି କ୍ଲାଏଣ୍ଟ?

By admin
ଗୁରୁମନ୍ତ୍ରନିୟମକାନୁନ୍

ସାବଧାନ ଅସାଧୁ ବିଲଡର… ଆଉ ଚଳିବନି ମନମାନି, ବାଜିଲା ‘ସୁପ୍ରିମ୍‌’ ଛାଟ । ପୂରା ଖବର କଣ ପଢନ୍ତୁ, କେବଳ OD NESTରେ

By admin
ଗୁରୁମନ୍ତ୍ର

ସହରରେ ଘର ନିର୍ମାଣ : ଅବସର ପରେ ଅନିଚ୍ଛା କାହିଁକି?

By admin
ଗୁରୁମନ୍ତ୍ରବିଳାସ ଓ ବିଶ୍ୱାସ

ଶ୍ରୀଗଣେଶଙ୍କ ମୂର୍ତ୍ତି ଆପଣ ନିଜ ଘରେ ଠିକ୍ ଜାଗାରେ ଓ ଠିକ୍ ଦିଗରେ ରଖନ୍ତୁ

By admin
OD NEST
Facebook Twitter Youtube Instagram

About US

OD NEST is Odisha’s dedicated digital platform for real estate and urban development news. We provide timely, accurate coverage of the state’s real estate landscape. Our mission is to empower our readers with insights and stories, especially those impacted by civil and revenue issues, while maintaining the highest standards of journalistic integrity.

Categories
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
.
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
Usefull Links
  • Contact Us
  • Advertise With Us
  • Privacy Policy
Welcome Back!

Sign in to your account

Username or Email Address
Password

Lost your password?