Wednesday, 31 Dec 2025
Facebook Twitter Youtube Instagram
OD NEST
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Font ResizerAa
OD NESTOD NEST
Search
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ସମ୍ପତ୍ତି@ ସାରା ଦେଶ
  • ନିୟମକାନୁନ୍
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
  • ଆମ କଥା
Have an existing account? Sign In
Follow US
© 2024 OD NEST
OD NEST > ସ୍କାମ୍ @ ସ୍କୋୟାର ଫୁଟ > ଘର କିଣୁଛନ୍ତି : ଆପଣଙ୍କ ଏଜେଣ୍ଟ ଲାଇସେନ୍ସ ପାଇଛନ୍ତି ତ…?
ସ୍କାମ୍ @ ସ୍କୋୟାର ଫୁଟ

ଘର କିଣୁଛନ୍ତି : ଆପଣଙ୍କ ଏଜେଣ୍ଟ ଲାଇସେନ୍ସ ପାଇଛନ୍ତି ତ…?

admin
Last updated: September 7, 2024 6:28 am
admin
Share
SHARE
Spread the love

ଓଡ଼ି ନେଷ୍ଟ  : ମହାରାଷ୍ଟ୍ରରେ ରିୟଲ ଇଷ୍ଟେଟ ସଂସ୍ଥା ଓ ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣି ପଡିଛି । ଆପଣ ପଚାରିବେ ଏବେ ତ ସେଭଳି କିଛି ସ୍ଥିତି ହୋଇନି ଯେ, ରିୟଲ  ଇଷ୍ଟେଟ ସଂସ୍ଥା ଓ ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣି ପଡିବ । କିନ୍ତୁ ହଁ, ଭାଳେଣି ପଡିଛି ଆଗକୁ କେମିତି ବେପାର ବଢିବ, ଗ୍ରାହକଙ୍କୁ କିଏ ଆଣିବ, ନୂଆ ଜମି ଓ ଫ୍ଲାଟ କିଏ ଦେଖାଇବ? ଏକଥା ଏଥିପାଇଁ କାରଣ ୨୦ ହଜାର ରିୟଲ ଇଷ୍ଟେଟ ଏଜେଣ୍ଟଙ୍କର ଲାଇସେନ୍ସ ସାମୟିକ ଭାବେ ବାତିଲ କରିଛି ମହାରେରା (MahaRERA ) । ଆପଣ ପୁଣି ପଚାରିବେ ରିୟଲ ଇଷ୍ଟେଟ ଲାଇସେନ୍ସପ୍ରାପ୍ତ ଏଜେଣ୍ଟ ପୁଣି କଣ? ଏକଥା ତ କାନ ଉଠିଲା ଦିନୁ ଶୁଣିନୁ । ଜମି କିଣା ହେବ, ଘର ବିକ୍ରି ହେବ ଏସବୁ ତ ଆମ ଆଡେ ବ୍ରୋକରଙ୍କ କାମ । ସେମାନେ କିଛି ପର୍ସେଣ୍ଟେଜ ନିଅନ୍ତି ଆଉ ଘର, ଜମି, ଫ୍ଲାଟ, ପ୍ଲଟ କିଣାବିକା କରିବାରେ ସାହାଯ୍ୟ କରନ୍ତି । ତେଣୁ ରିୟଲ ଇଷ୍ଟେଟ ଏଜେଣ୍ଟ ୟା ଭିତରେ ଆସିଲେ କେଉଁଠୁ? ଏମାନଙ୍କୁ କିଏ ଲାଇସେନ୍ସ ଦେଉଛି ପୁଣି କଣ ପାଇଁ ବାତିଲ କରୁଛି ।

କେମିତି ମିଳେ ରିୟଲ  ଇଷ୍ଟେଟ ଏଜେଣ୍ଟ ଲାଇସେନ୍ସ?

ଆଜ୍ଞା ବାସ୍ତବ କଥା ହେଲା, ଆଇନ ଅନୁଯାୟୀ ଜମି କିଣାବିକାରେ ରିୟଲ ଇଷ୍ଟେଟ ଏଜେଣ୍ଟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ରିୟଲ ଇଷ୍ଟେଟ ଏଜେଣ୍ଟ ହେବା ଏତେ ସହଜ କଥା ନୁହେଁ । ଏଥିପାଇଁ ୨୦ ଘଣ୍ଟାର ଟ୍ରେନିଂ ପ୍ରୋଗ୍ରାମ ନେବା ପରେ ଅନଲାଇନ ପରୀକ୍ଷା ଦେବାକୁ ପଡିଥାଏ । ଏଠାରେ ପାସ୍ କଲେ ରିୟଲ ଇଷ୍ଟେଟ ଏଜେଣ୍ଟର ଦର୍ଜା ମିଳିଥାଏ । ଯେଉଁମାନେ ଜମି, ଫ୍ଲାଟ କିଣିବା ବେଳେ କ୍ରେଚା ଓ ବିକ୍ରେତାଙ୍କ ମଧ୍ୟରେ ବ୍ରିଜ ବା ବନ୍ଧ ସାଜିଥାନ୍ତି । ଫାଇନାଲ ଡିଲ୍ ପୂର୍ବରୁ ଜମି ବା ଫ୍ଲାଟ ସମ୍ବନ୍ଧରେ ଟିକିନିକି ତଥ୍ୟ ଉଭୟ କ୍ରେତା ଓ ବିକ୍ରେତାଙ୍କୁ ସେୟାର କରିଥାନ୍ତି । ପ୍ରତିବଦଳରେ କିଛି ପର୍ସେଣ୍ଟେଜ ନେଇଥାନ୍ତି । ଚଳିତବର୍ଷ ଧାର୍ଯ୍ୟ ସମୟରେ ଲାଇସେନ୍ସ ରିନ୍ୟୁ ନ କରିବା କାରଣରୁ ମହାରେରା ୨୦ ହଜାର ଏଜେଣ୍ଟଙ୍କର ବର୍ଷେ ପର୍ଯ୍ୟନ୍ତ ଲାଇସେନ୍ସ ରଦ୍ଦ କରିଛି ।

ଓଡ଼ିଶାରେ ଜମି, ଫ୍ଲାଟ କେମିତି କିଣା ବିକା ହୁଏ ଜାଣନ୍ତି?

ଆରେ ଭାଇ ଭୁବନେଶ୍ୱରରେ ପ୍ଲଟ ନହେଲେ ଫ୍ଲାଟ କିଣିଥାନ୍ତି, ନଜରରେ କିଏ ପାର୍ଟି ଅଛି କି? କେତେ ପ୍ଲଟ ନେବୁ, କେଉଁଠି ଫ୍ଲାଟ ନେବୁ, ମୋ ଅଫିସ ସାଙ୍ଗର ଭାଇ ପରା ପ୍ଲଟିଂ କରି ବିକୁଛି । ତୋର ବଜେଟ ଖାଲି କହ, ମୁଁ ଏଇନେ ଫୋନ ବୁଲାଇ କହି ଦେଉଛି । ଫୋନ୍ କଲରେ କଥାବାର୍ତ୍ତା, ଗୋଟିଏ ଦିନ ଅଫିସ ଛୁଟି କରି ଜମି ଦେଖି ଦେଇ ଛୋଟମୋଟ ଡାଉଟ୍ ବୁଝିବା ପରେ ସିଧା କଥା ପହଞ୍ଚେ ଜମି ରେଜିଷ୍ଟ୍ରେସନ ପାଖରେ । କେବେ କିଣିବ, କେତେ କ୍ୟାସରେ ଦେବ, କେତେ ଚେକରେ ଦେବ ସେ ବାବଦରେ ଡିଲ୍ ଫାଇନାଲ ହେବା ପରେ ଜମି କିଣାବିକା ନେଇ ତାରିଖ ଧାର୍ଯ୍ୟ ହୋଇଯାଏ । ଯିଏ ଏହି ପୂରା ପ୍ରକରଣରେ ଉଭୟ ପକ୍ଷର ମଧ୍ୟରେ ମଧ୍ୟସ୍ଥତା କରିଥାଏ ତାଙ୍କୁ ୧.୫ରୁ ୨ ପ୍ରତିଶତ ଦେଇ ଜମି କିଣାବିକା ଶେଷ ହୋଇଥାଏ । କିନ୍ତୁ ଏହା ଆଇନସମତଃ କି, ତାହା ବୁଝିବାର ଆବଶ୍ୟକତା ରହିଛି ।

ଜମି କିଣାବିକାରେ ଲାଇସେନ୍ସ ପ୍ରାପ୍ତ ରିୟଲ ଇଷ୍ଟେଟ ଏଜେଣ୍ଟ ଗୁରୁତ୍ୱପୂର୍ଣ୍ଣ?

ଆପଣ କେବେ ଭାବିଛନ୍ତି, ନିଜ ଜୀବନ ତମାମର ପୁଞ୍ଜି ଯେଉଁ ମଧ୍ୟସ୍ଥଙ୍କ ଜରିଆରେ ରିୟଲ ଇଷ୍ଟେଟ ସଂସ୍ଥା ହାତରେ ଟେକି ଦେବାକୁ ଯାଉଛନ୍ତି ତାହା ସୁରକ୍ଷିତ ତ? ଉକ୍ତ ବ୍ରୋକର ଆପଣଙ୍କର ଚିହ୍ନା ହୋଇଥିବ ସତ କିନ୍ତୁ ରିଅଲ ଇଷ୍ଟେଟ ବାବଦରେ ସେ କେତେ ଓ କଣ ଜାଣିଛନ୍ତି? ଜମି କିଣାବିକା ସମୟରେ କାଗଜପତ୍ର କାମ କେମିତି ହୁଏ ତାହା ବାବଦରେ ତାଙ୍କର ଜ୍ଞାନ ଅଛି କି ନାହିଁ? ଏ ସବୁ କେବେ ନିଜ ମନକୁ ପଚାରିଛନ୍ତି । ହୁଏତ ଉକ୍ତ ବ୍ରୋକର ଆପଣଙ୍କୁ ଠକିବାକୁ ଚାହୁଁନଥିବ କିନ୍ତୁ ଉକ୍ତ ବ୍ରୋକର ନିଜେ ଠକାମୀରେ ପଡୁନଥିବ ବୋଲି ମାନେ କଣ? କିଛି ରିୟଲ ଇଷ୍ଟେଟ ସଂସ୍ଥା ଅଣ ଲାଇସେନ୍ସପ୍ରାପ୍ତ ବ୍ରୋକରଙ୍କୁ ମୋହରା କରି ଆପଣଙ୍କ ଜୀବନ ତମାମର ପୁଞ୍ଜି ଉପରେ ନଜର ପକାଇନଥିବେ ବୋଲି ତାହାର ଗ୍ୟାରେଣ୍ଟି କିଏ ଦେବ? ଏ ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ,

– ଏବେ ସୋସିଆଲ ମିଡ଼ିଆରେ ମାଳ ମାଳ ବିଜ୍ଞାପନ ଆସୁଛି
– ବିଭିନ୍ନ ପ୍ଲଟ ଓ ଫ୍ଲାଟ ପ୍ରୋଜେକ୍ଟ ବାବଦରେ ଭିଡ଼ିଓ କରି ସାଧାରଣ ଲୋକଙ୍କୁ ଆକର୍ଷିତ କରାଯାଉଛି
– ବିଜ୍ଞାପନ ଜରିଆରେ ଅନେକ ଲୋକ ଠକାମୀର ଶିକାର ହେଉଥିବାର ଅଭିଯୋଗ ହୁଏ?

ବେଧଡକ ଭାବେ ଏହି କାର୍ଯ୍ୟ ଚାଲୁଥିଲେ ମଧ୍ୟ ଏହାକୁ ଦେଖି ଓରେରା ସମ୍ପୂର୍ଣ୍ଣ ଚୁପ୍ ।ବିଜ୍ଞାପନ ଦେଉଥିବା ବ୍ୟକ୍ତି ଲାଇସେନ୍ସପ୍ରାପ୍ତ ଏଜେଣ୍ଟ କି ନାହିଁ ତାହାର ଯାଞ୍ଚ ମଧ୍ୟ ହେଉନି । ଫଳରେ ସାଧାରଣ ଲୋକଟିଏ ହିଁ ଠକାମୀର ଶିକାର ହେଉଛି । ଏଭଳି ଘଟଣା ଭିତରେ ଜମି କିମ୍ବା ପ୍ଲଟ କିଣାବିକା ବେଳେ ଜଣେ ଲାଇସେନ୍ସପ୍ରାପ୍ତ ରିୟଲ ଇଷ୍ଟେଟ ଏଜେଣ୍ଟରଙ୍କର ଭୂମିକା ବେଶ ଗୁରୁତ୍ୱ ବହନ କରୁଛି । ଓଡ଼ିଶାରେ ଲାଇସେନ୍ସପ୍ରାପ୍ତ ରିୟଲ ଇଷ୍ଟେଟ ଏଜେଣ୍ଟଙ୍କ ସଂଖା ଅତି ନଗଣ୍ୟ । କାରଣ ଓଡ଼ିଶାରେ ଗଛ ମୂଳରେ, ଚା ଦୋକାନରେ ହୋଇଯାଏ ଜମି ଡିଲ୍ । ତେଣୁ ଅନେକ ସମୟରେ ଅନେକ ଲୋକ ଠକାମୀର ଶିକାର ମଧ୍ୟ ହୋଇଥାନ୍ତି । କିନ୍ତୁ ରିୟଲ ଇଷ୍ଟେଟ ଏଜେଣ୍ଟଙ୍କ ଜରିଆରେ ଜମି କିମ୍ବା ପ୍ଲଟ କିଣିଲେ ଠକାମୀର ସମ୍ଭାବନା ପ୍ରାୟତଃ ନଥାଏ । କାରଣ ରିୟଲ ଇଷ୍ଟେଟ ଏଜେଣ୍ଟଙ୍କ ଭୁଲ ତଥ୍ୟ ଦ୍ୱାରା କେହି ଯଦି ଠକାମୀର ଶିକାର ହୁଏ ତେବେ ଉକ୍ତ ଏଜେଣ୍ଟଙ୍କୁ ଫାଇନ ଗଣିବାକୁ ପଡିଥାଏ । ଠକାମୀ ସତ ପ୍ରମାଣିତ ହେଲେ ଏଜେଣ୍ଟଙ୍କୁ ଦୈନିକ ୧୦ ହଜାର ଟଙ୍କା ଆବଶ୍ୟକ ସ୍ଥଳେ ପୂରା ପ୍ରୋଜେକ୍ଟର ୫% ଫାଇନ ଗଣିବାକୁ ହୋଇଥାଏ । ତେଣୁ ରିୟଲ ଇଷ୍ଟେଟ ଏଜେଣ୍ଟ କୌଣସି ପ୍ରୋଜେକ୍ଟ ବାବଦରେ ଶତ ପ୍ରତିଶତ ନ ଜାଣିଲେ ତାହାର କିଣାବିକା କରାନ୍ତି ନାହିଁ । ରିୟଲ ଇଷ୍ଟେଟ ଏଜେଣ୍ଟ ଜମି କାଗଜପତ୍ର ଠାରୁ ଆରମ୍ଭ କରି କିଣାବିକା ଡିଲ୍ ଶେଷ ପର୍ଯ୍ୟନ୍ତ ଉଭୟ କ୍ରେତା ଓ ବିକ୍ରେତାଙ୍କ ସହ ଯୋଡି ହୋଇ ରହିଥାଏ । ଏହି ରିୟଲ ଇଷ୍ଟେଟ ଏଜେଣ୍ଟଙ୍କୁ କଣ୍ଟ୍ରୋଲ କରିଥାଏ ରେରା (RERA) । ତେଣୁ ଆମ୍ବଗଛ ମୂଳେ ନୁହେଁ ବରଂ ଆଇନଗତ ଭାବେ ରେରା ଲାଇସେନ୍ସପ୍ରାପ୍ତ ରିୟଲ ଇଷ୍ଟେଟ ଏଜେଣ୍ଟଙ୍କ ଜରିଆରେ ଘର,ପ୍ଲଟ, ଫ୍ଲାଟ କିଣନ୍ତୁ । ଆପଣଙ୍କ ଜୀବନ ତମାମର ପୁଞ୍ଜି ସୁରକ୍ଷିତ ରହିବ, ଠକାମୀର ଚିନ୍ତା ମଧ୍ୟ ରହିବ ନାହିଁ ।

Share This Article
Twitter Email Copy Link Print
Previous Article ଭଡାଘରେ ରହିବେ ନା ଘର କିଣିବେ ?
Next Article କେଉଁଠି ବସିବ ନୂଆ ଭୁବନେଶ୍ୱର ?
Leave a comment

Leave a Reply Cancel reply

Your email address will not be published. Required fields are marked *

- Advertisement -
Ad image

Popular Posts

ମାତ୍ର କେଇ ଶହ ଟଙ୍କା ନିବେଶରେ କୋଟିପତି କ୍ଲାଏଣ୍ଟ?

ମାତ୍ର କେଇ ଶହ ଟଙ୍କାରେ ରିୟଲ ଇଷ୍ଟେଟ ବ୍ୟବସାୟରେ କରିପାରିବେ ଏଣ୍ଟ୍ରି ଆପଣଙ୍କ ସମ୍ପତ୍ତି ନେବାକୁ କୋଟିପତି କ୍ଲାଏଣ୍ଟଙ୍କର ଲାଗିବ…

By admin

ବେଆଇନ ବିଲ୍ଡିଂରେ ହାତ ମାରିବାକୁ ଭୟ କାହିଁକି?

ସରକାରଙ୍କ ଗେହ୍ଲାପୁଅ ବିଲଡର ବେଆଇନ ବିଲ୍ଡିଂରେ ହାତ ମାରିବାକୁ ଭୟ କାହିଁକି? ୩୦ ବର୍ଷ ତଳେ ଭାଙ୍ଗିବାକୁ ନିର୍ଦ୍ଦେଶ, ଏବେ…

By admin

୫ ବର୍ଷରେ ଜମି ଦାମ ଡବଲ: ଓଡ଼ିଶାରେ କେତେ ?

ବାଙ୍ଗାଲୋରରେ ଜାଗା କିଣିଥିଲେ ମାଲେମାଲ ୫ ବର୍ଷରେ ୯୦% ବଢିଛି ଜମି ମୂଲ୍ୟ ପ୍ଲଟରୁ ମିଳୁଛି ସର୍ବାଧିକ ରିଟର୍ଣ୍ଣ ଓଡ଼ିଶାରେ…

By admin

You Might Also Like

ନିୟମକାନୁନ୍ସ୍କାମ୍ @ ସ୍କୋୟାର ଫୁଟ

ବେଆଇନ ଆପାର୍ଟମେଣ୍ଟ ପଛର ଖଳନାୟକ କିଏ?

By admin
ସ୍କାମ୍ @ ସ୍କୋୟାର ଫୁଟ

ଫ୍ଲାଟ କିଣିବା ବେଳେ ହୁଅନ୍ତୁ ସତର୍କ…ସୁପର ଏରିଆ ନାଁରେ ବିଲଡର ମାରୁଛି ଚୂନା, କେମିତି ବର୍ତ୍ତିବେ ଠକେଇରୁ ? ପଢନ୍ତୁ ପୂରା ଖବର…

By admin
OD NEST
Facebook Twitter Youtube Instagram

About US

OD NEST is Odisha’s dedicated digital platform for real estate and urban development news. We provide timely, accurate coverage of the state’s real estate landscape. Our mission is to empower our readers with insights and stories, especially those impacted by civil and revenue issues, while maintaining the highest standards of journalistic integrity.

Categories
  • ଆସୁଛି କଣ
  • ଚାଲିଛି କଣ
  • ସ୍କାମ୍ @ ସ୍କୋୟାର ଫୁଟ
  • ନିୟମକାନୁନ୍
  • ସମ୍ପତ୍ତି@ ସାରା ଦେଶ
.
  • ପ୍ରତି କୋଣରେ କାହାଣୀ
  • ଗୁରୁମନ୍ତ୍ର
  • ବିଳାସ ଓ ବିଶ୍ୱାସ
Usefull Links
  • Contact Us
  • Advertise With Us
  • Privacy Policy
Welcome Back!

Sign in to your account

Username or Email Address
Password

Lost your password?