ଓଡ଼ି ନେଷ୍ଟ : ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ । ଭଲ ରିହାତି ମିଳିଯିବ ସ୍ତ୍ରୀ ନାଁରେ ଘରଟେ କିଣିଲେ । କଥାଟା ଜମାରୁ ଗମାତ ନୁହେଁ । ଜଣେ ପୁରୁଷଙ୍କ ନାଁରେ ଫ୍ଲାଟ ବା ପ୍ଲଟ କିଣିଲେ ଯେତିକି ଟଙ୍କା ଖର୍ଚ୍ଚ ହେବ ତାହା ଜଣେ ମହିଳାଙ୍କ ନାଁରେ କିଣିଲେ ତାଠୁ ନିଶ୍ଚୟ କମ ଟଙ୍କା ଦେବାକୁ ହେବ । କାରଣ ରିଅଲ ଇଷ୍ଟେଟରେ ମହିଳାଙ୍କୁ ଅଗ୍ରାଧିକାର ଦେବାକୁ ବ୍ୟାପକ ସରକାରୀ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । OD NESTରେ ବିସ୍ତ୍ୃତ ଭାବେ ପଢନ୍ତୁ କାହିଁକି ମହିଳାଙ୍କ ନାଁରେ ଘର କିଣିଲେ କମ ଖର୍ଚ୍ଚ…
ମହିଳାଙ୍କ ପାଇଁ ବମ୍ଫର ଅଫର:
ଭାରତରେ ମହିଳାଙ୍କର ପରିଚୟ ବଦଳିଛି । ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସରକାର ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି । ରିଅଲ ଇଷ୍ଟେଟରେ ୱିମେନ ଏମପାୱାର ପାଇଁ ବିଶେଷ ସୁବିଧା ରହିଛି । ସମ୍ପତ୍ତିରେ ମହିଳାଙ୍କ ବିନିଯୋଗ ପାଇଁ ସରକାରୀ ଟିକସ ଓ ଅନ୍ୟାନ୍ୟ ଖର୍ଚ୍ଚ ଉପରେ ଆକର୍ଷଣୀୟ ରିହାତି ମିଳୁଛି । ଷ୍ଟାମ୍ପ ଡ୍ୟୁଟିଠୁ ଆରମ୍ଭ କରି ହୋମଲୋନ ପର୍ଯ୍ୟନ୍ତ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପାଇଁ ଅଧିକ ସବସିଡି ରହିଛି । କେଉଁ କ୍ଷେତ୍ରରେ କଣ ନିୟମ ରହିଛି ଆସନ୍ତୁ ଜାଣିବା…
ହୋମ ଲୋନ୍ ସବୁଠୁ କମ:
ଭାରତୀୟ ବଜାରରେ ହୋମଲୋନ ମହିଳାଙ୍କ ପାଇଁ ସବୁଠୁ ଶସ୍ତା । ଅର୍ଥାତ ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ କମ ସୁଧ ଦେବାକୁ ପଡିବ ।
– SBI ମହିଳାଙ୍କୁ ହୋମଲୋନ ଦେବାକୁ ହରଘର ନାମକ ସ୍କିମ ଆଣିଛି । ଯେଉଁଥିରେ ମହିଳାଙ୍କ ପାଇଁ ପୁରୁଷଙ୍କ ଅପେକ୍ଷା ୦.୦୫ ପ୍ରତିଶତ କମ ସୁଧହାର ରହିଛି ।
-କମ ସୁଧ ହାର ଦେବାରେ HDFC ମଧ୍ୟ ପଛରେ ନାହିଁ । ଏହି ବ୍ୟାଙ୍କ ଖାସ୍ ମହିଳାଙ୍କ ପାଇଁ ମହିଳା ପାୱାର ନାମରେ ଏକ ସ୍କିମ ଆଣିଛି । ଯୋଜନାରେ ହୋମ, ପର୍ସେନାଲ ଓ ବିଜନେସ ଲୋନ ଦିଆଯାଉଛି । ସାଧାରଣ ଲୋନ୍ ରେଟଠାରୁ ମହିଳାଙ୍କୁ ୫ ବେସିସ ପଏଣ୍ଟ କମ ସୁଧହାର ରହିଛି ।
– AXIS BANK ମହିଳାଙ୍କୁ ଲୋନ ଦେବାବେଳେ କୌଣସି ଚାକିରି ସ୍ଥିତିକୁ ମାପଦଣ୍ଡ ହିସାବରେ ନେଇନଥାଏ ।
– LIC ହାଉସିଂ ଫାଇନାନ୍ସ ପ୍ରୋସେସିଂ ଫି ସହ ସବୁଠୁ କମ ସୁଧରେ ହୋମଲୋନ ପ୍ରଦାନ କରିଥାଏ
-କେତେକ ବ୍ୟାଙ୍କ ମହିଳାଙ୍କୁ ସମ୍ପତ୍ତି ମୂଲ୍ୟର ୯୦ ପ୍ରତିଶତ ଲୋନ୍ ଆକାରରେ ଦେଇଥାନ୍ତି । ପୁରୁଷଙ୍କ କ୍ଷେତ୍ରରେ ଏହା ୮୦ ପ୍ରତିଶତ ।
ଷ୍ଟାମ୍ପଡ୍ୟୁଟିରେ ସବସିଡି:
ଭାରତରେ ମହିଳାମାନେ ଷ୍ଟାମ୍ପ ଡ୍ୟୁଟିରେ ବିଶେଷ ରିହାତି ପାଇଥାନ୍ତି । ପୁରୁଷଙ୍କ ଅପେକ୍ଷା ସେମାନେ ପ୍ରାୟ ୨ ପ୍ରତିଶତ କମ ଅର୍ଥ ଦେଇଥାନ୍ତି ।
-ଦିଲ୍ଲୀରେ ପୁରୁଷମାନେ ୬ ପ୍ରତିଶତ ଓ ମହିଳାଙ୍କ ପାଇଁ ମାତ୍ର ୪ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି
-ହରିଆଣାରେ ପୁରୁଷ ୭ ଓ ମହିଳା ୫ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ଦିଅନ୍ତି
-ହିମାଚଳ ପ୍ରଦେଶରେ ପୁରୁଷ ୬ ଓ ମହିଳାଙ୍କ ପାଇଁ ୪ ପ୍ରତିଶତ
-ଓଡିଶାରେ ପୁରୁଷମାନେ ୫ ପ୍ରତିଶତ ଦେଉଥିବାବେଳେ ମହିଳାମାନଙ୍କ ପାଇଁ ୪ ପ୍ରତିଶତ
ଟିକସ ସୁବିଧା:
ମହିଳା ଘର କିଣିଲେ ବିଭିନ୍ନ ଟିକସରେ ବି ରିହାତି ପାଇଥାନ୍ତି । ଯଦି ଜଣେ ମହିଳା ପ୍ରଥମ କରି ଫ୍ଲାଟ କିଣୁଛନ୍ତି ତେବେ ଆୟକର ଅଧିନିୟମ ଧାରା ୮୦C ଅନୁସାରେ ଋଣର ମୂଳ ପରିଶୋଧ ଉପରେ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ । ଏହାଛଡା ଧାରା ୨୪(ଖ) ଅନୁସାରେ ସୁଧ ଉପରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଦାବି କରିପାରିବେ । ଯଦି ଜଣେ ଦମ୍ପତି ମିଳିତ ଭାବେ ଏକ ଘରର ମାଲିକ ହୁଅନ୍ତି ଏବଂ ଅଲଗା ଆୟ କରୁଥାନ୍ତି ତେବେ ଉଭୟ ଟିକସ ରିହାତି ଦାବି କରିପାରିବେ ।
ସରକାରୀ ଗୃହ ଯୋଜନାରେ ପ୍ରାଥମିକତା:
ସରକାରୀ ଯୋଜନା ଗୃହ ବଣ୍ଟନରେ ସବୁବେଳେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିୟମ ଅନୁସାରେ ଘରଗୁଡିକ ପରିବାରର ମହିଳା ସଦସ୍ୟଙ୍କ ନାଁରେ ପଞ୍ଜିକୃତ ହେବ । ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲିଥିବା ଯୋଜନାରେ ମଧ୍ୟ ମହିଳାଙ୍କୁ ପ୍ରାଥମିକତା ମିଳୁଛି ।
ଘର କିଣିବା ଆଗରୁ ଧ୍ୟାନ ଦିଅନ୍ତୁ:
-ପରିବାରର ଆର୍ଥିକ ସ୍ଥିତିକୁ ଆକଳନ କରି ଜମି କିମ୍ବା ଘର କିଣନ୍ତୁ
-ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଅନ୍ତୁ
-ଭବିଷ୍ୟତ ବିବାଦକୁ ଏଡାଇବାକୁ ଆଇନଗତ ଦିଗକୁ ପରଖନ୍ତୁ
-ଲୋନ୍ ଆଣିବାବେଳେ ସୁଧହାର ଓ ଅନ୍ୟାନ୍ୟ ଫି ବାବଦରେ ତର୍ଜମା କରନ୍ତୁ
-ଘର କିଣିବା ଆଗରୁ ବନ୍ଧୁ ପରିଜନଙ୍କର ପରାମର୍ଶ ନିଅନ୍ତୁ

