Wednesday, 31 Dec 2025
Facebook Twitter Youtube Instagram
OD NEST
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Font ResizerAa
OD NESTOD NEST
Search
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ସମ୍ପତ୍ତି@ ସାରା ଦେଶ
  • ନିୟମକାନୁନ୍
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Have an existing account? Sign In
Follow US
© 2024 OD NEST
OD NEST > ଚାଲିଛି କଣ > ବେଆଇନ ବିଲ୍ଡିଂରେ ହାତ ମାରିବାକୁ ଭୟ କାହିଁକି?
ଚାଲିଛି କଣନିୟମକାନୁନ୍

ବେଆଇନ ବିଲ୍ଡିଂରେ ହାତ ମାରିବାକୁ ଭୟ କାହିଁକି?

admin
Last updated: September 22, 2024 7:58 am
admin
Share
SHARE
Spread the love

ସରକାରଙ୍କ ଗେହ୍ଲାପୁଅ ବିଲଡର
ବେଆଇନ ବିଲ୍ଡିଂରେ ହାତ ମାରିବାକୁ ଭୟ କାହିଁକି?
୩୦ ବର୍ଷ ତଳେ ଭାଙ୍ଗିବାକୁ ନିର୍ଦ୍ଦେଶ, ଏବେ ସୁଦ୍ଧା ଛିଡା ହୋଇଛି ବିଲ୍ଡିଂ

ଓଡ଼ି ନେଷ୍ଟ :  ମାଟିରେ ମିଶିବ ବେଆଇନ ବିଲ୍ଡିଂ, ବିଲଡରଙ୍କ ଉପରେ ଛାଟ, ଭାଙ୍ଗିବ ବେଆଇନ ଆପାର୍ଟମେଣ୍ଟ, ବେଆଇନ ଆପାର୍ଟମେଣ୍ଟ ଉପରେ ଚାଲିବ ବୁଲଡୋଜର । ଏଭଳି କିଛି ହେଡଲାଇନ ଗତ କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ଛାଇ ହୋଇଯାଇଥିଲା । ବେଆଇନ ବିଲ୍ଡିଂ ଭଙ୍ଗାଯିବାକୁ ନେଇ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉତ୍ତର ପରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଶୁଣିବାକୁ ମିଳୁଥିଲା, ଯାହା ହେଉ ଆଗକୁ ବେଆଇନ ବିଲ୍ଡିଂ ଭଙ୍ଗାଯିବ । ବିଲଡର ପାନେ ପାଇବେ । ଭୁବନେଶ୍ୱରରେ ଥିବା ୪୯୧ ବେଆଇନ ନିର୍ମାଣ ଭିତରୁ ୧୯୧ଟି ବେଆଇନ ବିଲ୍ଡିଂକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିିଥିଲେ ମନ୍ତ୍ରୀ । ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର କିଛି ସମୟ ପାଇଁ ମନରେ ଉତ୍କଣ୍ଠା ବଢାଇଲା ସତ କିନ୍ତୁ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ।

ଏବେ ବି ଛିଡା ହୋଇଛି ୩୦ ବର୍ଷ ତଳର ବିଲ୍ଡିଂ
୨୦୨୪ରେ ମନ୍ତ୍ରୀ ୧୯୧ ବେଆଇନ ବିଲ୍ଡିଂ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏବେ ବି ରାଜଧାନୀରେ ୩୦ ବର୍ଷ ତଳେ ଭଙ୍ଗାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବିଲ୍ଡିଂ ମୁଣ୍ଡ ଟେକି ଛିଡା ହୋଇଛି । ୧୯୯୪ରେ ଓଡ଼ିଶା ପ୍ରାଧିକରଣ ଅଧିନିୟମ ୧୯୮୨ ଅନୁଯାୟୀ, ଓଡ଼ିଏ କୋର୍ଟରେ ବେଆଇନ ନିର୍ମାଣକୁ ନେଇ ୪ଟି ମାମଲାର ଶୁଣାଣି ହୋଇଥିଲା । ଗୋଟିଏ ବିଲ୍ଡିଂକୁ ଭାଙ୍ଗିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ୧୯୯୬ରେ ୯ଟି ମାମଲାରୁ ୩ଟିରେ ବିଲ୍ଡିଂ ଭାଙ୍ଗିବାକୁ ନିର୍ଦ୍ଦେଶ ଥିଲା । କିନ୍ତୁ ଫଳାଫଳ କଣ ଜାଣନ୍ତି । ଭାଙ୍ଗିବା ତ ଦୂରର କଥା କୌଣସି ବିଲ୍ଡିଂରେ ହାତ ମରା ହୋଇନଥିଲା । ବେଆଇନର ଦର୍ଜା ପାଇଥିବା କିଛି ବିଲ୍ଡିଂରେ ହସ୍ପିଟାଲ ଚାଲିଥିଲା ତ ପୁଣି କିଛି ବିଲ୍ଡିଂରେ ଶିକ୍ଷାନୁଷ୍ଠାନ । କିଛି ବିଲ୍ଡିଂରେ ମଲ ତ ପୁଣି କିଛି ବିଲ୍ଡିଂକୁ ଆପାର୍ଟମେଣ୍ଟ ଭାବେ ବିକ୍ରି କରି ସାରିଥିଲେ ବିଲଡର । ଏହି ନିଷ୍ପତ୍ତି କାର୍ଯ୍ୟକାରୀ ନ ହେବା ପଛରେ ଅନେକାଂଶରେ ଦାୟୀ ହେଉଛନ୍ତି ତତ୍କାଳୀନ ସରକାର । ମାମଲା ଉପର କୋର୍ଟରେ ପହଞ୍ଚିଛି ସତ କିନ୍ତୁ ସରକାର ମଧ୍ୟ ବେଆଇନ ବିଲ୍ଡିଂ ଭାଙ୍ଗିବାକୁ ସେଭଳି ତତ୍ପରତା ଦେଖାଇନାହାନ୍ତି । କିଛି କ୍ଷେତ୍ରରେ ବିଲଡରଙ୍କ ସହ ମଧୁଚନ୍ଦ୍ରିକା ତ ପୁଣି କିଛି ଲୋକଙ୍କ ଆକ୍ରୋଶର ଶିକାର ନହେବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କହିପାରିବା । ତେଣୁ ଏବେ ପ୍ରଶ୍ନ ଉଠିବା ସ୍ୱାଭାବିକ,

ସତରେ କଣ ବେଆଇନ ବିଲ୍ଡିଂ ଭାଙ୍ଗିପାରିବେ ସରକାର?
୩୦ ବର୍ଷ ତଳର ବେଆଇନ ବିଲ୍ଡିଂରେ ଯେତେବେଳେ ହାତ ମରାଯାଇ ପାରୁନି, ସେତେବେଳେ ୧୯୧ ବେଆଇନ ବିଲ୍ଡିଂ ଭାଙ୍ଗିବା ସହଜ କି?
୧୯୧ ବେଆଇନ ବିଲ୍ଡିଂ କେବେ ଭଙ୍ଗା ହେବ ତାହାର ଡେଡଲାଇନ ଦେଇପାରିବେ କି ସରକାର?
ବିଲଡରଙ୍କ ଚାପ ଆଗରେ ମୁଣ୍ଡ ନୁଆଇଁବେନି ତ ସରକାର?
ମାମଲା ଯଦି କୋର୍ଟରେ ପହଞ୍ଚେ ତେବେ କଣ ବେଆଇନ ବିଲ୍ଡିଂକୁ ଭାଙ୍ଗିପାରିବେ ସରକାର?

ବେଆଇନ ବିଲ୍ଡିଂ ଭଙ୍ଗା ଯିବାକୁ ନେଇ ମିଛୁଆ ରାଧୁଆ ଗପ ଦୀର୍ଘ ବର୍ଷ ଧରି ଶୁଣି ଆସୁଛନ୍ତି ଲୋକେ । ପ୍ରତିଥର ବିଧାନସଭାରେ ଏ ସମ୍ପର୍କିତ ପ୍ରଶ୍ନ ଆସେ, ଏବଂ ଗୃହରେ ଉତ୍ତର ଦେଇ ଗଣମାଧ୍ୟମରେ ମନ୍ତ୍ରୀ ବାହାବା ନିଅନ୍ତି । କିନ୍ତୁ ବେଆଇନ ବିଲ୍ଡିଂ ନିର୍ମାଣ ଭଙ୍ଗାଯିବା ଏଯାଏଁ ଦେଖିବାକୁ ମିଳିନି । କାରଣ ସରକାର ବେଆଇନ ଘୋଷିତ କରି ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ସତ କିନ୍ତୁ ଏହାକୁ ଭାଙ୍ଗିବା ପୂର୍ବଭଳି କାଠିକର ପାଠ । କାରଣ କ୍ଷତିପୂରଣ ବିନା ବିଲ୍ଡିଂ ଭାଙ୍ଗିବା ସମ୍ଭବପର ନୁହେଁ । ଯାହା ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏ ପ୍ରସଙ୍ଗରେ ପୂର୍ବରୁ ନିଜର ମତ ରଖିଛନ୍ତି ।

ବେଆଇନ ନିର୍ମାଣ ଭାଙ୍ଗିବା କଷ୍ଟ, ରୋକିବା ସହଜ
ଭୁବନେଶ୍ୱରରେ ଏବେ ବି ଛତୁ ଫୁଟିବା ଭଳି ବିଲ୍ଡିଂ ନିର୍ମାଣ ହେଉଛି । କିନ୍ତୁ ସବୁ ବିଲ୍ଡିଂ ଯେ ବିଡ଼ିଏ ଅନୁମତିପ୍ରାପ୍ତ ତାହା ଭାବିବା ଭୁଲ । ତେଣୁ ସରକାର ବେଆଇନ ବିଲ୍ଡିଂ ନିର୍ମାଣରେ ରୋକ ଲଗାଇବାକୁ ନିର୍ଦ୍ଦିଷ୍ଟ ଗାଇଡଲାଇନ ଆଣନ୍ତୁ । ବେଆଇନ ନିର୍ମାଣ କଣ ଏ ବାବଦରେ ଲୋକଙ୍କୁ ସଚେତନ କରାନ୍ତୁ । ବେଆଇନ ନିର୍ମାଣ ଖବର ମିଳିବା ମାତ୍ରେ ତୁରନ୍ତ ଏହାକୁ ନିର୍ମାଣ କାର୍ଯ୍ୟରେ ରୋକ ଲଗାନ୍ତୁ । ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବା ଅର୍ଥ ଲୋକଙ୍କୁ ଠକିବା ପାଇଁ ବିଲଡରଙ୍କୁ ସୁଯୋଗ ଦେବା । ନିର୍ମାଣ ସ୍ଥଳକୁ ବିଭାଗୀୟ ଅଧିକାରୀ ମଝିରେ ମଝିରେ ସରପ୍ରାଇଜ ଭିଜିଟ କରିବାର ଆବଶ୍ୟକତା ରହିଛି । ଯାହାଦ୍ୱାରା ବେଆଇନ ବିଲ୍ଡିଂ ନିର୍ମାଣରେ ରୋକ ଲଗାଯାଇପାରିବ ।

Share This Article
Twitter Email Copy Link Print
Previous Article ମହିଳାଙ୍କ ନାଁରେ ଘର କିଣିଲେ ମିଳିବ ରିହାତି…କମିଯିବ ଟିକସ ଓ ସୁଧହାର…କଣ ରହିଛି ଅଫର, ପଢନ୍ତୁ OD NESTରେ
Next Article Funkcje Iphone Vavada Do grania
Leave a comment

Leave a Reply Cancel reply

Your email address will not be published. Required fields are marked *

- Advertisement -
Ad image

Popular Posts

The Art of Comfort Food: A Culinary Journey

Comfort food, a term that evokes warmth, satisfaction, and happiness, is a universal concept that…

By od nest

କାହିଁକି ଚନ୍ଦ୍ରରେ ଘର କରିବାକୁ ଇଚ୍ଛା କଲାଣି ମଣିଷ? ଏ ଭିଡ଼ ଆଉ ଭଲ ଲାଗୁନି ନା ଘରଦ୍ୱାର ଚଢ଼ା ଦର ପାଇଁ ଏମିତି ଭାବିଲାଣି ମଣିଷ ?

ଓଡ଼ି ନେଷ୍ଟ : ଜହ୍ନ ରାଇଜରେ ଜାଗାଟେ କିଣିଛି... ତାରା ଫୁଲରେ ଘରଟେ କରିଛି...। ସୁରେଶ ୱାଡ଼କର ଗାଇଥିବା ଏହି…

By admin

ଆପଣ ଦେଢ ଭରି ସୁନା କିଣିପାରିବେ, ହେଲେ ଗୋଟେ ସ୍କୋୟାରଫୁଟ ଜାଗା କିଣିପାରିବେନି

ଓଡ଼ି ନେଷ୍ଟ : ଆପଣ ଦେଢ ଭରି ସୁନା କିଣିପାରିବେ, ହେଲେ ଗୋଟେ ସ୍କୋୟାରଫୁଟ ଜାଗା କିଣିପାରିବେନି । ହଁ…

By admin

You Might Also Like

ଗୁରୁମନ୍ତ୍ରଚାଲିଛି କଣନିୟମକାନୁନ୍

ମାତ୍ର କେଇ ଶହ ଟଙ୍କା ନିବେଶରେ କୋଟିପତି କ୍ଲାଏଣ୍ଟ?

By admin
ଗୁରୁମନ୍ତ୍ରଚାଲିଛି କଣ

ରିୟଲ ଇଷ୍ଟେଟ ନିବେଶର ନୂଆ ଧାରା : ସେୟାର ବଜାର । ଭଲ ରିଟର୍ଣ୍ଣ ସାଙ୍ଗକୁ ନାହିଁ କାଗଜପତ୍ର ଟେନସନ୍ ।

By admin
ଆସୁଛି କଣଚାଲିଛି କଣ

ପୁରୀ ପାଇଁ ପ୍ରତିଯୋଗିତା

By admin
ଗୁରୁମନ୍ତ୍ରଚାଲିଛି କଣ

ମହିଳାଙ୍କ ନାଁରେ ଘର କିଣିଲେ ମିଳିବ ରିହାତି…କମିଯିବ ଟିକସ ଓ ସୁଧହାର…କଣ ରହିଛି ଅଫର, ପଢନ୍ତୁ OD NESTରେ

By admin
OD NEST
Facebook Twitter Youtube Instagram

About US

OD NEST is Odisha’s dedicated digital platform for real estate and urban development news. We provide timely, accurate coverage of the state’s real estate landscape. Our mission is to empower our readers with insights and stories, especially those impacted by civil and revenue issues, while maintaining the highest standards of journalistic integrity.

Categories
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
.
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
Usefull Links
  • Contact Us
  • Advertise With Us
  • Privacy Policy
Welcome Back!

Sign in to your account

Username or Email Address
Password

Lost your password?