Wednesday, 31 Dec 2025
Facebook Twitter Youtube Instagram
OD NEST
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Font ResizerAa
OD NESTOD NEST
Search
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ସମ୍ପତ୍ତି@ ସାରା ଦେଶ
  • ନିୟମକାନୁନ୍
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Have an existing account? Sign In
Follow US
© 2024 OD NEST
OD NEST > ବିଳାସ ଓ ବିଶ୍ୱାସ > ସତରେ ‘ବାସ୍ତୁ’ ବୋଲି କିଛି ଅଛି କି ?
ବିଳାସ ଓ ବିଶ୍ୱାସ

ସତରେ ‘ବାସ୍ତୁ’ ବୋଲି କିଛି ଅଛି କି ?

admin
Last updated: September 6, 2024 6:58 pm
admin
Share
SHARE
Spread the love

ସତରେ ‘ବାସ୍ତୁ’ ବୋଲି କିଛି ଅଛି କି ?
ବାସ୍ତୁ : ବିଶ୍ୱାସ ନା ବିଜ୍ଞାନ ?
ଘର ପାଇଁ କେତେ ଜରୁରୀ ବାସ୍ତୁ ?

ଓଡ଼ି ନେଷ୍ଟ : ଭାଗ୍ୟକୁ ଚମତ୍କାର ଲୋକେସନରେ ଜାଗାଟେ ମିଳିଗଲା । କିଛିଦିନ ପରେ ସେଠାରେ ଘରଟିଏ କଲି । ପ୍ରଶଂସନୀୟ ପ୍ଲାନିଂ, ସବୁଠୁ ଭଲ ମ୍ୟାଟେରିଆଲ, ଅଭିଜ୍ଞ କାରୀଗର ଓ ମିସ୍ତ୍ରୀମାନଙ୍କ ଦ୍ୱାରା ତିଆରି ହେଲା ଘର । ପୋର୍ଟିକୋରୁ ପଛପଟ, ଭିତରଠୁ ନେଇ ବାହାର ଖୁବ୍ ସୁନ୍ଦର ଖୁବ ବ୍ୟବସ୍ଥିତ । ମୋଟ୍ ଉପରେ ଘରଟେ ଏମିତି ଯେ ଜଣେ ଦେଖିଲେ ପ୍ରଶଂସା ନକରି ରହିପାରିବନି । କିନ୍ତୁ ଦେଖାଗଲା ଘରକୁ ଯିଏ ଆସୁଛନ୍ତି ପ୍ରଶଂସା ତ କରୁଛନ୍ତି । କିନ୍ତୁ ଅନେକ ପଚାରୁଛନ୍ତି ଘରର ବାସ୍ତୁ ଠିକ୍ ଅଛି ତ ? ଘର ତିଆରି ପୂର୍ବରୁ କେଉଁ ବାସ୍ତୁବିତଙ୍କ ପରାମର୍ଶ ନେଇଥିଲେ ତ ? ରୁମଗୁଡିକର ସ୍ଥିତି, ଦିଗ, କୋଣ ସବୁ ଠିକଠାକ୍ ଅଛି ତ ?

ଘରଟିକୁ ଏତେ ନିର୍ଭୁଲ ଓ ନିଖୁଣ ଭାବେ ନିର୍ମାଣ କରିବା ପରେ ପୁଣି ବାସ୍ତୁ କ’ଣ ? ସତରେ ବାସ୍ତୁ ବୋଲି କିଛି ଅଛି କି ନା ବର୍ଷବର୍ଷ ଧରି ରହିଆସିଥିବା ଅନ୍ୟାନ୍ୟ ଯେକୌଣସି ବିଶ୍ୱାସ ପରି ଏହା ବି ଏକ ବିଶ୍ୱାସ ? ଏହାର କୌଣସି ଭିତ୍ତିଅଛି କି ? ଏହା ସପକ୍ଷରେ ଅଛି କି ଗ୍ରହଣୀୟ ଯୁକ୍ତି ? ଯଦି ଅଛି ତାହେଲେ ବାସ୍ତୁ ଏକ ବିଶ୍ୱାସ ନା ବିଜ୍ଞାନ ? ଶାସ୍ତ୍ରସମ୍ମତ ନା ପ୍ରମାଣସିଦ୍ଧ ? ଟିଭି ପର୍ଦ୍ଦାରେ ବାସ୍ତୁବିତମାନଙ୍କ ପରାମର୍ଶ ଏକ ସୋସିଆଲ ଟ୍ରେଣ୍ଡ ସୃଷ୍ଟି କରିନାହିଁ ତ ? ବାସ୍ତୁକୁ ନେଇ ଗଢିହୋଇଯାଇଛି କି ମାଇଣ୍ଡ ସେଟ ? ଯାହାର ଫଳ ସ୍ୱରୂପ ସାତରୁ ସତୁରୀ ସମସ୍ତେ ଘର ତିଆରି ପୂର୍ବରୁ ବାସ୍ତୁ ବାସ୍ତୁ ହେଉଛନ୍ତି ।

ହଁଁ, ବାସ୍ତୁ ଏକ ବିଶ୍ୱାସ । ଶତ ପ୍ରତିଶତ ବିଶ୍ୱାସ । ବାସ୍ତୁ ଏକ ବିଜ୍ଞାନ । ଶହେ ପ୍ରତିଶତ ବିଜ୍ଞାନ । ପ୍ରଥମେ ଶାସ୍ତ୍ର ସମ୍ମତ ଉପାଖ୍ୟାନକୁ ଯିବା । ଶାସ୍ତ୍ର ଅନୁସାରେ ମଣିଷ ପ୍ରକୃତି ସହିତ ସଂପର୍କିତ । ପ୍ରକୃତିର ପାଞ୍ଚଟି ମୌଳିକ ଉପାଦାନ ମାଟି, ପାଣି ପବନ, ଅଗ୍ନି ଓ ମହାଶୂନ୍ୟ ର ମଣିଷ ଜୀବନ ସହ ଗଭୀର ସଂପର୍କ ରହିଛି । ଏହି ପାଞ୍ଚଟି ମୌଳିକ ଉପାଦାନ ବା ପଞ୍ଚଭୂତର ଆମ ଉପରେ ପ୍ରତ୍ୟକ୍ଷ ପ୍ରଭାବ ଥାଏ । ମଣିଷ ଜୀବନ ଉପରେ ଏହାର ଅବିଶ୍ୱସନୀୟ ପ୍ରଭାବ ରହିଥାଏ । ଏଥିରେ ଟିକେ ଏପଟସେପଟ ହେଲେ ଏହା ଆମର ଚାଲିଚଳନ, ଜୀବନଧାରାକୁ ସିଧାସଲଖ ଭାବେ ପ୍ରଭାବିତ କରିଥାଏ । ନକାରାତ୍ମକ ଶକ୍ତି ପ୍ରବେଶ କରନ୍ତି । ଜୀବନର ସନ୍ତୁଳନ ବିଗିଡ଼ିଯାଏ । ଘର ତିଆରି କରିବା ବେଳେ ଯଦି ଏହିସବୁକୁ ଗୁରୁତ୍ୱ ଦିଆଯାଏନାହିଁ ଅର୍ଥାତ ଅଣଦେଖା କରାଯାଏ ତାହେଲେ ତାହାର ପରିଣାମ ବିଭିନ୍ନ ଭାବେ ପ୍ରତିଫଳିତ ହୁଏ । ଏହା କୌଣସି ଅଲୌିକିକତା ନୁହେଁ ଅଥବା ଭୌତିକ କି ଆଦିଭୌତିକତା ମଧ୍ୟ ନୁହେଁ । ତେଣୁ ମଣିଷ ଜୀବନ ସହିତ ଅତି ନିଗୁଢ ସଂପର୍କ ପ୍ରକୃତିର । ଆଉ ପ୍ରକୃତିର ନିୟମ ସହ ଅନୁବନ୍ଧନ ଯୋଗୁଁ ଅର୍ଥାତ ପ୍ରକୃତିର ନିୟମକୁ ମାନୁଥିବାରୁ ବାସ୍ତୁ ଯଥାର୍ଥରେ ଶାସ୍ତ୍ରତମ୍ମତ ଓ ଯୁକ୍ତିଭିତ୍ତିକ ।

ସେହିପରି ବାସ୍ତୁ ମଧ୍ୟ ଯଥାର୍ଥରେ ବିଜ୍ଞାନ । ବୈଜ୍ଞାନିକ ତଥ୍ୟ ଅନୁଯାୟୀ ପୃଥିବୀର ଉତ୍ତର ମେରୁ ଓ ଦକ୍ଷିଣ ମେରୁ ହେଉଛନ୍ତି ପ୍ରାକୃତିକ ଶକ୍ତିର ଉତ୍ସ । ଏହି ଶକ୍ତି ଉତ୍ତର ମେରୁରୁ ଦକ୍ଷିଣ ମେରୁକୁ ଇଲକ୍ଟ୍ରୋ ମ୍ୟାଗ୍‌ନେଟିକ ୱେଭ ରୂପରେ ପ୍ରବାହିତ ହୁଏ । ଏହି ପ୍ରବାହ ସମୟରେ ମଣିଷ ଜୀବନ ଉପରେ ଏହି ଶକ୍ତିର ପ୍ରଭାବ ରୁହେ । ଇଲକ୍ଟ୍ରୋ ମ୍ୟାଗ୍‌ନେଟିକ ୱେଭର ପ୍ରଭାବ ଆମ ଜୀବନ ଉପରେ କେମିତି ଥାଏ ଚିକିତ୍ସା ବିଜ୍ଞାନରୁ ଏହା ସୁସ୍ପଷ୍ଟ । ଏ ସଂପର୍କରେ ଅଧିକ ବିସ୍ତାର ଅନାବଶ୍ୟକ । ଫଳ ସ୍ୱରୂପ ତରଙ୍ଗ ରୂପରେ ପ୍ରବାହିତ ଏହି ଶକ୍ତି ସହିତ ବାସସ୍ଥାନ ଓ ଜୀବନର ସମନ୍ୱୟ ଆବଶ୍ୟକ । ଏହି ସମନ୍ବୟତା ପାଇଁ କେତେକ ଦିଗ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ଉଦାହରଣ ସ୍ୱରୂପ ପ୍ରତି ଘରର ବା ବିଲଡିଂର ଦକ୍ଷିଣ ଭାଗ ଉତ୍ତର ଭାଗ ଅପେକ୍ଷା ଉଚ୍ଚ ହେବା ଆବଶ୍ୟକ । ଏହା ଫଳରେ ମାଗ୍ନେଟିକ ୱେଭ ମୁକ୍ତ ଭାବେ ପ୍ରବାହିତ ହୋଇପାରିବ । ଏପରି ହେଲେ କୌଣସି ପ୍ରତିକୂଳତା ରହିବ ନାହିଁ । ଅନେକ ଦିଗ ଭିତରୁ ଏହା ଏକମାତ୍ର ଉଦାହରଣ । ଏପରି ବହୁ ଦିଗ ରହିଛି ।

ଏସବୁ ସତ୍ତ୍ୱ ଗୋଟିଏ କଥା ଜଳଜଳ ସ୍ପଷ୍ଟ । ବାସ୍ତୁ ବିଶ୍ୱାସ କିମ୍ବା ବିଜ୍ଞାନ ତାହା ଗୃହକର୍ତ୍ତାଙ୍କ ବିଶ୍ୱାସ ଉପରେ ନିର୍ଭର କରେ । ମାନିଲେ ଠାକୁର ନମାନିଲେ ପଥର ନ୍ୟାୟରେ ବାସ୍ତୁ । ମୋଟ୍ ମାନବସମାଜ ଦୁଇଭାଗରେ ବିଭକ୍ତ । ଶାସ୍ତ୍ରପ୍ରେମୀ ଏବଂ ବିଜ୍ଞାନଧର୍ମୀ । ଆପଣ ଯେଉଁ ପକ୍ଷରେ ରୁହନ୍ତୁ ନା କାହିଁକି ବାସ୍ତୁ ସଂପୂର୍ଣ ଗ୍ରହଣୀୟ । କିଛି ନହେଲେବି ଆପଣଙ୍କୁ ଗ୍ରହଣ କରିବାକୁ ପଡିବ ଯେ ଘର ସହିତ ଆଲୋକ, ପାଣି, ପବନର ନିବିଡ ସଂପର୍କ ରହିଛି । ପୃଥଳ ଭାବେ ଏହା ହିଁ ବାସ୍ତୁ । ବିପର୍ଯ୍ୟୟ, ରୋଗ, ଦୁର୍ଘଟଣା ଆଦି ଜୀବନର ଅବିଛେଦ୍ୟ ଅଙ୍ଗ ହୋଇଥିବାରୁ ଘରର ଦିଗ, ସ୍ଥିତି, ଚତୁପାଶ୍ୱର୍କୁ ଗୁରୁତ୍ୱ ଦେବାକୁ ପଡିବ । ତେଣୁ ଘର ତିଆରି ପୂର୍ବରୁ ଦିଗ ପ୍ରତି, ମାଟି ପ୍ରତି, ଚତୁପାଶ୍ୱର୍ର ଅବସ୍ଥିତି, କିଚେନ, ବେଡରୁମ, ଶିଡି, ଠାକୁର ଘର, ବାଥରୁମର ପୋଜିସନ ଇତ୍ୟାଦି ପ୍ରତି ଗୁରୁତ୍ୱ ଦେବା ଉଚିତ ।

କହିବାର ମର୍ମ ହେଲା – ଘରକୁ ଆପଣ ଠିକ୍ ଆକୃତି ଦିଅନ୍ତୁ ଘର ଆପଣଙ୍କ ଜୀବନକୁ ଆକୃତି ଦେଇଦେବ । ସମ୍ଭବତଃ ଏହାହିଁ ବାସ୍ତୁ ।

Share This Article
Twitter Email Copy Link Print
Previous Article ଆପଣ ଦେଢ ଭରି ସୁନା କିଣିପାରିବେ, ହେଲେ ଗୋଟେ ସ୍କୋୟାରଫୁଟ ଜାଗା କିଣିପାରିବେନି
Next Article ପ୍ରସ୍ତାବିତ ନୂଆ ଭୁବନେଶ୍ୱରର ବି ଭାସିବ!
Leave a comment

Leave a Reply Cancel reply

Your email address will not be published. Required fields are marked *

- Advertisement -
Ad image

Popular Posts

କେଉଁଠି ବସିବ ନୂଆ ଭୁବନେଶ୍ୱର ?

ନୂଆ ଭୁବନେଶ୍ୱର…ନୂଆ ଭୁବନେଶ୍ୱର…ନୂଆ ଭୁବନେଶ୍ୱର… ଓଡ଼ି ନେଷ୍ଟ : କେଉଁଠି ବସିବ ନୂଆ ଭୁବନେଶ୍ୱର ? ରାଜଧାନୀର କେଉଁ ପଟେ…

By admin

ବିଡ଼ିଏକୁ ଘାଣ୍ଟୁଛି ରେରା, ଘାଟିକିଆ ପ୍ରକଳ୍ପର ଭବିଷ୍ୟତ ଅନ୍ଧାର

ଅଧାବାଟରେ ବିଡିଏର ଘାଟିକିଆ ପ୍ରକଳ୍ପ, ରେରା ତାଲିକାରେ ବିଡିଏ ହେଉଛି ଖିଲାପି ନଂ ୩୦୮ ସମ୍ଭବତଃ ଆପଣ ଏ ଶିରୋନାମା…

By admin

ଟେନସନ୍ ଯିବ, ଆଉ ବ୍ୟାଙ୍କ ଦୌଡିବାକୁ ପଡିବନି!

ଘର କରିବାକୁ ଆଉ ଚିନ୍ତା ନାହିଁ, ଅମ୍ବାନି ଅଛନ୍ତି ଘର ସ୍ୱପ୍ନ ପୂରା କରିବ ଜିଓ ଫାଇନାନ୍ସିଆଲ ଗୃହ ଋଣ…

By admin

You Might Also Like

ଗୁରୁମନ୍ତ୍ରବିଳାସ ଓ ବିଶ୍ୱାସ

ଶ୍ରୀଗଣେଶଙ୍କ ମୂର୍ତ୍ତି ଆପଣ ନିଜ ଘରେ ଠିକ୍ ଜାଗାରେ ଓ ଠିକ୍ ଦିଗରେ ରଖନ୍ତୁ

By admin
OD NEST
Facebook Twitter Youtube Instagram

About US

OD NEST is Odisha’s dedicated digital platform for real estate and urban development news. We provide timely, accurate coverage of the state’s real estate landscape. Our mission is to empower our readers with insights and stories, especially those impacted by civil and revenue issues, while maintaining the highest standards of journalistic integrity.

Categories
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
.
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
Usefull Links
  • Contact Us
  • Advertise With Us
  • Privacy Policy
Welcome Back!

Sign in to your account

Username or Email Address
Password

Lost your password?